୫-ଟି ସଚିବଙ୍କୁ ବିରୋଧ ବଢ଼ୁଛି

ବୌଦ୍ଧ,୬।୭(ଅଜିତ କୁମାର ବାରିକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକର ବିରୋଧ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୋନପୁର ଗସ୍ତବେଳେ ୫-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଥିବାବେଳେ ବୁଧବାର ବୌଦ୍ଧରେ ସମାନ ଘଟଣା ଘଟିଛି। ଭାଜପା ଓ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ସହ ନାନା ବିରୋଧାତ୍ମକ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳୁଛି।
ପାଣ୍ଡିଆନ ବୁଧବାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ହେଲେ ୨ ପ୍ରମୁଖ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା।

ସଚିବ ପାଣ୍ଡିଆନ ସକାଳେ କଣ୍ଟାମାଳ ବ୍ଲକର ଆମ୍ବଗାଁ ଜନତା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସଭାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ପ୍ରଥମେ ବହୁ ସଂଖ୍ୟକ ଦଳୀୟ କର୍ମୀ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ପାଣ୍ଡିଆନ ଗୋ ବ୍ୟାକ୍‌ ବୋଲି କହିଥିଲେ। ଏହି ସମୟରେ ଦଳ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଆମ୍ବଗାଁରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସଚିବ କଣ୍ଟାମାଳ ବ୍ଲକରେ କାର୍ଯ୍ୟକ୍ରମ ସାରି ବୌଦ୍ଧ ଗସ୍ତ କରିଥିଲେ। ସେଠାରେ ପହଞ୍ଚତ୍ବାର କିଛି ସମୟ ପୂର୍ବରୁ ସଭାସ୍ଥଳ ନିକଟସ୍ଥ ଜିଲା ସଂଗ୍ରହାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଠାତ୍‌ ଆସି ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ପାଣ୍ଡିଆନ ଗୋ ବ୍ୟାକ୍‌, ଗଣତନ୍ତ୍ର ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ବୋଲି ନାରା ଦେଇଥିଲେ। ସେଠାରେ କଂଗ୍ରେସ କର୍ମୀମାନେ ହାତରେ କଳାପତାକା ଧରି ଦେଖାଇଥିଲେ। ପୋଲିସ କଂଗ୍ରେସ କର୍ମୀମାନଙ୍କୁ ସେଠାରୁ ଉଠାଇନେଇ ଥାନାରେ ଅଟକ ରଖିଥିବା ବେଳେ ସଚିବ ଗଲା ପରେ ଛାଡ଼ିଥିଲା। ସଚିବ ବୌଦ୍ଧ ସହରର ଚନ୍ଦ୍ରଚୂଡ଼ ମନ୍ଦିରଠାରେ ନିର୍ମାଣାଧୀନ ଆଳତି ଘାଟ ପରିଦର୍ଶନରେ ଯାଉଥିବା ବେଳେ କେତେଜଣ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଥିବା ଦେଖିବାକୁ ମିଳିଛି।
ଅଣ୍ଡା ଦୋକାନ ବନ୍ଦକୁ ନେଇ ଚର୍ଚ୍ଚା
ମଙ୍ଗଳବାର ସୁବର୍ଣ୍ଣପୁର ଜିଲାରେ ୫-ଟି ସଚିବଙ୍କ ଗସ୍ତ ବେଳେ ତାଙ୍କ ଗାଡ଼ିକୁ ଆମ୍‌ ଆଦ୍‌ମୀ ପାର୍ଟିର କେତେଜଣ କର୍ମୀ ଅଣ୍ଡାମାଡ଼ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବୁଧବାର ୫-ଟି ସଚିବଙ୍କ ବୌଦ୍ଧ ଜିଲା ଗସ୍ତ ସମୟରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଚିବଙ୍କ ଗସ୍ତ ରାସ୍ତାରେ ଥିବା ଅଣ୍ଡା ଦୋକାନଗୁଡ଼ିକ ବନ୍ଦ ରହିଥିଲା। ଉକ୍ତ ଦୋକାନଗୁଡ଼ିକ ପୋଲିସ କୁଆଡେ ବନ୍ଦ ରଖିବାକୁ କହିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାରରେ ପିଲାଙ୍କୁ ଲଗାଇବା ମନା

ଭୁବନେଶ୍ୱର,୨୯ା୪ (ପି.ଟି.):ନିର୍ବାଚନୀ ସଭା ଓ ରାଲିରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ନିର୍ବାଚନ କମିଶନ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଦଳର...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri