ହାଇଟେକ୍‌ ସର୍ଭେରେ ବିଳମ୍ବ

କଟକ ଅଫିସ,୧୬ା୯:ଜମିଜମା ସଂକ୍ରାନ୍ତୀୟ ନକ୍ସାର ସ୍ଥିତି, ଅବସ୍ଥିତିକୁ ଗ୍ଲୋବାଲ ପୋଜିଶନିଂ ସିଷ୍ଟମ(ଜିପିଏସ୍‌) ଓ ଇଲେକ୍ଟ୍ରୋନିକ୍ସ ଟୋଟାଲ ଷ୍ଟେଶନ (ଇଟିଏସ୍‌) କରାଯିବା ଲକ୍ଷ୍ୟରେ ରାଜ୍ୟରେ ହାଇଟେକ୍‌ ସର୍ଭେ (ହାଇବ୍ରିଡ୍‌) ସିଷ୍ଟମ ଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏହାଦ୍ୱାରା ରେକର୍ଡ ଅଫ୍‌ ରାଇଟ୍‌ସ (ଆର୍‌ଓଆର୍‌) ସଂରକ୍ଷିତ ସମସ୍ୟା ଦୂର ହେବା ସହ ଲାଟିଚ୍ୟୁଡ୍‌(ଅକ୍ଷାଂଶ) ଓ ଲଙ୍ଗିଚ୍ୟୁଡ୍‌(ଦ୍ରାଘିମା) ଅମେଳକ ଯୋଗୁ ଉପୁଜୁଥିବା ସମସ୍ୟାର ମଧ୍ୟ ସମାଧାନ ହୋଇପାରିବ। ଉନ୍ନତ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ପ୍ରସ୍ତୁତ ଗ୍ଲୋବାଲ ପୋଜିଶନିଂ ଦ୍ୱାରା ଯେ କୌଣସି ବ୍ୟକ୍ତି ନିଜ ଜମିର ସ୍ଥିତି ଓ ଅବସ୍ଥିତି ଜାଣିବା ପାଇଁ ରାଜସ୍ବ କାର୍ଯ୍ୟାଳୟ ନ ଯାଇ ଡିଜିଟାଲ ଫର୍ମାଟରେ ଯେ କୌଣସି ସ୍ଥାନରେ ରହି ଜାଣିପାରିବେ। ହେଲେ ଏହି ହାଇଟେକ୍‌ ସର୍ଭେ ବ୍ୟବସ୍ଥା କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ବ ଘଟୁଥିବା କାରଣରୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ। ଏପରି କି ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଥିବା ୫ ଜିଲାରେ ଏବେ ଦାଖଲ ଖାରଜ ହୋଇପାରୁ ନ ଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପୂର୍ବରୁ ଭୂଲେଖ ଆଇନରେ ଥିବା ପ୍ରତି ୨୫ବର୍ଷରେ ଥରେ ସେଟେଲମେଣ୍ଟ କାର୍ଯ୍ୟ ଯୋଗୁଁ ସରକାର ଅଧିକ ଖର୍ଚ୍ଚାନ୍ତ ହେବା ସହ ମଣିଷଦ୍ୱାରା ବ୍ୟବହୃତ ଚେନ୍‌ ମାପ ଓ ସରକାରଙ୍କ ଦ୍ୱାରା ସ୍ଥାପିତ ତ୍ରିଶୁଳି, ତ୍ରିଖୁଟି ସ୍ଥାନାନ୍ତର ଯୋଗୁଁ ଠିକ୍‌ ମାପ ନ ମିଳିବା ଯୋଗୁଁ ଜମି ସଂକ୍ରାନ୍ତ ମାମଲା ସମାଧାନ ହେବାକୁ ବର୍ଷ ବର୍ଷ ବିତି ଯାଇଥାଏ। ଏପରିକି ଗୋଟିଏ ସେଟେଲମେଣ୍ଟରେ ହୋଇଥିବା ଜମିର ସ୍ଥିତି ୨୫ ବର୍ଷ ପରେ ପୁନଃ ସେଟେଲମେଣ୍ଟ ବେଳେ ସ୍ଥାନ, ଚିହ୍ନ, ବଦଳି ଯାଇଥାଏ, ଯାହାକି ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଭୂଲେଖ ବିଭାଗକୁ ଜିପିଏସ୍‌ କରାଯାଇ ପୂର୍ବରୁ ଥିବା ଅସଙ୍ଗତି ଦୂର ନିମନ୍ତେ ୨୦୧୨ରେ ରାଜ୍ୟ ସରକାର ରାଜ୍ୟର ୫ଟି ଜିଲାକୁ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲା ଦେବଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ବଲାଙ୍ଗୀର। ତଦନୁଯାୟୀ ବମ୍ବେର ଏକ ଘରୋଇ ସଂସ୍ଥା ଏମ୍‌ଏସ୍‌ଆଇଆଇସି ଟେକ୍ନୋଲୋଜିସ ପ୍ରାଇଭେଟ ଲିମିଟେଡ ସହ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଛି। ଚୁକ୍ତି ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ୨୦୧୩ରୁ କାର୍ଯ୍ୟ ଆରମ୍ଭ କରି ୨୦୧୫ରେ ଶେଷ କରିବାର ଥିଲା। କିନ୍ତୁ ୨୦୨୨ ଶେଷ ହେବାକୁ ବସିଥିବାବେଳେ ହାଇଟେକ୍‌ ସର୍ଭେ କାମ ଶେଷ ହେବାତ ଦୂରର କଥା, ୫୦ ପ୍ରତିଶତ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ୫ଟି ଜିଲାର ୬,୬୩୬ ଗ୍ରାମରେ ଆରମ୍ଭ ହୋଇଥିବା କାର୍ଯ୍ୟରେ ମାତ୍ର ୬୯୫ ଗ୍ରାମର ନକ୍ସା ଏବଂ ଆର୍‌ଓଆର୍‌ ପ୍ରକାଶନ ହୋଇପାରିଛି। ଅନ୍ୟପକ୍ଷରେ ଉପରୋକ୍ତ ୫ ଜିଲାରେ ୨୦୧୨ ରୁ ମ୍ୟୁଟେଶନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଫଳରେ ଜମି କିଣାବିକାରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ୨ୟ ପର୍ଯ୍ୟାୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦୁଝର ଜିଲାକୁ ହାଇଟେକ ସର୍ଭେରେ ସାମିଲ କରିବା ଲକ୍ଷ୍ୟରେ ୨୦୧୩ରେ ରାଜ୍ୟ ସରକାର ଏମ୍‌.ଏସ୍‌. ଟ୍ରାଇକାର୍ଡ ନାମକ ସଂସ୍ଥା ସହ ଚୁକ୍ତି କରିଥିଲେ ହେଁ ସେହିବର୍ଷ ସମ୍ପୃକ୍ତ ସଂସ୍ଥା କାର୍ଯ୍ୟ ଛାଡ଼ି ପଳାଇଯିବାରୁ ସମ୍ପୃକ୍ତ ୪ ଜିଲାରେ ଏଯାଏ ହାଇଟେକ୍‌ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ଫଳରେ ଏହି ବ୍ୟବସ୍ଥା ରାଜ୍ୟରେ କେତେଦୂର ସଫଳ ହେବ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଭୂ-ଅଭିଲେଖ ଓ ସର୍ବେକ୍ଷଣ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ତଥା ସଚିବ ବ୍ରହ୍ମାନନ୍ଦ ବେହେରାଙ୍କୁ ଯୋଗାଯୋଗ କରାଯିବାରୁ ଘଟଣାକୁ ସ୍ବୀକାର କରିବା ସହ ବିଭାଗୀୟ ପରିଚାଳନାଗତ ତ୍ରୁଟି ଯୋଗୁଁ କାର୍ଯ୍ୟରେ ବିଳମ୍ବ ହେଉଛି। କଟକ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦୁଝର ଜିଲାର ସର୍ଭେ ପାଇଁ ନୂତନ କାର୍ଯ୍ୟ ନିର୍ବାହୀ ସଂସ୍ଥା ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?