ବୌଦ୍ଧ

୫-ଟି ସଚିବଙ୍କୁ ବିରୋଧ ବଢ଼ୁଛି

ବୌଦ୍ଧ,୬।୭(ଅଜିତ କୁମାର ବାରିକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକର ବିରୋଧ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୋନପୁର ଗସ୍ତବେଳେ ୫-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଥିବାବେଳେ ବୁଧବାର ବୌଦ୍ଧରେ…

ଉଚ୍ଚଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବ

ବୌଦ୍ଧ,୨।୭(ଅଜିତ କୁମାର ବାରିକ)ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ବୌଦ୍ଧ ଏକ ପଛୁଆ ଜିଲା ଭାବରେ ରାଜ୍ୟରେ ପରିଗଣିତ ହେଉଥିବାବେଳେ ଜିଲାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଜିଲାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ ସହ କେତେକ କଲେଜରେ…

୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବୌଦ୍ଧ,୧ା୭(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ବିକ୍ରମ କୁମାର ପ୍ରଧାନ ଶୁକ୍ରବାର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରକରି ୨ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଦନ୍ତାହାତୀର ମୃତ୍ୟୁ

କଣ୍ଟାମାଳ,୧୪ା୬(ଆଦିତ୍ୟେଶ୍ୱର ମିଶ୍ର): ବୌଦ୍ଧ ଜିଲା କଣ୍ଟାମାଳ ବନଖଣ୍ଡ ଘୁଚାଙ୍ଗୀ ଗାଁ ନିକଟ ବିଲରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୁଧବାର ପାହାନ୍ତିଆରେ ଏକ ହାତୀର ଚିତ୍କାର ଶୁଣିଥିଲେ। ସକାଳ ହେବା…

ଦୁର୍ଘଟଣାରେ ଜଣେ ମୃତ, ୬ ଗୁରୁତର

ବାଉଁଶୁଣୀ, ୧୨।୬(ଡି.ଏନ.ଏ.): ବୌଦ୍ଧ ଜିଲା ୫୭ ନଂ. ଜାତୀୟ ରାଜପଥର ବାଉଁଶୁଣୀ ଥାନା ଅନ୍ତର୍ଗତ ଦନ୍ତାପାଲି ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଆଗ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏଥିରେ ଜଣଙ୍କର…

୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌

ବୌଦ୍ଧ,୯ା୬(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ୧ମିଟର ନିମ୍ନଗାମୀ ହେବାରେ ଲାଗିଛି। ମହାନଦୀ, ତେଲନଦୀ ଓ ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ପରିମାଣ କମୁଛି। ଗ୍ରୀଷ୍ମଋତୁରେ ପାନୀୟ ଜଳ ପାଇଁ ଲୋକେ ଆଉଟୁପାଉଟ ହେଉଛନ୍ତି। ନାଳ ଓ ଚୁଆର ଦୂଷିତ ପାଣି…

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ତଳଗାଁ,୩ା୬(ଡି.ଏନ.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ୫ଟି ପାହାଡ଼ ଡେଇଁଲେ ପଡେ ରାଣୀସାହି । ଶୁକ୍ରବାର ଜିଲାସ୍ତରରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପାଦ ପଡିଥିଲା ରାଣୀସାହି ଗ୍ରାମରୋ ଡ. ସଂଘମିତ୍ରା ପଣ୍ଡା, ଡ. ମଦନମୋହନ ପ୍ରଧାନ, ଡ. ସିଦ୍ଧାର୍ଥ,…

୩୫ ଘଡ଼ିଆଳ କୁମ୍ଭୀର ଛୁଆ ଜନ୍ମ

ପୁରୁଣାକଟକ,୩୦ା୫(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁଶଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳର ମହାନଦୀ ଭିତରେ ୩୫ଟି ଘଡିଆଳ କୁମ୍ଭୀର ଛୁଆ ଜନ୍ମ ନେଇଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି। ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ…

କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ,୨୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଚିରସ୍ରୋତା ମହାନଦୀ ଜିଲାର ମନମୁଣ୍ଡାଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ମହାନଦୀ କୂଳରେ ୨୦୦ରୁ ଅଧିକ ଗ୍ରାମ ଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଘର କରି…

ଅଭିଯୁକ୍ତ ଦୁଇ ପୁତୁରାଙ୍କୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ,୧୬ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଦୁଇ ପୁତୁରାଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଥିବା ବେଳେ ଭାଇ ଓ ଭଣଜାଙ୍କୁ…

୪ ବର୍ଷ ହେଲା ଶଯ୍ୟାଶାୟୀ ଭାରତୀ

ବାଉଁଶୁଣୀ,୧୫ା୫(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତ ବଉଦିଆପଡ଼ା ଗ୍ରାମର ଭାରତୀ ମେହେର (୩୦) ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ସେ ବରଗଡ଼ ଜିଲା ବରପାଲି ଗ୍ରାମରେ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ କୌଣସି କାରଣରୁ ସ୍ବାମୀ…

ଘର ଭିତରେ ପଶିଗଲା କାର୍‌, ଚାଲିଗଲା ମହିଳାଙ୍କ ଜୀବନ

ବୌଦ୍ଧ,୧୪ା୫(ସ୍ବ.ପ୍ର.): ବୌଦ୍ଧ ଜିଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥର ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଲୁହୁରାଗଡ଼ିଆ ଛକ ନିକଟରେ ରବିବାର ଏକ ଘର ଭିତରକୁ କାର୍‌ ପଶି ଯିବାରୁ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତ ମହିଳା ଜଣଙ୍କ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?