ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌

ବୌଦ୍ଧ,୧୬।୭( ଅଜିତ କୁମାର ବାରିକ )ଶିକ୍ଷାର ଉନ୍ନତି ସକାଶେ ସରକାର ଗୁରୁତ୍ୱ ଦେବା ସହ ବର୍ତ୍ତମାନ ବିଦ୍ୟାଳୟଗୁଡିକ ୫-ଟିରେ ରୂପାନ୍ତରିତ କରାଯାଇ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି ା ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ପୂର୍ବରୁ ସର୍ବଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଇଥିଲା। କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ୨୦୧୪ ମସିହାରେ ସରକାର ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ଅଷ୍ଟମ ରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରିଥିଲେ। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରତ୍ୟେକ ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‌ ନିର୍ମାଣ ସହିତ ବିଦ୍ୟୁତିକରଣ ଓ କମ୍ପ୍ୟୁଟର ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଛାତ୍ରୀଛାତ୍ରମାନେ ବାହାରେ କମ୍ପ୍ୟୁଟର ଶିଖିବାର ସୁଯୋଗ ପାଉ ନ ଥିବା ବେଳେ ବିଦ୍ୟାଳୟ ପାଠ୍ୟକ୍ରମରେ କମ୍ପ୍ୟୁଟର ଶିକ୍ଷା ପାଇବା ଯୋଗୁ ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଥିଲା। ଏହି ଯୋଜନାରେ ବୌଦ୍ଧ ଜିଲାର ୨୮ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ କରାଯାଇଥିଲା। ମାତ୍ର କମ୍ପ୍ୟୁଟର ଶିକ୍ଷକ ଅଭାବରୁ ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା। ଶିକ୍ଷକ ନ ଥିବାରୁ କିଛିଦିନ ପରେ କମ୍ପ୍ୟୁଟର ଲ୍ୟାବ୍‌ରେ ତାଲା ପଡିଲା। ଫଳରେ ଛାତ୍ରୀଛାତ୍ର କମ୍ପ୍ୟୁଟର ଥାଇ ବି କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚତ୍ତ ହେବା ସହ କିଣାଯାଇଥିବା କମ୍ପ୍ୟୁଟର, ଜେନେରେଟର, ପ୍ରୋଜେକ୍ଟର, ପ୍ରିଣ୍ଟର ଆଦି ଖତ ଖାଉଛି ା ଆଉ କେତେକ ବିଦ୍ୟାଳୟରେ ଠିକା ଭିତ୍ତିରେ କମ୍ପ୍ୟୁଟର ଶିକ୍ଷକ ଯୋଗାଇ ଦିଆଯାଇଥିଲା। ଛାତ୍ରୀଛାତ୍ରମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ସପ୍ତାହକୁ ୩ ଦିନ ପ୍ରାକ୍ଟିକାଲ ଓ ୩ ଦିନ ଥିଓରି କ୍ଲାସ ହେବାକୁ ସ୍ଥିର ହୋଇଥିଲା। ସେହିପରି ୬ ମାସରେ ଥରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କମ୍ପ୍ୟୁଟର ଜ୍ଞାନ କୌଶଳ ପରୀକ୍ଷା ମଧ୍ୟ ହେଉଥିଲା ା ମାତ୍ର ଉକ୍ତ କମ୍ପ୍ୟୁଟର ଶିକ୍ଷକମାନଙ୍କ ଚୁକ୍ତି ସମାପ୍ତ ପରେ ଆଉ ନବୀକରଣ କରା ନ ଯାଇ ସମସ୍ତଙ୍କୁ ଛଟେଇ କରି ଦିଆଯାଇଥିଲା। ସୂଚନା ମୁତାବକ, ସରକାର ସର୍ଭିସ ପ୍ରୋଭାଇଡର ମାଧ୍ୟମରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିଥିଲେ। ଉକ୍ତ କମ୍ପ୍ୟୁଟର ଶିକ୍ଷକମାନଙ୍କ ୫ ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତି ଥିବାରୁ ସେମାନଙ୍କୁ ୨୦୧୯ ଏପ୍ରିଲରେ ଛଟେଇ କରିଦିଆଯାଇଥିଲା। ତେବେ ଗ୍ରୀଷ୍ମଛୁଟି ପରେ କମ୍ପୁଟର ଶିକ୍ଷକମାନଙ୍କ ଚୁକ୍ତିର ନବୀକରଣ କରାଯିବା କିମ୍ବା ତାଙ୍କ ସ୍ଥାନରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତିି ଦିଆଯାଇ ନ ଥିବାରୁ ସ୍କୁଲଗୁଡିକରେ କମ୍ପ୍ୟୁଟର ଶିକ୍ଷା ଠପ୍‌ ହୋଇପହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?