୫-ଟି ସଚିବଙ୍କୁ ବିରୋଧ ବଢ଼ୁଛି

ବୌଦ୍ଧ,୬।୭(ଅଜିତ କୁମାର ବାରିକ)ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକର ବିରୋଧ ବଢ଼ିବାରେ ଲାଗିଛି। ମଙ୍ଗଳବାର ସୋନପୁର ଗସ୍ତବେଳେ ୫-ଟି ସଚିବଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଥିବାବେଳେ ବୁଧବାର ବୌଦ୍ଧରେ ସମାନ ଘଟଣା ଘଟିଛି। ଭାଜପା ଓ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ସହ ନାନା ବିରୋଧାତ୍ମକ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳୁଛି।
ପାଣ୍ଡିଆନ ବୁଧବାର ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ହେଲେ ୨ ପ୍ରମୁଖ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଥିଲା।

ସଚିବ ପାଣ୍ଡିଆନ ସକାଳେ କଣ୍ଟାମାଳ ବ୍ଲକର ଆମ୍ବଗାଁ ଜନତା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ସଭାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ପ୍ରଥମେ ବହୁ ସଂଖ୍ୟକ ଦଳୀୟ କର୍ମୀ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ନାରା ଦେଇ ପାଣ୍ଡିଆନ ଗୋ ବ୍ୟାକ୍‌ ବୋଲି କହିଥିଲେ। ଏହି ସମୟରେ ଦଳ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ଆମ୍ବଗାଁରେ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସଚିବ କଣ୍ଟାମାଳ ବ୍ଲକରେ କାର୍ଯ୍ୟକ୍ରମ ସାରି ବୌଦ୍ଧ ଗସ୍ତ କରିଥିଲେ। ସେଠାରେ ପହଞ୍ଚତ୍ବାର କିଛି ସମୟ ପୂର୍ବରୁ ସଭାସ୍ଥଳ ନିକଟସ୍ଥ ଜିଲା ସଂଗ୍ରହାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ହଠାତ୍‌ ଆସି ହାତରେ ବିଭିନ୍ନ ପ୍ଲାକାର୍ଡ ଧରି ପାଣ୍ଡିଆନ ଗୋ ବ୍ୟାକ୍‌, ଗଣତନ୍ତ୍ର ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ବୋଲି ନାରା ଦେଇଥିଲେ। ସେଠାରେ କଂଗ୍ରେସ କର୍ମୀମାନେ ହାତରେ କଳାପତାକା ଧରି ଦେଖାଇଥିଲେ। ପୋଲିସ କଂଗ୍ରେସ କର୍ମୀମାନଙ୍କୁ ସେଠାରୁ ଉଠାଇନେଇ ଥାନାରେ ଅଟକ ରଖିଥିବା ବେଳେ ସଚିବ ଗଲା ପରେ ଛାଡ଼ିଥିଲା। ସଚିବ ବୌଦ୍ଧ ସହରର ଚନ୍ଦ୍ରଚୂଡ଼ ମନ୍ଦିରଠାରେ ନିର୍ମାଣାଧୀନ ଆଳତି ଘାଟ ପରିଦର୍ଶନରେ ଯାଉଥିବା ବେଳେ କେତେଜଣ କାର୍‌କେଡ୍‌କୁ ଅଣ୍ଡାମାଡ଼ ହୋଇଥିବା ଦେଖିବାକୁ ମିଳିଛି।
ଅଣ୍ଡା ଦୋକାନ ବନ୍ଦକୁ ନେଇ ଚର୍ଚ୍ଚା
ମଙ୍ଗଳବାର ସୁବର୍ଣ୍ଣପୁର ଜିଲାରେ ୫-ଟି ସଚିବଙ୍କ ଗସ୍ତ ବେଳେ ତାଙ୍କ ଗାଡ଼ିକୁ ଆମ୍‌ ଆଦ୍‌ମୀ ପାର୍ଟିର କେତେଜଣ କର୍ମୀ ଅଣ୍ଡାମାଡ଼ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବୁଧବାର ୫-ଟି ସଚିବଙ୍କ ବୌଦ୍ଧ ଜିଲା ଗସ୍ତ ସମୟରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଚିବଙ୍କ ଗସ୍ତ ରାସ୍ତାରେ ଥିବା ଅଣ୍ଡା ଦୋକାନଗୁଡ଼ିକ ବନ୍ଦ ରହିଥିଲା। ଉକ୍ତ ଦୋକାନଗୁଡ଼ିକ ପୋଲିସ କୁଆଡେ ବନ୍ଦ ରଖିବାକୁ କହିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri