ସିଏମ୍‌ସି ମେୟରଙ୍କୁ କବାଟ ଭେଟି

କଟକ ଅଫିସ, ୧୫ା୯: ମୁଁ ବାଥ୍‌ରୁମ୍‌ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି। ବାଥରୁମ୍‌ କବାଟ ଭାଙ୍ଗି ପଡିଥିବା ନେଇ କଟକ ମେୟର ସୁବାସ ସିଂ ମଙ୍ଗଳବାର ସ୍ଥାନୀୟ ବିଜୁଭବନ ପରିସରରେ ଅନୁଷ୍ଠିତ କଟକ ମହାନଗର ନିଗମ(ସିଏମ୍‌ସି) କାଉନ୍‌ସିଲ ବୈଠକରେ ବକ୍ତବ୍ୟ ଦେଇଥିଲେ। ବୁଧବାର କଟକ ଜିଲା କଂଗ୍ରେସ ପକ୍ଷରୁ ମେୟରଙ୍କ ଉଦ୍ଦେଶ୍ୟରେ ସିଏମ୍‌ସି କମିଶନର ନିଖିଲ ପଓ୍ବନ କଲ୍ୟାଣଙ୍କୁ ଏକ କବାଟ ଭେଟି ଦିଆଯାଇଛି। ସେଥିରେ ବେଷ୍ଟ କମ୍ପ୍ଲିମେଣ୍ଟ ଫ୍ରମ୍‌ କଂଗ୍ରେସ ବୋଲି ଲେଖାଯାଇଛି। କଂଗ୍ରେସର ଏଭଳି ନିଆରା ପ୍ରତିବାଦ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଏ ସମ୍ପର୍କରେ ଜିଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ କହିଛନ୍ତି, ମେୟରଙ୍କ ଚ୍ୟାମ୍ବରରେ ବାଥ୍‌ରୁମ କବାଟ ନ ଥିବା ସମ୍ପର୍କରେ ସେ ବୈଠକରେ କହିଥିଲେ। ତେଣୁ ମୁଁ ଦଳୀୟ କର୍ମକର୍ତ୍ତାଙ୍କ ସହ ଆସି ମେୟରଙ୍କ ଉଦ୍ଦେଶ୍ୟରେ କମିଶନରଙ୍କୁ ଏକ ନୂଆ କବାଟ ପ୍ରଦାନ କରିଥିଲି। କାରଣ ମେୟରଙ୍କ ଅଫିସ୍‌ ଚାମ୍ବରକୁ ବହୁ ଝିଅ, ବୋହୂ, କଟକବାସୀ, ପ୍ରତିଷ୍ଠିତ ବ୍ୟକ୍ତି ସମସ୍ୟା ଜଣାଇବାକୁ ଆସୁଥିବେ। ସେମାନେ କ’ଣ ଭାବୁଥିବେ। ଯେମିତି କଟକ ଜାଇକା ଅବସ୍ଥା, ସେମିତି ତାଙ୍କ ଅବସ୍ଥା ହେଉଥିବ। ଯେହେତୁ ମେୟର ୫ ପଇସା ଖର୍ଚ୍ଚ କରିବାର ଶକ୍ତି ନାହିଁ ବୋଲି ବୈଠକରେ କହିଛନ୍ତି, ତେଣୁ କବାଟ ସହ କବାଟ ଲଗାଇବା ପାଇଁ ୫୦୦ ଟଙ୍କା ପ୍ରଦାନ କରିଥିଲି। କମିଶନର କବାଟକୁ ରଖିଥିଲେ ମଧ୍ୟ ଟଙ୍କା ଫେରାଇ ଦେଇଥିଲେ। ସେ ତାଙ୍କ କାର୍ଯ୍ୟାଳୟର ବାଥ୍‌ରୁମରେ ଖଣ୍ଡିଏ କବାଟ ଲଗାଇବାକୁ ସକ୍ଷମ ନାହାନ୍ତି। ବାଥ୍‌ରୁମ କବାଟ ଭଙ୍ଗା ହୋଇପଡିଛି। ତେଣୁ ସିଏମ୍‌ସିର ଅର୍ଥ ବ୍ୟୟ ସମ୍ପର୍କରେ ତାଙ୍କ ଉପରେ କେହି ଅଙ୍ଗୁଳି ଉଠେଇ ପାରିବେ ନାହିଁ। ତେଣୁ କବାଟକୁ କମିଶନରଙ୍କୁ ଦେଇ, ଏହାକୁ ମେୟରଙ୍କ ଅଫିସ୍‌ ଚାମ୍ବରରେ ଭାଙ୍ଗି ଯାଇଥିବା ପାଇଖାନା କବାଟ ସ୍ଥାନରେ ଲଗାଇବାକୁ ଅନୁରୋଧ କରାଯାଇଥିଲା। ଏହି କବାଟ ପ୍ରଦାନବେଳେ ଶିଶିର ରଥ, ମନୋଜ ବିଶ୍ୱାଳ, ବିପ୍ଳବ ଶିଳାଦିତ୍ୟ, ଆକ୍ୟୁବ ଖଁା, ସଚ୍ଚିଦାନନ୍ଦ ରାଉତ, ସଦାଶିବ ବାରିକ, ସତୀଶ ଶେଖର ଓ ଶିବ ଅଗ୍ରୱାଲ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ମେୟର ସିଂ କହିଛନ୍ତି, କଟକରେ କାର୍ଯ୍ୟ କରି ଲୋକଙ୍କ ବିଶ୍ୱାସ ଜିତନ୍ତୁ। କବାଟରେ କ’ଣ ରହିଛି। ମିଳିତ ଭାବେ ସହଯୋଗ କରି କଟକକୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ। ଏସବୁ ଅବାସ୍ତବ ପ୍ରସ୍ତାବ ନେଇ ରାଜନୀତିକରଣ କରି କିଛି ଫାଇଦା ମିଳିବ ନାହିଁ। ରାଜନୀତିରେ ରହିବା ପାଇଁ ବାଟ ଖୋଜୁଛନ୍ତି। କାଲି ଭାଜପା କରୁଥିଲା ଆଜି କଂଗ୍ରେସ କରୁଛି। ମିଥ୍ୟା ଆରୋପ ବକ୍ତବ୍ୟରେ କ’ଣ ଅଛି। ଯେଉଁମାନେ ଏଭଳି ବକ୍ତବ୍ୟ ଦେଉଛନ୍ତି, ସେମାନଙ୍କ କଟକ ପ୍ରତି କ’ଣ ଯୋଗଦାନ ରହିଛି ବୋଲି ମେୟର ପ୍ରଶ୍ନ କରିଛନ୍ତି। କଟକବାସୀଙ୍କ ସେବା କର। ମେୟର କ’ଣ କହିଲେ ସେ ଦିଗରେ ଧ୍ୟାନ ନ ଦେଇ କାର୍ଯ୍ୟ କରନ୍ତୁ। ମେୟର କିପରି କାର୍ଯ୍ୟ କରନ୍ତି ତାହା କଟକବାସୀ ଜାଣିଛନ୍ତି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?