ଉଚ୍ଚଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଅଭାବ

ବୌଦ୍ଧ,୨।୭(ଅଜିତ କୁମାର ବାରିକ)ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ବୌଦ୍ଧ ଏକ ପଛୁଆ ଜିଲା ଭାବରେ ରାଜ୍ୟରେ ପରିଗଣିତ ହେଉଥିବାବେଳେ ଜିଲାରେ ଉଚ୍ଚ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ଜିଲାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ ସହ କେତେକ କଲେଜରେ ଆବଶ୍ୟକ ଅଧ୍ୟାପକ ଅଧ୍ୟାପିକାଙ୍କ ଅଭାବ ରହିଛି। ଫଳରେ ଅର୍ଥ ଅଭାବରୁ ଜିଲାର ବହୁ ଗରିବ ମେଧାବୀ ପିଲା ଅଧାରୁ ପାଠପଢା ଛାଡିବାକୁ ଏକ ପ୍ରକାର ବାଧ୍ୟ ହେଉଛନ୍ତି। ଏବେ ଚିନ୍ତାର ବିଷୟ ହେଲା ଚଳିତବର୍ଷ ଜିଲାରେ ୬୨୯୯ଛାତ୍ରୀଛାତ୍ର ମାଟ୍ରିକ୍‌ ପାଶ କରିଥିବାବେଳେ ଜିଲାରେ ଥିବା ୨୦ଟି ସମସ୍ତ ଅନୁଦାନପ୍ରାପ୍ତ, ଅଣଅନୁଦାନ ପ୍ରାପ୍ତ ଓ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମୁଦାୟ ୪୧୨୮ଟି ସିଟ୍‌ ରହିଛି। ଯଦିଓ ସରକାର ମହାବିଦ୍ୟାଳୟମାନଙ୍କୁ ଆବଶ୍ୟକତା ଅନୁଯାୟୀ ସିଟ ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏତେ ସଂଖ୍ୟାରେ ଛାତ୍ରୀଛାତ୍ରଙ୍କ ପାଠ ପଢିବା ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଭିତ୍ତିଭୂମିର ଅଭାବ ରହିଛି। ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନ ଥିବା ଓ ଶ୍ରେଣୀ ଗୃହର ଅଭାବ, ପିଲାଙ୍କ ପଢିବା ପାଇଁ ଚେୟାର ଟେବୁଲ ଆଦିର ସମସ୍ୟା ରହିଛି। ଫଳରେ କତ୍ତୃପକ୍ଷ ଅଧିକ ସିଟ୍‌ ବୃଦ୍ଧି କରିବାକୁ ଅମଙ୍ଗ ଥିବା ଜଣାପଡିଛି। ଜିଲାର ନୋଡାଲ ମହାବିଦ୍ୟାଳୟ ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତଦୁଇ କଳାରେ ମାତ୍ର ୨୫୬ ସିଟ ରହିଥିବାବେଳେ ବିଜ୍ଞାନରେ ୧୨୮, ବାଣିଜ୍ୟରେ ୬୪ଟି ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩୨ଟି ସିଟ ରହିଛି। ବୌଦ୍ଧ ଏନଏସିରେ ପଞ୍ଚାୟତ ମହାବିଦ୍ୟାଳୟକୁ ମିଶାଇ ୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ କଳାରେ ୭୬୮, ବିଜ୍ଞାନରେ ୧୨୮ ଓ ବାଣିଜ୍ୟରେ ୬୪ ସିଟ ରହିଛି। ବୌଦ୍ଧ ବ୍ଲକରେ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ କଳାରେ ୧୦୭୮ ସିଟି ରହିଛି। ସେହିପରି ହରଭଙ୍ଗା ବ୍ଲକରେ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ ୭୪୬ଟି ସିଟ ରହିଛି। କଣ୍ଟାମାଳ ବ୍ଲକରେ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଥିବାବେଳେ ୧୨୪୮କଳା, ବିଜ୍ଞାନରେ ୪୬ ସିଟ ରହିଛି। ଜିଲାରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମୁଦାୟ କଳାରେ ୩୮୪୦, ବିଜ୍ଞାନରେ ୧୯୨ ଓ ବାଣିଜ୍ୟରେ ୬୪ ଓ ଧନ୍ଦାମୂଳକ ଶିକ୍ଷାରେ ୩୨ସିଟ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ ସ୍ଥାନ ଅଭାବରୁ ପିଲାମାନେ ପାଠ ପଢି ନ ପାରିବା ଫଳରେ କାମଧନ୍ଧା ଅନ୍ବେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଥିବାର ଅଭିଯୋଗ ହେଉଛି। ଅନେକ ପିଲା ସେହି ବର୍ଷ ପଢି ନ ପାରି ତାପର ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। କାଳେ ସିଟି ମିଳିଲେ ପାଠ ପଢିବୁ ବୋଲି ଏଭଳି ଆଶାନେଇ ଅପେକ୍ଷା କରୁଛନ୍ତି। ଏଥିସହ ଯେଉଁ ମେଧାବୀ ଛାତ୍ରୀଛାତ୍ର ମାଟ୍ରିକ ପାଶ କରିଛନ୍ତି ସେମାନେ ବଡବଡ କଲେଜରେ ପଢିବା ପାଇଁ ବାହାରକୁ ଚାଲିଯାଉଛନ୍ତି। ଯେଉଁ ଛାତ୍ରୀଛାତ୍ରଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିଛି ସେମାନେ ମଧ୍ୟ ବାହାରକୁ ପଢିବାକୁ ଚାଲିଯାଉଛନ୍ତି। ତେଣୁ ସରକାର ଜିଲାରେ ଯେପରି ଅଧିକ ପିଲା ଉଚ୍ଚଶିକ୍ଷା ପାଇବେ ସେଥିପ୍ରତି ଗୁରୁତ୍ୱ ଦେଇ ଅଧିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଲେ ଅଞ୍ଚଳର ବହୁ ମେଧାବୀ ଓ ଗରିବ ପିଲା ଉଚ୍ଚଶିକ୍ଷା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri