ଉଚ୍ଚଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବ

ବୌଦ୍ଧ,୨।୭(ଅଜିତ କୁମାର ବାରିକ)ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ବୌଦ୍ଧ ଏକ ପଛୁଆ ଜିଲା ଭାବରେ ରାଜ୍ୟରେ ପରିଗଣିତ ହେଉଥିବାବେଳେ ଜିଲାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଜିଲାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ ସହ କେତେକ କଲେଜରେ ଆବଶ୍ୟକ ଅଧ୍ୟାପକ ଅଧ୍ୟାପିକାଙ୍କ ଅଭାବ ରହିଛି। ଫଳରେ ଅର୍ଥ ଅଭାବରୁ ଜିଲାର ବହୁ ଗରିବ ମେଧାବୀ ପିଲା ଅଧାରୁ ପାଠପଢା ଛାଡିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଏବେ ଚିନ୍ତାର ବିଷୟ ହେଲା ଚଳିତବର୍ଷ ଜିଲାରେ ୬୨୯୯ଛାତ୍ରୀଛାତ୍ର ମାଟ୍ରିକ୍‌ ପାଶ କରିଥିବାବେଳେ ଜିଲାରେ ଥିବା ୨୦ଟି ସମସ୍ତ ଅନୁଦାନପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମୁଦାୟ ୪୧୨୮ଟି ସିଟ୍‌ ରହିଛି। ଯଦିଓ ସରକାର ମହାବିଦ୍ୟାଳୟମାନଙ୍କୁ ଆବଶ୍ୟକତା ଅନୁଯାୟୀ ସିଟ ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏତେ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କ ପାଠ ପଢିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ଅଭାବ ରହିଛି। ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବା ଓ ଶ୍ରେଣୀ ଗୃହର ଅଭାବ, ପିଲାଙ୍କ ପଢିବା ପାଇଁ ଚେୟାର ଟେବୁଲ ଆଦିର ସମସ୍ୟା ରହିଛି। ଫଳରେ କତ୍ତୃପକ୍ଷ ଅଧିକ ସିଟ୍‌ ବୃଦ୍ଧି କରିବାକୁ ଅମଙ୍ଗ ଥିବା ଜଣାପଡିଛି। ଜିଲାର ନୋଡାଲ ମହାବିଦ୍ୟାଳୟ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତଦୁଇ କଳାରେ ମାତ୍ର ୨୫୬ ସିଟ ରହିଥିବାବେଳେ ବିଜ୍ଞାନରେ ୧୨୮, ବାଣିଜ୍ୟରେ ୬୪ଟି ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩୨ଟି ସିଟ ରହିଛି। ବୌଦ୍ଧ ଏନଏସିରେ ପଞ୍ଚାୟତ ମହାବିଦ୍ୟାଳୟକୁ ମିଶାଇ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ କଳାରେ ୭୬୮, ବିଜ୍ଞାନରେ ୧୨୮ ଓ ବାଣିଜ୍ୟରେ ୬୪ ସିଟ ରହିଛି। ବୌଦ୍ଧ ବ୍ଲକରେ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ କଳାରେ ୧୦୭୮ ସିଟି ରହିଛି। ସେହିପରି ହରଭଙ୍ଗା ବ୍ଲକରେ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ ୭୪୬ଟି ସିଟ ରହିଛି। କଣ୍ଟାମାଳ ବ୍ଲକରେ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ ୧୨୪୮କଳା, ବିଜ୍ଞାନରେ ୪୬ ସିଟ ରହିଛି। ଜିଲାରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମୁଦାୟ କଳାରେ ୩୮୪୦, ବିଜ୍ଞାନରେ ୧୯୨ ଓ ବାଣିଜ୍ୟରେ ୬୪ ଓ ଧନ୍ଦାମୂଳକ ଶିକ୍ଷାରେ ୩୨ସିଟ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ ସ୍ଥାନ ଅଭାବରୁ ପିଲାମାନେ ପାଠ ପଢି ନ ପାରିବା ଫଳରେ କାମଧନ୍ଧା ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଥିବାର ଅଭିଯୋଗ ହେଉଛି। ଅନେକ ପିଲା ସେହି ବର୍ଷ ପଢି ନ ପାରି ତାପର ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। କାଳେ ସିଟି ମିଳିଲେ ପାଠ ପଢିବୁ ବୋଲି ଏଭଳି ଆଶାନେଇ ଅପେକ୍ଷା କରୁଛନ୍ତି। ଏଥିସହ ଯେଉଁ ମେଧାବୀ ଛାତ୍ରୀଛାତ୍ର ମାଟ୍ରିକ ପାଶ କରିଛନ୍ତି ସେମାନେ ବଡବଡ କଲେଜରେ ପଢିବା ପାଇଁ ବାହାରକୁ ଚାଲିଯାଉଛନ୍ତି। ଯେଉଁ ଛାତ୍ରୀଛାତ୍ରଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିଛି ସେମାନେ ମଧ୍ୟ ବାହାରକୁ ପଢିବାକୁ ଚାଲିଯାଉଛନ୍ତି। ତେଣୁ ସରକାର ଜିଲାରେ ଯେପରି ଅଧିକ ପିଲା ଉଚ୍ଚଶିକ୍ଷା ପାଇବେ ସେଥିପ୍ରତି ଗୁରୁତ୍ୱ ଦେଇ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଲେ ଅଞ୍ଚଳର ବହୁ ମେଧାବୀ ଓ ଗରିବ ପିଲା ଉଚ୍ଚଶିକ୍ଷା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?