ମଣ୍ଡିରେ ଧାନ ଜଗିଛନ୍ତି ମହିଳା

ଭଣ୍ଡାରିପୋଖରୀ,୨ା୨(ସ୍ବ.ପ୍ର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ୮ଟି ସମିତି ଓ ୮ ଏସଏଚ୍‌ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି। ମଣ୍ଡି ଉଦ୍‌ଘାଟନ ହେବାର ଇତିମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ଧାନ କ୍ରୟ କରିବାରେ ଜିଲା ଯୋଗାଣ ବିଭାଗ ଫେଲ୍‌ ମାରିଛି। ପ୍ରଥମ ପର୍ଯ୍ୟାୟରେ ଯୋଗାଣ ବିଭାଗ ପକ୍ଷରୁ ଧାନ କ୍ରୟ ପାଇଁ ଯେତିକି ଟାର୍ଗେଟ ଦିଆଯାଇଥିଲା ତାହା ଇତିମଧ୍ୟରେ ଶେଷ ହୋଇଯାଇଛି। ଗୋଟିଏ ଦୁଇଟି ସମିତି ଓ ଏସଏଚ୍‌ଜିକୁ ଛାଡ଼ିଦେଲେ ବାକି ମଣ୍ଡିରେ ଏକ ସପ୍ତାହ ହେବ ଶତାଧିକ ଧାନ ବସ୍ତା ପଡ଼ିରହିଛି। ଏସଂକ୍ରାନ୍ତରେ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ଦୀପା ଦାସଙ୍କୁ ପଚାରିବାରୁ ମଣ୍ଡିରୁ ଯଥାଶୀଘ୍ର ଧାନ ଉଠାଯିବ ବୋଲି କହିଛନ୍ତି। ମାତ୍ର ଚାଷୀଙ୍କ ଖଳାରେ ଧାନ ବସ୍ତା ପଡ଼ିରହିଛି। ଚାଷୀ ଟୋକନ ପାଇଛନ୍ତି କିନ୍ତୁ ଧାନ ନେଉନାହିଁ ମିଲର। ଫଳରେ ଧାନକୁ ମୂଷା ଖାଇ ନଷ୍ଟ କରୁଛନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ବହୁ ଦିନ ଧରି ଧାନ ମଣ୍ଡିରେ ପଡ଼ିରହିଥିବାରୁ ତାହା ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମାଳଦା, ରହଣିଆ, ଜଳମଣ୍ଡୁଆ, ବାଲିପୋଖରୀ, ନାଆମୀ ପ୍ରମୁଖ ସମିତିକୁ ଧାନ କ୍ରୟ ପାଇଁ ଯେଉଁ ଟାର୍ଗେଟ ଥିଲା ତାହା ସରିଯାଇଛି। ସେହିଭଳି ନଗୁଅଁାସ୍ଥିତ ମା’ ବଡ଼ମ୍ବା ଏସଏଚ୍‌ଜି, ସରସଦାସ୍ଥିତ ଶିରିଡି ସାଇ ଏସଏଚ୍‌ଜି, କୁରିଗଁାର ମା’ ଦୁର୍ଗା ଏସଏଚ୍‌ଜିକୁ ୪ଦିନ ହେବ ଟାର୍ଗେଟ ଆସି ନ ଥିବାରୁ ମଣ୍ଡିରେ ଧାନ କିଣା ଠପ୍‌ ହୋଇଯାଇଛି। ଫଳରେ ଏସଏଚ୍‌ଜି ମହିଳାମାନେ ଗଛିତ ଥିବା ଧାନକୁ ଜଗି ରହିଛନ୍ତି। ଅନ୍ୟପକ୍ଷରେ ଟୋକନ ପ୍ରାପ୍ତ ଚାଷୀମାନେ ପ୍ରତ୍ୟେକ ଦିନ ଧାନ ନେଇ ଆସୁଥିବା ବେଳେ ମଣ୍ଡିରେ ଜାଗା ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଠି ଅଳ୍ପ ବହୁତ ଟାର୍ଗେଟ ଅନୁଯାୟୀ ଧାନ କ୍ରୟ ହେଉଛି ସେଠାକୁ ମିଲରମାନେ ଠିକ ସମୟରେ ଗାଡ଼ି ପଠାଉ ନ ଥିବାରୁ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି। ଯଥାଶୀଘ୍ର ଧାନ କ୍ରୟ କରିବାକୁ ବିଭିନ୍ନ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇ ଦୁର୍ଘଟଣା: ଦୋଷୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୨୦।୧୧: ଯାଜପୁର ଜିଲା କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଦୋଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ...

ଦନ୍ତା ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

ବିଶୋଇ, ୨୪।୦୪(ଡି.ଏନ.ଏ): ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳର ସରଗଡା ବନାଞ୍ଚଳ ଅଧିନ କଁଳାପାଟ ସଂରକ୍ଷିତ ଜଙ୍ଗଲ ନିକଟରେ ଦନ୍ତା ହାତୀ...

ରାସ୍ତାରେ ଜଳିଗଲା ମାର୍ବଲ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୧୮।୧୦ (ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣି ନିକଟ ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ମାର୍ବଲ ବୋଝେଇ ଏକ ଆଇଚର ଟ୍ରକ୍‌ ଜଳିଯାଇଛି। ଉକ୍ତ ଗାଡିଟି ହଂସପାଳରୁ...

ହାତ ତିଆରି ଜିନିଷର ଠିକ୍‌ ମୂଲ୍ୟାୟନ ମେଳାର ଲକ୍ଷ୍ୟ

ବାସୁଦେବପୁର,୧୩।୧(ଡି.ଏନ.ଏ.): ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଶୁକ୍ରବାର ପଲ୍ଲିଶ୍ରୀ ମେଳାର ଶୁଭାରମ୍ଭ ହୋଇଛି। ମୁଖ୍ୟଅତିଥି ଭାବେ ବିଧାୟକ ବିଷ୍ଣୁବ୍ରତ ରାଉତରାୟ...

ମାର୍ଚ୍ଚ ୫ରୁ ମାଲ୍ୟଗିରି ମହୋତ୍ସବ

ପାଲଲହଡା,୫।୨(ଡି.ଏନ.ଏ.) – ପାଲଲହଡ଼ା ଉପଖଣ୍ଡରେ ପୁଣିଥରେ ଆରମ୍ଭ ହେବ ମାଲ୍ୟଗିରି ମହୋତ୍ସବ। ଆସନ୍ତା ମାର୍ଚ୍ଚ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ।...

ସହାୟତା ରାଶି କାଟି ରଖୁଛି ବ୍ୟାଙ୍କ

ବରୀ,୨୬ା୮(ଡି.ଏନ.ଏ.): ବରୀ ବ୍ଲକ ଏକ କୃଷିବହୁଳ ଅଞ୍ଚଳ। ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ମରୁଡି କୃଷକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥାଏ। ତେବେ ସରକାରଙ୍କ ତରଫରୁ କୃଷକଙ୍କ...

୨୪ ଘଣ୍ଟା ଯାଏ ବନ୍ୟାର ସମାନ ସ୍ଥିତି

ଭୁବନେଶ୍ୱର,୧୭।୮(ବୂ୍ୟରୋ): ମୁଣ୍ଡଳିରେ ଜଳସ୍ତର କମିଥିଲେ ମଧ୍ୟ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ୟା ସ୍ଥିତି...

ସିଗାରେଟ୍‌ରେ ଗଞ୍ଜେଇ ଭର୍ତ୍ତିକରି ବିକୁଥିଲେ

କଟକ ଅଫିସ, ୧୩।୨:  ଗଞ୍ଜେଇ ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ୨ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା...

Advertisement
Archives

Model This Week