ମଣ୍ଡିରେ ଧାନ ଜଗିଛନ୍ତି ମହିଳା

ଭଣ୍ଡାରିପୋଖରୀ,୨ା୨(ସ୍ବ.ପ୍ର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ୮ଟି ସମିତି ଓ ୮ ଏସଏଚ୍‌ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି। ମଣ୍ଡି ଉଦ୍‌ଘାଟନ ହେବାର ଇତିମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ନିର୍ଦ୍ଧାରିତ ଧାନ କ୍ରୟ କରିବାରେ ଜିଲା ଯୋଗାଣ ବିଭାଗ ଫେଲ୍‌ ମାରିଛି। ପ୍ରଥମ ପର୍ଯ୍ୟାୟରେ ଯୋଗାଣ ବିଭାଗ ପକ୍ଷରୁ ଧାନ କ୍ରୟ ପାଇଁ ଯେତିକି ଟାର୍ଗେଟ ଦିଆଯାଇଥିଲା ତାହା ଇତିମଧ୍ୟରେ ଶେଷ ହୋଇଯାଇଛି। ଗୋଟିଏ ଦୁଇଟି ସମିତି ଓ ଏସଏଚ୍‌ଜିକୁ ଛାଡ଼ିଦେଲେ ବାକି ମଣ୍ଡିରେ ଏକ ସପ୍ତାହ ହେବ ଶତାଧିକ ଧାନ ବସ୍ତା ପଡ଼ିରହିଛି। ଏସଂକ୍ରାନ୍ତରେ ବ୍ଲକ ଯୋଗାଣ ନିରୀକ୍ଷକ ସନ୍ଦୀପା ଦାସଙ୍କୁ ପଚାରିବାରୁ ମଣ୍ଡିରୁ ଯଥାଶୀଘ୍ର ଧାନ ଉଠାଯିବ ବୋଲି କହିଛନ୍ତି। ମାତ୍ର ଚାଷୀଙ୍କ ଖଳାରେ ଧାନ ବସ୍ତା ପଡ଼ିରହିଛି। ଚାଷୀ ଟୋକନ ପାଇଛନ୍ତି କିନ୍ତୁ ଧାନ ନେଉନାହିଁ ମିଲର। ଫଳରେ ଧାନକୁ ମୂଷା ଖାଇ ନଷ୍ଟ କରୁଛନ୍ତି। ଏନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ବହୁ ଦିନ ଧରି ଧାନ ମଣ୍ଡିରେ ପଡ଼ିରହିଥିବାରୁ ତାହା ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମାଳଦା, ରହଣିଆ, ଜଳମଣ୍ଡୁଆ, ବାଲିପୋଖରୀ, ନାଆମୀ ପ୍ରମୁଖ ସମିତିକୁ ଧାନ କ୍ରୟ ପାଇଁ ଯେଉଁ ଟାର୍ଗେଟ ଥିଲା ତାହା ସରିଯାଇଛି। ସେହିଭଳି ନଗୁଅଁାସ୍ଥିତ ମା’ ବଡ଼ମ୍ବା ଏସଏଚ୍‌ଜି, ସରସଦାସ୍ଥିତ ଶିରିଡି ସାଇ ଏସଏଚ୍‌ଜି, କୁରିଗଁାର ମା’ ଦୁର୍ଗା ଏସଏଚ୍‌ଜିକୁ ୪ଦିନ ହେବ ଟାର୍ଗେଟ ଆସି ନ ଥିବାରୁ ମଣ୍ଡିରେ ଧାନ କିଣା ଠପ୍‌ ହୋଇଯାଇଛି। ଫଳରେ ଏସଏଚ୍‌ଜି ମହିଳାମାନେ ଗଛିତ ଥିବା ଧାନକୁ ଜଗି ରହିଛନ୍ତି। ଅନ୍ୟପକ୍ଷରେ ଟୋକନ ପ୍ରାପ୍ତ ଚାଷୀମାନେ ପ୍ରତ୍ୟେକ ଦିନ ଧାନ ନେଇ ଆସୁଥିବା ବେଳେ ମଣ୍ଡିରେ ଜାଗା ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଠି ଅଳ୍ପ ବହୁତ ଟାର୍ଗେଟ ଅନୁଯାୟୀ ଧାନ କ୍ରୟ ହେଉଛି ସେଠାକୁ ମିଲରମାନେ ଠିକ ସମୟରେ ଗାଡ଼ି ପଠାଉ ନ ଥିବାରୁ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଛି। ଯଥାଶୀଘ୍ର ଧାନ କ୍ରୟ କରିବାକୁ ବିଭିନ୍ନ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା: ରାଶନ କାର୍ଡରୁ ବାଦ୍‌ ପଡିଲେ…

ଭୁବନେଶ୍ୱର,୨୩।୯: ରାଜ୍ୟରେ ନୂତନ ରାଶନ କାର୍ଡ (Ration Card) ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟଙ୍କ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?