Posted inଭଦ୍ରକ

କେନାଲବନ୍ଧ ରାସ୍ତା ଶୋଚନୀୟ

ଭଦ୍ରକ ଅଫିସ,୧୮।୬ ଭଦ୍ରକ ଜିଲା ବନ୍ତ ବ୍ଲକର ଆଡ଼ିଆଠାରୁ ଓଡ଼ଙ୍ଗ ପଞ୍ଚାୟତର ଗୋହିରା ପର୍ଯ୍ୟନ୍ତ ଯାଇଥିବା ଗଣିଜାଙ୍ଗ ମାଇନର କେନାଲବନ୍ଧ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ୩ କି.ମି. ରାସ୍ତାରେ ବର୍ଷାଦିନେ ଗାଡ଼ି ମୋଟର ଯିବା ତ ଦୂରର କଥା ଚାଲି ଚାଲି ଯିବା କଷ୍ଟକର। କେନାଲ ସଂସ୍କାର ଯୋଜନାରେ ଜଳସେଚନ ବିଭାଗ ପକ୍ଷରୁ କେନାଲର ଗର୍ଭ କଙ୍କ୍ରିଟ ହୋଇଗଲା। କିନ୍ତୁ କେନାଲ ଗର୍ଭରୁ ଖୋଳାଯାଇ ବନ୍ଧ ଉପରେ ପକା ଯାଇଥିବା ମାଟି ଏବେ ବର୍ଷାରେ ଧୋଇ ଆସି କାଦୁଅ ହେବାରୁ ରାସ୍ତାରେ ଯାତାୟାତ ଏକ ପ୍ରକାର ବନ୍ଦ ହୋଇଯାଇଛି। କେନାଲ ଧାରରେ ହୋଇଥିବା ଅଣଓସାରିଆ କଙ୍କ୍ରିଟ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ଲୋକେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।
ଧରି ରାସ୍ତାରେ ମୋରମ ମୁଠାଏ ବି ପଡ଼ି ନ ଥିବାରୁ ଖରାଦିନେ ଅଦିନିଆ ବର୍ଷାରେ ମଧ୍ୟ ରାସ୍ତା କାଦୁଅ ହୋଇଯାଏ। ଜିଲା ମୁଖ୍ୟାଳୟ ଭଦ୍ରକକୁ ଯିବା ପାଇଁ କମ୍‌ ରାସ୍ତା ହୋଇଥିବାରୁ ପଦି, ଆଡ଼ିଆ, ଗିରିଧାରୀନଗର, ଅଡାଳପଙ୍କ, ମୌଦା, ନୂଆପୋଖରୀ, ଓଲଡାଙ୍ଗ, ଧାନଘର ଆଦି ଗ୍ରାମର ଲୋକେ ନିର୍ଭର କରନ୍ତି। ସେହିପରି ବ୍ଲକର ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳୀ ଆଗରପଡ଼ାକୁ ଆସିବା ପାଇଁ ଗୋହିରା, ସରମରା, ଦେବତାଗଢ଼ିଆ, ଟିଲୋ ଆଦି ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ। ବର୍ଷାଦିନେ ଯାତାୟାତ ବନ୍ଦ ରହୁଥିବାରୁ କାଦବରାଙ୍ଗ ଦେଇ ଅଧିକ ରାସ୍ତା ବୁଲିବାକୁ ପଡ଼ିଥାଏ। ପ୍ରାୟ ୧୦ ଗ୍ରାମର ୧୦ ହଜାର ଲୋକ ନିର୍ଭର କରୁଥିବା ଏହି ରାସ୍ତା ମରାମତି କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଞ୍ଚଳରେ ଉପମୁଖ୍ୟମନ୍ତ୍ରୀ: କୃଷି ଋଣ ଛାଡ଼ ସହ କ୍ଷତିପୂରଣ ପାଇ ଦାବି କଲେ ବିପନ୍ନ

ତିହିଡି଼, ୫।୮(ସଞ୍ଜିତ ବଳ): ତିହିଡି଼ ବ୍ଲକର ବନ୍ୟାଞ୍ଚଳକୁ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଛନ୍ତି । ବାରସର ପଞ୍ଚାୟତର ତିଆଡ଼ିସାହି ଓ ଗୋବିନ୍ଦପୁର ପଞ୍ଚାୟତର ତଳହଂସପାଟ…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଚା’ ପିଉଥିବା ବେଳେ ବ୍ୟକ୍ତିଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଧାମନଗର,୩।୮(କାଳିନ୍ଦୀ ବେହେରା): ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ କୋଠାର ପଞ୍ଚାୟତ ଅନ୍ତର୍ଗତ ମିର୍ଘାଟକୁଳ ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ ଛୁରାମାଡ଼ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ମନମୋହନ, କ୍ଷତିଗ୍ରସ୍ତଙ୍କୁ ଦେଲେ ଆଶ୍ୱାସନା

ଚାନ୍ଦବାଲି,୩।୮(କିଷାନ ପାତ୍ର): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୋମବାର ଭଦ୍ରକ ଜିଲାର ବନ୍ୟା ପ୍ରଭାବିତ ଚାନ୍ଦବାଲି ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଖେରଙ୍ଗ ଓ…

ନାଳ ସୁଅରେ ଭାସି ଚାଲିଗଲା ଚାଷୀଙ୍କ ଜୀବନ, କ୍ଷତିପୂରଣ ଦାବି ତେଜିଲା

ବାସୁଦେବପୁର,୩।୮(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତ ଦୁବ ନାଳରୁ ସୋମବାର ଜଣେ ଚାଷଙ୍କ ମୃତଦେହ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ…

ବଡ଼ଓସ୍ତିଆ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ, କୃଷି ଋଣ ଛାଡ଼ ଦାବି

ଚାନ୍ଦବାଲି,୨।୮(କିଷାନ ପାତ୍ର): ଲଗାଣ ବର୍ଷା ଓ ବୈତରଣୀ ନଦୀର ବନ୍ୟା ଜଳ ମାଡ଼ି ଆସି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଡ଼ଓସ୍ତିଆ ପଞ୍ଚାୟତର ଅନେକ ଅଞ୍ଚଳ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri