ସ୍ତ୍ରୀଙ୍କୁ ଫେରିପାଇଲେ ସ୍ବାମୀ

ଧାମନଗର,୬।୬(ସ୍ବ.ପ୍ର.):ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳର ଜଣେ ମହିଳା ପରୀକ୍ଷା ଦେବାକୁ ଯାଇ ଗତମାସ ୩୦ ତାରିଖରୁ ନିଖୋଜ ଥିଲେ। ଏପଟେ ସ୍ତ୍ରୀଙ୍କୁ ଝୁରି ଝୁରି କାନ୍ଦୁଥିଲେ ସ୍ବାମୀ। ସୋମବାର ବାଲେଶ୍ୱର ଜିଲା ସାହାଡ଼ା ଅଣ୍ଡରାଇ ଅଞ୍ଚଳରୁ ତାଙ୍କ ସ୍ବାମୀ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ସ୍ତ୍ରୀଙ୍କୁ ଫେରି ପାଇବା ପରେ ଖୁସିରେ ଆତ୍ମବିଭୋର ହୋଇଛନ୍ତି ସ୍ବାମୀ। ବାପଘର ସମେତ ମାଇଁ ଓ ମାମୁ ମିଶି ପରୀକ୍ଷା ହଲ୍‌ ନିକଟରୁ ତାଙ୍କୁ ଅପହରଣ କରି ନେଇଥିଲେ ବୋଲି ମହିଳା ଜଣଙ୍କ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଏକ ସିକ୍ରେଟ ସିମ୍‌ ମାଧ୍ୟମରେ ସ୍ତ୍ରୀଙ୍କଠାରୁ ମେସେଜ ପାଇ ଯୁବକ ଜଣଙ୍କ ସୋମବାର ବାଲେଶ୍ୱର ସାହାଡ଼ା ଅଣ୍ଡରାଇସ୍ଥିତ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମହିଳାଙ୍କର ଅନ୍ୟତ୍ର ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା। ସ୍ବାମୀଙ୍କୁ ଦେଖି ସ୍ତ୍ରୀ ଦୌଡ଼ି ଆସିବା ପରେ ସେ ତାଙ୍କୁ ବାଇକ୍‌ରେ ନେଇ ଘରକୁ ଫେରିଛନ୍ତି। ପୂର୍ବରୁ ସେ ସ୍ତ୍ରୀଙ୍କୁ ଦେଇଥିବା ସିକ୍ରେଟ ସିମ୍‌ ତାଙ୍କୁ ପାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଯୁବକ ଜଣଙ୍କ ପ୍ରକାଶ କରିଛନ୍ତି। ମହିଳାଙ୍କ କହିବା ଅନୁଯାୟୀ ଗତ ୩୦ତାରିଖରେ ସେ ଯୁକ୍ତ ୩ ପରୀକ୍ଷା ଦେବାକୁ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟକୁ ଯାଇଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପରୀକ୍ଷା ହଲ୍‌ରୁ ବାହାରିବା ପରେ ତାଙ୍କ ସ୍ବାମୀ କାର୍‌ରେ ଅପେକ୍ଷା କରିଛନ୍ତି, ସାଙ୍ଗରେ ବୁଲିଯିବା ପାଇଁ ତାଙ୍କୁ ଡାକୁଛନ୍ତି ବୋଲି ଜଣେ ବ୍ୟକ୍ତି କହିଥିଲେ। ସେ ଗାଡ଼ି ପାଖରେ ପହଞ୍ଚିବା ମାତ୍ରେ କେହି ଜଣେ ତାଙ୍କ ମୁହଁରେ ଏକ ରୁମାଲ ଶୁଙ୍ଘାଇ ଦେବାରୁ ସେ ଅଚେତ ହୋଇଯାଇଥିଲେ। ଚେତା ଫେରିବା ପରେ ତାଙ୍କ ମାମୁଘର ବାସୁଦେବପୁର ବ୍ଲକ ମଇତାପୁର ଅଞ୍ଚଳରେ ଥିବା ସେ ଜାଣିବାକୁ ପାଇଥିଲେ। ରବିବାର ବ୍ରାହ୍ମଣିପାଳସ୍ଥିତ ତାଙ୍କ ବାପଘରକୁ ନିଆଯାଇଥିଲା। ମେସେଜ ