୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌

ବୌଦ୍ଧ,୯ା୬(ସ୍ବ.ପ୍ର.): ବୌଦ୍ଧ ଜିଲାରେ ପ୍ରତିବର୍ଷ ଭୂତଳ ଜଳସ୍ତର ୧ମିଟର ନିମ୍ନଗାମୀ ହେବାରେ ଲାଗିଛି। ମହାନଦୀ, ତେଲନଦୀ ଓ ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ପରିମାଣ କମୁଛି। ଗ୍ରୀଷ୍ମଋତୁରେ ପାନୀୟ ଜଳ ପାଇଁ ଲୋକେ ଆଉଟୁପାଉଟ ହେଉଛନ୍ତି। ନାଳ ଓ ଚୁଆର ଦୂଷିତ ପାଣି ପିଇ ଲୋକେ ରୋଗରେ ପୀଡ଼ିତ ହେଉଛନ୍ତି। କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଉଦ୍‌ବେଗଜନକ ହୋଇଛି। ହରଭଙ୍ଗା ବ୍ଲକର ବରଝୁଲି ଓ ପାଖ ଗ୍ରାମରେ ନଳକୂପରୁ ଫ୍ଲୋରାଇଡ୍‌ ମିଶ୍ରତ ଜଳ ବାହାରୁଥିବା ଅଭିଯୋଗ ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଣି ନମୁନା ସଂଗ୍ରହ କରାଯାଇଥିଲା। ପାଣି ବ୍ୟବହାର ଉପଯୋଗୀ ନୁହେଁ ବୋଲି ପରୀକ୍ଷାରୁ ଜଣାପଡିବା ପରେ ବିଭାଗ ପକ୍ଷରୁ ନଳକୂପ ଚିହ୍ନଟ କରାଯାଇ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ଏହି ଅଞ୍ଚଳର ଲୋକଙ୍କ ପାନୀୟ ଜଳ ପାଇଁ ପ୍ରଶାସନ ବିଶେଷ ସୁବିଧା କରିପାରି ନାହିଁ। କେତେକେ ବାଧ୍ୟବାଧକତାରେ ଚିହ୍ନଟ ନଳକୂପ ପାଣି ବ୍ୟବହାର କରୁଛନ୍ତି। ସରକାରୀ ସମୀକ୍ଷା ବୈଠକରେ କିଡ୍‌ନୀ ରୋଗର କାରଣ ପାନୀୟଜଳ ବୋଲି ଉପସ୍ଥାପିତ ହେବା ପରେ ଭୂତଳ ଜଳର ମାନ ପରୀକ୍ଷଣ କରିବାକୁ ପ୍ରଶାସନ ସୁପାରିସ କରିଥିଲା। କେନ୍ଦ୍ରୀୟ ଜଳ ଶକ୍ତି ବିଭାଗର ୨ଜଣ ଅଧିକାରୀ ଜିଲାର ବିଭିନ୍ନ ସ୍ଥାନରେ ଜଳ ନମୁନା ସଂଗ୍ରହ କରିବା ପରେ ୫୦ ପ୍ରତିଶତ ଭୂତଳ ଜଳରେ ଫ୍ଲୋରାଇଡ୍‌ ମିଶ୍ରିତ ଥିବା ରିପୋର୍ଟ ପ୍ରଦାନ କରିଛି। ଏନେଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗକୁ ସୂଚନା ଦିଆଯାଇଛି। ଜଳଶକ୍ତି ବିଭାଗର ଅଧିକାରୀ ଶିଶିର ବାସେର ଓ ତେତେନ୍ଦ୍ର ମାର୍ବାହା କଣ୍ଟାମାଳ ବ୍ଲକର ୪ ଓ ହରଭଙ୍ଗା ବ୍ଲକର ୧୨ ଗ୍ରାମରୁ ଜଳ ନମୁନା ସଂଗ୍ରହ କରଥିଲେ। ୮ ଗ୍ରାମର ନଳକୂପରୁ ଫ୍ଲୋରାଇଡ୍‌ ଜଳ ବାହାରୁଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri