ଭଦ୍ରକ ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ

ଭଦ୍ରକ ଅଫିସ,୨ା୨: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୁଧବାର ଜଣେ ନକଲି ଡାକ୍ତରଙ୍କୁ ଟାଉନ ପୋଲିସ ଗିରଫ କରିଛି। ଗିରଫ ଯାଜପୁର ଜିଲାର ରାଜୀବ ବୋଲି ଜଣାପଡ଼ିଛି। ତାଙ୍କ ପାଖରୁ ଏକ ନକଲି ପରିଚୟପତ୍ର ମଧ୍ୟ ପୋଲିସ ଜବତ କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଉକ୍ତ ଯୁବକ ବୁଧବାର ମେଡିକାଲରେ ପ୍ରବେଶକରି ନିଜକୁ ଡାକ୍ତର ବୋଲି ପରିଚୟ ଦେଇଥିଲେ। ନୂଆ ନିଯୁକ୍ତି ହୋଇଛି, ଓଟି କେଉଁଠି ବୋଲି ସିକ୍ୟୁରିଟି ଗାର୍ଡଙ୍କୁ ପଚାରି ମେଡିକାଲର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ୱାର୍ଡ ଭିତରକୁ ଯାଉଥିଲେ। ଏହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ ପାତ୍ର ସେହି ୱାର୍ଡରୁ ବାହାରକୁ ବାହାରୁଥିଲେ। ଷ୍ଟେଥୋସ୍କୋପ୍‌ ବେକରେ ପକାଇ ଯାଉଥିବା ଯୁବକଙ୍କୁ ଦେଖି ତାଙ୍କର ସନ୍ଦେହ ହେବାରୁ ପରିଚୟ ପଚାରିଥିଲେ। ସନ୍ତୋଷଜନକ ଉତ୍ତର ଦେଇ ନ ପାଇବାରୁ ତାଙ୍କୁ ମେଡିକାଲରେ ଥିବା ପୋଲିସ ସହାୟତା କେନ୍ଦ୍ରକୁ ନେଇ ପଚରାଉଚରା କରିବାରୁ ସେ ନକଲି ଡାକ୍ତର ବୋଲି ଜଣାପଡ଼ିଥିଲା। ଟାଉନ ପୋଲିସ ପହଞ୍ଚତ୍ ଯୁବକଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଉମା ଶଙ୍କର ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପବନରେ ଇଟା ଖସିଲା: ୩ ହବିଷିଆଳି ଆହତ

ପୁରୀ ଅଫିସ, ୧୦।୧୧: ବାତ୍ୟା ବୁଲବୁଲ ପ୍ରଭାବରେ ୩ଜଣ ହବିଷିଆଳି ଆହତ ହୋଇଛନ୍ତି। ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ସେମାନେ ଚିକିତ୍ସା ପରେ ସୁସ୍ଥ ହୋଇ...

ଦୁରାରୋଗ୍ୟରେ ସୁକାନ୍ତ: ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ବରୀ,୨।୧୧(ଡି.ଏନ.ଏ.): ଗରିବ ଲୋକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନା କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚତ୍ ପାରୁନାହିଁ। ଯାହାର...

ସୀମାନ୍ତରେ ଏନ୍‌କାଉଣ୍ଟର ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୩ା୧: ମାଲକାନଗିରି ସୀମାନ୍ତବର୍ତ୍ତୀ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ପୋଲିସ ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ କମାଣ୍ଡର ନିହତ ହୋଇଛନ୍ତି। ତାଙ୍କ...

ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ଗଛକଟା

ବନ୍ତ,୨୨।୬(ସ୍ବ.ପ୍ର.): ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥ ନିର୍ମାଣ ନେଇ ବନ୍ତ ତହସିଲ ଅଧୀନ ଟିଲୋ ବଡସାହିଠାରେ ଶନିବାର ପ୍ରଶାସନ ପକ୍ଷରୁ ଗଛକଟା ହୋଇଛି। ରାସ୍ତା...

ଗାଡ଼ି ଲୋନ୍‌ ପରିଶୋଧ ପାଇଁ ଅପହରଣ

ନୟାଗଡ଼ ଅଫିସ/ ଓଡ଼ଗଁା, ୨୧ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାର...

ବରଗଡ଼ ଜିଲାରେ ପୁଣି ୨୧ କରୋନା ପଜିଟିଭ୍‌: ୧୩୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର କଣ୍ଟେନ୍‌ମେଣ୍ଟ ଜୋନ୍‌ କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି।...

ହତ୍ୟା ଉଦ୍ୟମ ମାମଲା : ଜେଲ ଗଲେ ଅଭିଯୁକ୍ତ, ରକ୍ତଭିଜା ଛୁରି ଜବତ

ଦିଗପହଣ୍ଡି,୧୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ଦିଗପହଣ୍ଡି ପୋଲିସ ଦକ୍ଷିଣପୁର ଗ୍ରାମର ପି.ଜାଗିଲି ରେଡ୍ଡୀଙ୍କୁ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି।...

ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଳିପାଳ ଗ୍ରାମ ପୋଖରୀରୁ ଏକ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର...

Advertisement
Archives

Model This Week