୩୦ ଜିଲାରେ ୩୪ କାଗଜବିହୀନ କୋର୍ଟ

କଟକ ଅଫିସ, ୧୮।୯: ବିଚାର ବ୍ୟବସ୍ଥାର ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳ ଅପରିହାର୍ଯ୍ୟ ହୋଇଛି। ମାମଲାର ତ୍ୱରିତ ଫଇସଲା ଦିଗରେ ଏହା ସହାୟକ ହେବ। ଓଡ଼ିଶା ହାଇକୋର୍ଟ (ଇ-ଇନିସିଏଟିଭ) ଅନ୍‌ଲାଇନ୍‌ ପ୍ରୟାସ ଭାରତୀୟ ବିଚାର ବ୍ୟବସ୍ଥାକୁ ନୂଆ ଦିଶା ଦେଖାଇଛି ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ କହିଛନ୍ତି। ଓଡ଼ିଶା ହାଇକୋର୍ଟ ପକ୍ଷରୁ କଟକସ୍ଥିତ ଜୁଡିସିଆଲ ଏକାଡେମୀ ସମ୍ମିଳନୀ କକ୍ଷରେ ଶନିବାର ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ବିଚାରପତି ଲଳିତ ଯୋଗଦେଇ ଓଡ଼ିଶାର ୩୦ ଜିଲାର ୩୪ଟି କାଗଜବିହୀନ କୋର୍ଟକୁ ଉଦ୍‌ଘାଟନ କରିଥିଲେ। ଏଥିସହ ସେ ଭାରତୀୟ ବିଚାର ବ୍ୟବସ୍ଥାରେ ବୈଷୟିକ ଜ୍ଞାନର ବୈପ୍ଳବିକ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ଏବେ ବୈଷୟିକ ଜ୍ଞାନକୌଶଳର ବିକାଶ ଫଳରେ କାଗଜବିହୀନ କୋର୍ଟ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ବହୁ ସକାରାତ୍ମକ ପ୍ରଭାବ ପଡୁଛି। ଓଡ଼ିଶାର ବିଚାର ବିଭାଗୀୟ ଅଧିକାରୀମାନେ ସ୍ବେଚ୍ଛାକୃତ ଭାବେ କାଗଜବିହୀନ କୋର୍ଟ ନିମନ୍ତେ ଆଗେଇଆସିବା ଖୁସିର କଥା ବୋଲି ପ୍ରଧାନ ବିଚାରପତି କହିଥିଲେ।
ସୁପ୍ରିମକୋର୍ଟ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଯୋଗଦେଇ କହିଥିଲେ, ବିଚାର ବ୍ୟବସ୍ଥାରେ ଇ-ପ୍ରୟାସ କରି ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ପଦକ୍ଷେପ ନେଇଛି। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହା ଏକ ଉଲ୍ଲେଖନୀୟ ସ୍ମାରକୀ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ସ୍ବାଗତ ଭାଷଣ ଦେଇ କହିଥିଲେ, କାଗଜବିହୀନ କୋର୍ଟ ସମେତ କୋର୍ଟ ଫି ଇ-ଦେୟ, ଭର୍ଚୁଆଲ ଶୁଣାଣି, ଇ-ଟ୍ରାଫିକ୍‌ ଚାଲାଣ ଆଦି କାର୍ଯ୍ୟକ୍ଷମ କରିବା ଦିଗରେ ସୁପ୍ରିମକୋର୍ଟ ଇ-କମିଟିର ପ୍ରମୁଖ ମାର୍ଗଦର୍ଶନ ରହିଛି। ଜିଲାସ୍ତରରେ କାଗଜବିହୀନ କୋର୍ଟ ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ହେବ। ଏଥିପାଇଁ ଓଡ଼ିଶାର ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ଖୁବ୍‌ଶୀଘ୍ର ସ୍କ୍ରିନ୍‌ ଟଚ୍‌ ଲାପ୍‌ଟପ୍‌ ଦିଆଯିବ ବୋଲି ମୁଖ୍ୟ ବିଚାରପତି ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଇ-କମିଟି ଅଧ୍ୟକ୍ଷ ତଥା ବିଚାରପତି ଏମ୍‌.ଆର୍‌. ଶାହା ଓଡ଼ିଶା ହାଇକୋର୍ଟ ଦ୍ୱାରା ନିଆଯାଇଥିବା ଏହି କାଗଜବିହୀନ କୋର୍ଟ ବ୍ୟବସ୍ଥା ଅନ୍ୟ ରାଜ୍ୟରେ ଲାଗୁ ହେବ ବୋଲି ଆଶାପ୍ରକାଶ କରିଥିଲେ। ଓଡ଼ିଶା ହାଇକୋର୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି କମିଟିର ଅଧ୍ୟକ୍ଷ ତଥା ବିଚାରପତି ଏସ୍‌. ତାଳପତ୍ର ଧନ୍ୟବାଦ ଅର୍ପଣ କରି ରାଜ୍ୟ ବିଚାର ବ୍ୟବସ୍ଥାର ଇ-ପ୍ରୟାସ ହାଇକୋର୍ଟ ମୁଖ୍ୟ ବିଚାରପତି ମୁରଲୀଧରଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି ବୋଲି କହିଥିଲେ। କାଗଜବିହୀନ କୋର୍ଟ ବ୍ୟବସ୍ଥା ଲାଗୁ ପୂର୍ବରୁ ହାଇକୋର୍ଟର ସମସ୍ତ ବେଞ୍ଚରେ ଏହି ବ୍ୟବସ୍ଥା ପ୍ରଥମେ କାର୍ଯ୍ୟକାରୀ କରାଯାଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।ଏହି ଅବସରରେ ହାଇକୋର୍ଟର ୭୫ ବର୍ଷ ସ୍ମାରକୀ ସ୍ବରୂପ ହାଇକୋର୍ଟ ଛବି ଥାଇ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଓ କାନସେଲାସନ୍‌ କାଚେଟ ଏବଂ ୬ଟି ପୋଷ୍ଟକାର୍ଡ ଉନ୍ମୋଚନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସର୍କଲର ଚିଫ୍‌ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ବାଇଁ, ଆଡ୍‌ଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ହାଇକୋର୍ଟ ପାଇଁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍‌ ଇଣ୍ଡିଆ ପ୍ରସନ୍ନ କୁମାର ପାଢ଼ୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଡିଜିପି ସୁନୀଲ ବଂଶଲ, ହାଇକୋର୍ଟର ବିଚାରପତିମାନେ, ଜିଲା ଜଜ, ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri