ଭଦ୍ରକ

ବିସ୍ଫୋରଣରେ ଆହତ ବ୍ୟକ୍ତି ଆଖି ବୁଜିଲେ

ଚାନ୍ଦବାଲି,୨୮ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣ ସାହି ଗ୍ରାମରେ ବିସ୍ଫୋଣରେ ଆହତ ବିଷ୍ଣୁମୋହନ ସାହୁ (୪୫)ଙ୍କର ସୋମବାର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ, ରବିବାର ଅପରାହ୍ନରେ କୌଣସି କାରଣରୁ...

ବିସ୍ଫୋରଣରେ ଭୁଶୁଡ଼ିଲା ଛାତ: ନିଆଁ ଲାଗି ଜଣେ ଗୁରୁତର

ଚାନ୍ଦବାଲି,୨୭।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଦକ୍ଷିଣସାହି ଗ୍ରାମରେ ରବିବାର ଅପରାହ୍ନରେ ଏକ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଏତେ ଶକ୍ତିଶାଳୀ ଥିଲା ଯେ, ଘର ଛାତ ଭୁଶୁଡି ପଡିଥିବା ଜଣାପଡିଛି। ଏଥିରେ ବିଷ୍ଣୁମୋହନ ସାହୁ(୪୫) ନାମକ ଜଣେ ବ୍ୟକ୍ତି...

ପୂର୍ବ ଶତ୍ରୁତାର ଛୁରାମାଡ଼

ଆରଡ଼ି,୨୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡ଼ିରେ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କୁ ଛୁରାମାଡ଼ କରି ଆହତ କରିଥିବା ଆରଡି ପୋଲିସ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ତପନ ପାଢ଼ୀ ଓ ମନୋରଞ୍ଜନ ପାଢ଼ୀଙ୍କ ମଧ୍ୟରେ ଟିପାମରା କାରଣକୁ ନେଇ...

ହୋଟେଲରୁ ଯୁବତୀଯୁବକଙ୍କୁ ଉଠାଇନେଲା ପୋଲିସ

ଭଦ୍ରକ ଅଫିସ, ୨୫।୧୧-ଭଦ୍ରକ ସହରର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ହୋଟେଲରୁ ଶୁକ୍ରବାର ଅପରାହ୍ନରେ ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀ ଓ ଯୁବକଙ୍କୁ ଟାଉନ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି। ଯାଜପୁର ଜିଲା...

ଧାରଣାରେ ବସିଲେ ପୌରପାଳିକା କର୍ମଚାରୀ

ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା ପ୍ରଦାନକୁ କେନ୍ଦ୍ର କରି କେତେକ ଲୋକ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କୁ...

ବାପାଙ୍କୁ ପିଟି ମାରିଦେଲେ ସ୍ତ୍ରୀ-ପିଲା

ଭଦ୍ରକ ଅଫିସ,୨୪ା୧୧: ସ୍ବାମୀ-ସ୍ତ୍ରୀ ମଧ୍ୟରେ ଲାଗି ରହିଥିବା ପାରିବାରିକ କଳହ ଶେଷରେ ଉଗ୍ରରୂପ ନେଇଛି। ଶେଷରେ ସ୍ବାମୀର ଜୀବନ ନେବାକୁ ପଛଘୁଞ୍ଚା ଦେଲା ନାହିଁ ସ୍ତ୍ରୀ। ପୁଅ, ଝିଅ ମଧ୍ୟ ମା’ଙ୍କ ସହ ମିଶି ବାପାକୁ ପିଟି ପିଟି ମାରିଦେଲେ।...

୧୦ ମିନିଟ୍‌ ପରେ ପରୀକ୍ଷା ଦେଲେ ପରୀକ୍ଷାର୍ଥୀ

ଆରଡ଼ି,୨୩ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ କିଷାନନଗର ପି.ସି. ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ଜେନା ବୁଧବାର ନିକଟସ୍ଥ ବାପୁଜୀ ହାଇସ୍କୁଲକୁ ସମ୍ମେଟିଭ ଆସେସ୍‌ମେଣ୍ଟ-୧ ପରୀକ୍ଷା ଦେବାକୁ ଆସୁଥିବା ବେଳେ ରଇପୁର ନିକଟରେ ସାଇକେଲରୁ ପଡ଼ିଯାଇଥିଲେ। ସେଠାରେ...

