୨ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବୌଦ୍ଧ,୧ା୭(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ବିକ୍ରମ କୁମାର ପ୍ରଧାନ ଶୁକ୍ରବାର ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାର ବିଚାରକରି ୨ଜଣ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଏହାଛଡ଼ା ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ମାମଲାରୁ ପ୍ରକାଶ, ବୌଦ୍ଧ ଜିଲାର ପେନାବାଲି ଜଙ୍ଗଲ ମଧ୍ୟରେ ଏକ ଖୋଲା ପଡ଼ିଆରେ ବିପୁଳ ପରିମାଣର ଗଞ୍ଜେଇ ବସ୍ତାରେ ଭର୍ତ୍ତି କରାଯାଇ ବାହାରକୁ ଚାଲାଣ କରିବାକୁ ଉଦ୍ୟମ କରାଯାଉଥିବା ପୋଲିସକୁ ସୂଚନା ମିଳିଥିଲା। ଫଳରେ ଗତ ୧୪ା୩ା୨୦୧୯ରେ ବୌଦ୍ଧ ଥାନାର ଏସ୍‌ଆଇ ସସ୍ମିତା ମଗର ଓ ଅନ୍ୟ ପୋଲିସ କର୍ମଚାରୀ ଉକ୍ତ ଜଙ୍ଗଲରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଅଭିଯୁକ୍ତମାନେ ଫେରାରହେବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ ୨ଅଭିଯୁକ୍ତ ପେନାବାଲି ଗ୍ରାମର ଯୋଗୀନ୍ଦ୍ର କହଁର (୬୫) ଓ ସିନ୍ଧୁ କହଁର (୪୮)ଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଅନ୍ୟ ଅଭିଯୁକ୍ତ ପେନାବାଲି ଗ୍ରାମର ଶିବ କହଁର, ରେଙ୍ଗୁଟୁ କହଁର, ଭଞ୍ଜ କହଁର ଓ ମଳିକପଡ଼ା ଗ୍ରାମର ଅଜିତ ମଲିକ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରୁ ୯ ଗୋଟି ଜରିବସ୍ତାରୁ ୨ କୁଇଣ୍ଟାଲ ୬୯ କେଜି ଗଞ୍ଜେଇ ଜବତ କରିବା ସହ ଏକ ମାମଲା ବୌଦ୍ଧ ଥାନା କେସ୍‌ ନଂ. ୫୯/୧୯ରେ ରୁଜୁକରି ୨ ଅଭିଯୁକ୍ତ ଯୋଗୀନ୍ଦ୍ର ଓ ସିନ୍ଧୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା ା ଏହି ମାମଲାରେ ପୋଲିସ ଅଭିଯୁକ୍ତ ଅଜିତ ମଲିକଙ୍କୁ ପରେ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି ା ପରବର୍ତ୍ତୀ ସମୟରେ ମାମଲାଟି ବୌଦ୍ଧ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ (ସ୍ପେଶାଲ କେସ୍‌ ନଂ. ୩୦/୧୯ ) ୩ ଅଭିଯୁକ୍ତ ଯୋଗୀନ୍ଦ୍ର, ସିନ୍ଧୁ ଓ ଅଜିତଙ୍କ ପାଇଁ ବିଚାର ହୋଇଥିଲା ା ସରକାରଙ୍କ ପକ୍ଷରୁ ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ପ୍ରମାଣ ଥିବା ନେଇ ଅଦାଲତ ଅଭିଯୁକ୍ତ ଯୋଗୀନ୍ଦ୍ର ଓ ସିନ୍ଧୁଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ପ୍ରମାଣ ଅଭାବରୁ ଅଭିଯୁକ୍ତ ଅଜିତ ମଲିକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରଙ୍କ ପକ୍ଷରୁ ମାମଲାକୁ ସରକାରୀ ଓକିଲ ସବିତା କୁମାରୀ ପଣ୍ଡା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?