କର୍କଟ ପୀଡ଼ିତ ନାବାଳକଙ୍କ ଗୋଡ଼ରୁ ବାହାରିଲା ଟ୍ୟୁମର

କଟକ ଅଫିସ,୧୫ା୯: ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲର ଡାକ୍ତରୀ ଟିମ୍‌ ଅସ୍ଥି କର୍କଟରେ ଆକ୍ରାନ୍ତ ଜଣେ ୧୩ବର୍ଷର ନାବାଳକ ଗୋଡ଼ରୁ ସଫଳତାର ସହ ଏକ ଟ୍ୟୁମର ବାହାର କରି ତାକୁ ନୂଆ ଜୀବନ ଦେଇଛନ୍ତି। ନାବାଳକଙ୍କଠାରେ ପ୍ରଥମ ଲୋୟର ଲିମ୍ବ ସାଲ୍‌ଭେଜ ସର୍ଜରି କରାଯାଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବିରଳ ସର୍ଜରି କରାଯାଇଥିବା ହସ୍‌ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଡାକ୍ତରମାନେ ଏହି ଅସ୍ତ୍ରୋପଚାର ଜରିଆରେ ପ୍ରଭାବିତ ଅସ୍ଥି ଅଂଶକୁ ବାହାର କରି ସେହି ସ୍ଥାନରେ ପ୍ରୋସ୍‌ଥେଟିକ୍ସ ଖଞ୍ଜି ଉକ୍ତ ବାଳକଙ୍କ ଅଙ୍ଗକୁ ସୁରକ୍ଷିତ ରଖିବାରେ ସଫଳ ହୋଇପାରିଛନ୍ତି। ଏହି ଅସ୍ତ୍ରୋପଚାର ସର୍ଜିକାଲ ଅଙ୍କୋଲୋଜିଷ୍ଟ ଡା. ଜ୍ୟୋତି ରଞ୍ଜନ ସ୍ବାଇଁ, ଅର୍ଥୋପେଡିକ ଅଙ୍କୋଲୋଜିଷ୍ଟ ଡା. କ୍ଷିତୀଶ ମହାନ୍ତି ଓ ସେମାନଙ୍କ ଚିକିତ୍ସା ଦଳ ଦ୍ୱାରା ସମ୍ପାଦିତ ହୋଇଛି। ବାଳକ ଜଣକ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯିବା ପରେ ତାଙ୍କ ମାତାପିତା ଦୁଃଖରେ ଭାଙ୍ଗିପଡିଥିଲେ। ତେବେ ଏଠାରେ ଡାକ୍ତରୀଦଳଙ୍କ ଠାରୁ ଭରସା ପାଇ ପୁଅକୁ ଚିକିତ୍ସା ନିମନ୍ତେ ରାଜି ହୋଇଥିଲେ। ନାବାଳକ ଜଣକ ଏବେ ସୁସ୍ଥ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

କୋଇଡ଼ାରେ ଚାଞ୍ଚଲ୍ୟ! ଜଗୁଆଳିଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ବଣାଇଁ,୧୩।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ସର୍ଗୀଗଡ଼ ଗାଁରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି…

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…

କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍‌ ପାଇପ୍‌ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?