ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍‌, ଯୁବକ ମୃତ

ଭଦ୍ରକ ଅଫିସ, ୪।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋପବନ୍ଧୁପୁର ଛକ ନିକଟରେ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ବାଇକ୍‌କୁ ଘୋଷାଡ଼ି ନେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ବ୍ଲକ ଆର୍‌ଏନ୍‌ ବେତଡ଼ା ପଞ୍ଚାୟତ ବୀରପଡ଼ା ଗ୍ରାମର ଧନେଶ୍ୱର ସାହୁଙ୍କ ପୁଅ ପ୍ରକାଶ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବି କରିବା ସହ ସ୍ଥାନୀୟ ଲୋକେ ମୃତଦେହ ଛାଡ଼ି ନ ଥିଲେ। ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ଟାଉନ ଥାନାଧିକାରୀ ଉମାଶଙ୍କର ନାୟକ ଓ ପୁରୁଣାବଜାର ଥାନାଧିକାରୀ ଆଲୋକ ଜେନା ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।
ଅନୁଯାୟୀ, ପ୍ରକାଶ ବାଇକ୍‌ରେ ଭଦ୍ରକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ତାଙ୍କ ଗ୍ରାମର ପ୍ରସନ୍ନ ପାତ୍ରଙ୍କ ସହ ଦେଖା ହୋଇଥିଲା। ନିଜ ବାଇକ୍‌ ଉପରେ ବସି ଉଭୟ ରାସ୍ତାପାର୍ଶ୍ୱରେ କଥା ହେଉଥିଲେ। ପଛପଟୁ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ସେମାନଙ୍କୁ ଧକ୍କା ଦେବା ସହ ପ୍ରକାଶଙ୍କ ବାଇକ୍‌କୁ କିଛି ବାଟ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ପ୍ରକାଶଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ଟି ଭାଙ୍ଗିରୁଜି ଚୁର୍‌ମାର୍‌ ହୋଇଯାଇଛି। ପ୍ରସନ୍ନଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରକ୍‌ଟି ଖସି ପଳାଇ ଯାଉଥିବାବେଳେ ଖବରପାଇ ପିସିଆର୍‌ ପୋଲିସ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଅଟକାଇ ଗ୍ରାମାଞ୍ଚଳ ଥାନାକୁ ଆଣି ଚାଳକଙ୍କୁ ଅଟକ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୬ ଏମରଜେନ୍ସି ରେସପନ୍ସ ଗାଡ଼ିର ଶୁଭାରମ୍ଭ

କଟକ ଅଫିସ,୫ା୪: ରାଜ୍ୟରେ ଜରୁରିକାଳୀନ ସେବା ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏମରଜେନ୍ସି ରେସପନ୍ସ...

ଦାରିଙ୍ଗବାଡ଼ି ଉପାଧ୍ୟକ୍ଷା ହେଲେ ସସ୍ମିତା

ଦାରିଙ୍ଗବାଡ଼ି,୨୩ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ପୁଣି ବିଜେଡିର ବିଜୟ ହୋଇଛି। ଦଳର ସିଆଙ୍ଗବାଲି ସମିତିସଭ୍ୟା ସସ୍ମିତା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ...

ଧାନ ରୋଇବା ବେଳେ ବଜ୍ରପାତ, ମହିଳା ମୃତ

ପାତ୍ରପୁର,୧୭ା୮(ଡି.ଏନ.ଏ.): ଜରଡ଼ା ଥାନା ପାତ୍ରପୁର ବ୍ଲକ ଗୁଣ୍ଡ୍ରା ପଞ୍ଚାୟତ ରାଙ୍କୁଡ଼ା ଗ୍ରାମରେ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ଜଣେ ମହିଳା ଶ୍ରମିକଙ୍କ ବଜ୍ରପାତରେ ମୃତ୍ୟୁ...

ଉପକୃତ ହେବେ ପକ୍ଷାଘାତ ରୋଗୀ

ପରଜଙ୍ଗ,୩୦।୧(ଡି.ଏନ୍‌.ଏ.):ପକ୍ଷାଘାତର ଶିକାର କିମ୍ବା ଦୁର୍ଘଟଣାରେ ଅଙ୍ଗ ହରାଇ ଅକର୍ମଣ୍ୟ ହୋଇପଡ଼ିଥିବା ରୋଗୀ ଜିଅନ୍ତି ଅଭିଶପ୍ତ ଜୀବନ। ଦୈନନ୍ଦିନ କାର୍ଯ୍ୟ ହେଉ କି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ...

ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୧ା୧୧: ସୋମବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପର୍ଯ୍ୟଟକମାନେ ସକାଳ ୬ରୁ ୯ଟା ମଧ୍ୟରେ ନିଜ ଗାଡ଼ି ଏବଂ ନାଁ ଠିକଣା ଗେଟ୍‌ରେ...

ନାବାଳିକାଙ୍କୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ: ନିରପେକ୍ଷ ତଦନ୍ତ ଦାବି କଲା ଭାଜପା ମହିଳା ମୋର୍ଚ୍ଚା

ହିଞ୍ଜିଳିକାଟୁ,୨୨ା୧୧(ଡି.ଏନ୍‌.ଏ)- ହିଞ୍ଜିଳି ଥାନା ଅଞ୍ଚଳରେ ଗତ ଶନିବାର ଜଣେ ୧୦ବର୍ଷୀୟ ନାବାଳିକାଙ୍କୁ ନିଜ ଦୋକାନରେ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି। ସେ...

ଜନସମ୍ପର୍କ ବାହାନାରେ ଶକ୍ତି ପ୍ରଦର୍ଶନ

ପୁରୀ ଅଫିସ, ୧୬ା୧୧: ବିଜେଡି ପକ୍ଷରୁ ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ମଙ୍ଗଳବାର ଶେଷ ହୋଇଛି। ଏହିକ୍ରମରେ ଶେଷ ଦିନରେ ପୁରୀ ବିଧାନସଭା...

Advertisement
Archives

Model This Week