ଖବରଦାତାଙ୍କ ପରଲୋକ

ଭଦ୍ରକ ଅଫିସ/ ପୁରୁଷୋତ୍ତମପୁର (ଡି.ଏନ.ଏ.), ୨୩।୧୧:  ଖବରଦାତା ବିଭୁ ପ୍ରସାଦ ବେହେରା(୪୪)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଛି। ସେ ଗତ ଦୁଇବର୍ଷ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। ରବିବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା...

ଉନ୍ନୟନ କାର୍ଯ୍ୟରେ ବାଧା ଦେଉଛନ୍ତି ବିଧାୟକ- ପୌରାଧ୍ୟକ୍ଷା

ଭଦ୍ରକ ଅଫିସ,୨୦।୧୧: ଭଦ୍ରକ ପୌରପାଳିକାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ଦେଉଛନ୍ତି ବିଧାୟକ। ବିଧାୟକଙ୍କ ସମର୍ଥନରେ ଥିବା କାଉନସିଲର ମାନେ ସହଯୋଗ କରୁନାହାନ୍ତି । ୱାର୍ଡକୁ ପରିଦର୍ଶନ ଓ ଲୋକଙ୍କ ସମସ୍ୟା ବୁଝିବାକୁ ଗଲେ କାଉନସିଲର ଦେଖା ଦେଉନାହାନ୍ତି ।...

ଡିସେମ୍ବର ୨୮ରୁ ଖୋଲିବ ମଣ୍ଡି

ଭଦ୍ରକ ଅଫିସ, ୧୯।୧୧: ଆସନ୍ତା ଡିସେମ୍ବର ୨୮ରୁ ଭଦ୍ରକ ଜିଲାରେ ଧାନମଣ୍ଡି ଖୋଲିବ। ୯୬ ସୋସାଇଟି ଓ ୫୭ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସମୁଦାୟ ୧୫୩ ମଣ୍ଡିରେ ଧାନ କିଣାଯିବା ନେଇ ଜିଲା ପରିଷଦ ସମ୍ମିଳନୀ ଗୃହରେ ଶୁକ୍ରବାର ଅନୁଷ୍ଠିତ...

ସରୁନି କୁଆଁସ ସେତୁ ନିର୍ମାଣ

ଭଦ୍ରକ ଅଫିସ,୧୬ା୧୧: ସେତୁ ପ୍ରଶସ୍ତୀକରଣ ପାଇଁ ଭଦ୍ରକ ସହରକୁ ସଂଯୋଗ କରୁଥିବା କୁଆଁସ ସ୍ଥିତ ଅର୍ଜୁନ ସେତୁକୁ ଭାଙ୍ଗି ଦିଆଗଲା। ନୂତନ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସକୁ ପ୍ରାୟ ୧ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଅଧା ହୋଇନାହିଁ। ଏହାକୁ...

ବୋହୂ ମାନ୍ୟତା ଦାବିରେ ଶାଶୁଘର ଆଗରେ ଧାରଣା

ଭଦ୍ରକ ଅଫିସ, ୧୬।୧୧: ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଭାଟପଡ଼ା ପଞ୍ଚାୟତର ଶଂଖିଡା ଗଁାରେ ବୋହୂ ମାନ୍ୟତା ପାଇବା ପାଇଁ ଜଣେ ମହିଳା ସୋମବାରଠାରୁ ଶାଶୁଘର ଆଗରେ ଧାରଣା ଦେଇଥିଲେ। ତାଙ୍କ ବାପଘର ଧୂଷୂରୀ ଥାନା ଅଧୀନ ଖଡ଼ିମାହାରା ଅଞ୍ଚଳରେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri