ଭଦ୍ରକ

ନିଜ ପେନ୍‌ସନ ଟଙ୍କାରେ ନିର୍ମାଣ କଲେ ନଦୀଘାଟ ପାହାଚ

ଦେବେନ୍ଦ୍ର ଆନ୍ଦିଆ ଭଣ୍ଡାରିପୋଖରୀ ,୨୦।୪: ନିଜର ପେନ୍‌ସନ ଟଙ୍କା ଖର୍ଚ୍ଚ କରି ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ପାଇଁ ନଦୀଘାଟ ମରାମତି ସହ ପାହାଚ ନିର୍ମାଣ କରି ଜଣେ ବ୍ୟକ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏଭଳି ମହାନ ବ୍ୟକ୍ତି ଜଣକ…

ଘରୁ ଯାଇ ଆଉ ଫେରିଲେନି ବୃଦ୍ଧ: ଧଳା ନଦୀରୁ ମିଳିଲା ମୃତଦେହ

ପଦ୍ମପୁର,୧୯।୪(ଡି.ଏନ୍‌.ଏ): ଧଳା ନଦୀରେ ବୁଡ଼ି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ସାନ ଅଗାପୁର ଗ୍ରାମର ରମେଶ ଚନ୍ଦ୍ର ନାୟକ। ସକାଳେ ରମେଶ ଶୌଚ ହେବା ପାଇଁ ଯାଇ…

ଜଳଲାଗି କଲେ ୫ଶହରୁ ଊର୍ଦ୍ଧ୍ୱ ଗୋପାଳ

ଆରଡ଼ି,୧୯।୪(ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ବୈଶାଖ ମାସର ପ୍ରଥମ ସୋମବାର ୫ଶହରୁ ଊର୍ଦ୍ଧ୍ୱ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିରରେ ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ ବିଧି ଅନୁସାରେ ବାବାଙ୍କର ଅନ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ…

ଧାମନଗର ସମବାୟ ସମିତିରେ ଅଚଳାବସ୍ଥା

ଭଦ୍ରକ ଅଫିସ, ୧୯ା୪ ଭଦ୍ରକ ଜିଲା ଧାମନଗର ସେବା ସମବାୟ ସମିତିରେ ଅଚଳାବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସମିତିରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଏବଂ ରାଜନୈତିକ ହସ୍ତକ୍ଷେପ ପ୍ରତିବାଦରେ ସୋମବାର ସଦସ୍ୟମାନେ ଜିଲାପାଳଙ୍କୁ ଭେଟି ଫେରାଦ ହୋଇଛନ୍ତି। ଏହି…

ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୧୮।୪ (ଡି.ଏନ.ଏ.):  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ବୋଡ଼କ ଗଁା ଚଇତି ପୁନେଇ ପର୍ବ ଲାଗି ଉତ୍ସବମୁଖର ହୋଇଛି। କରୋନା ଯୋଗୁ ଦୁଇବର୍ଷ ହେଲା ଏହି ପର୍ବ ଫିକା ପଡ଼ିଥିଲା। ଚଳିତବର୍ଷ କଟକଣା କୋହଳ ହେବାରୁ ପୁଣି…

କାମରେ ଆସୁନି ଜଳ ଯୋଗାଣ ପ୍ରକଳ୍ପ

ଧାମନଗର, ୧୮।୪: ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଇ ଦେବା ଲାଗି ଭଦ୍ରକ ଜିଲା ଧାମନଗର ବ୍ଲକରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବଜଳ ଧାରା ଏବଂ ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଘରକୁ…

କଳାକୁ ଆପଣାଇଛନ୍ତି ଅନ୍ତର୍ଯ୍ୟାମୀ

ବନ୍ତ,୧୭।୪(ଡି.ଏନ.ଏ.): ପିଲାବେଳୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ଏବେ ହାରମୋନିୟମ, ଢୋଲ ବଜାଇବା ସହ ଗୀତ ଗାଇବାରେ ପାରଙ୍ଗମ ଭଦ୍ରକ ଜିଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ହାସିନପୁର ଖର୍ଦ୍ଧାସାହିର ଅନ୍ତର୍ଯ୍ୟାମୀ ପରିଡ଼ା(୩୭)।…

ପୁଅଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ଙ୍କ ଜୀବନ

ପଦ୍ମପୁର,୧୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସାନକୃଷ୍ଣପୁର ନାଟିଆପାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଦୁଖଃଦ ଘଟଣା ଘଟିଛି। ପୁଅକୁ ବଞ୍ଚାଇବାକୁ ଯାଇ ମା’ଏବଂ ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାଗାଁରେ ଶୋକର ଛାୟା ଖେଳିଯାଇଛି। ମୃତକ ମା’ ଲକ୍ଷ୍ମୀମଣୀ ନାୟକ…

ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ୍‌

ଭଦ୍ରକ ଅଫିସ,୧୫।୪: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରାଯିବ । ଏନେଇ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟ ପକ୍ଷରୁ ଅନୁମତି ଦିଆଯାଇଛି । ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ ଅନୁମତି ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଗତ…

ତାଲା ପକାଇ ଘରେ ନିଆଁ ଲଗାଇଦେଲେ

ଭଦ୍ରକ ଅଫିସ,୧୪।୪: ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଗବସାହିରେ ବୁଧବାର ବିଳମ୍ବିତ ରାତିରେ ପୂର୍ବଶତ୍ରୁତାରୁ ଘରେ ତାଲା ପକାଇ ନିଆଁ ଲଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଅଗ୍ନିକାଣ୍ଡରେ ୫ ବଖରା…

ବୈତରଣୀ ବ୍ରିଜ୍‌ରୁ ଡେଇଁ ଯୁବତୀ ନିଖୋଜ, ପାଓ୍ବାର ବୋଟ୍‌ ଯୋଗେ ଚାଲିଛି ଖୋଜା

ଚାନ୍ଦବାଲି,୧୪।୪(ଡି.ଏନ୍‌.ଏ.): ବୈତରଣୀର ସୁଇସାଇଡ୍‌ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ନିଖୋଜ ଅଛନ୍ତି । ବ୍ରିଜ ଉପରୁ ୫୦ ଫୁଟ ତଳ ନଦୀ ମଧ୍ୟକୁ ଡେଇଁଥିବାରୁ ଯୁବତୀଜଣଙ୍କ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି। ଏହାକୁ…

କିଣିବା ବାହାନାରେ ଦୋକାନରୁ ଚୋରି

ବନ୍ତ,୧୪।୪(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ଗଣିଜାଙ୍ଗ ପଞ୍ଚାୟତ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର କାଶିପୁର ଛକଠାରେ ଥିବା ପ୍ରିୟବ୍ରତ ନାୟକଙ୍କ ସିମେଣ୍ଟ ଓ ରଡ୍‌ ଦୋକାନରୁ ବୁଧବାର ଦିନଦ୍ୱିପ୍ରହରରେ ଚୋରି ହୋଇଛି। ତେବେ ଚୋର ଜଣଙ୍କ ଅଭିନବ ଉପାୟରେ ଚୋରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri