ପଦ୍ମପୁର, ୨୭।୧ (ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ କପାଗଢ଼ିଆ ଓ ସୁଗୋ ପଞ୍ଚାୟତ କାଞ୍ଜିଖିଆ ଗ୍ରାମବାସୀ ଏକ ପୋଖରୀରୁ ମାଛ ଧରିବାକୁ ନେଇ ମୁହଁାମୁହିଁ ହୋଇଥିଲେ। ଏହି ଘଟଣାରେ ଗୁରୁବାର ଅପରାହ୍ନରେ ଏସ୍ଡିପିଓ ସୌରଭ କୁମାର ଓତା, ବାସୁଦେବପୁର ଥାନାଧିକାରୀ ସାବିତ୍ରୀ ପଣ୍ଡା, ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ଚୁଡ଼ାମଣି ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ଏବଂ ବିଡିଓ ସତ୍ୟଜିତ ରାଉତଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା କରାଯାଇ କପାଗଢ଼ିଆ ଗ୍ରାମବାସୀ ମାଛ ଧରିବା ପାଇଁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁଯାୟୀ, ପଦ୍ମପୁର ଓ ସୁଗୋ ପଞ୍ଚାୟତ ସୀମାରେ ଗ୍ରାମ୍ୟ ଜଙ୍ଗଲ କିସମର ଏକ ଜମିରୁ କିଛିବର୍ଷ ତଳେ ଜଣେ ଠିକାଦାର ରାସ୍ତା କାମ ପାଇଁ ମାଟି ଖୋଳି ନେଇଥିଲେ। ଫଳରେ ତାହା ଏକ ପୋଖରୀରେ ପରିଣତ ହୋଇଥିଲା। ୨ ବର୍ଷ ତଳେ ସେହି ପୋଖରୀରୁ ମାଛ ଧରିବାକୁ ନେଇ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ କେହି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଦେବାରୁ ସବୁ ମାଛ ମରିଯାଇଥିଲେ। ଚଳିତବର୍ଷ ମଧ୍ୟ ବିବାଦର ସୂତ୍ରପାତ ହୋଇଛି। ୩ଦିନ ତଳେ ପୋଖରୀରୁ ମାଛ ଧରିବା ପାଇଁ କପାଗଢ଼ିଆ ଗ୍ରାମବାସୀ ମେଶିନ ଲଗାଇ ପାଣି ଶୁଖାଇବା ପାଇଁ ଚେଷ୍ଟା କରୁଥିବା ବେଳେ କାଞ୍ଜିଖିଆର କେତେଜଣ ବ୍ୟକ୍ତି ଏହାକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ବ୍ଲକ ପରିସରରେ ପୋଲିସ ଉପସ୍ଥିତିରେ ଉଭୟପକ୍ଷ ମଧ୍ୟରେ ଆଲୋଚନା ବେଳେ କଥା କଟାକଟି ହୋଇଥିଲା। ସନ୍ଧ୍ୟାରେ ପୋଖରୀରୁ ମାଛ ଧରିବା ପାଇଁ କପାଗଢ଼ିଆ ଗ୍ରାମବାସୀ ଏକଜୁଟ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବାସୁଦେବପୁର ଏସ୍ଆଇ ବିଜୟ କୁମାର ଦାସ ମହାପାତ୍ର, ଏସ୍ଆଇ ଦୀପ୍ତିମୟୀ ବଡ଼ଜେନା, ସୁଶାନ୍ତ ମହାପାତ୍ର, ସାବରଙ୍ଗ ଥାନାଧିକାରୀ ଶୋଭେନ କୁମାର ସ୍ବାଇଁ, ଏଏସ୍ଆଇ ରବୀନ୍ଦ୍ର କୁମାର ଖୁଣ୍ଟିଆ, ନାୟକାଣିଡିହୀ ଥାନାଧିକାରୀ ସୁଶାନ୍ତ କୁମାର ମିଶ୍ର, ଏଏସ୍ଆଇ ଦେବେନ୍ଦ୍ର ମୁର୍ମୁ, ତହସିଲଦାର ପଣ୍ଡା ପ୍ରମୁଖ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ନ ହେବା ପର୍ଯ୍ୟନ୍ତ ମାଛଧରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।
Posted inଆମ ଜିଲା ଖବର, ଭଦ୍ରକ View All
ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ
ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…
୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ
ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…
ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ
ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…
୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…
କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…
ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….
ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…
ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ
ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…
ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ
ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…
ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ
କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…
Archives

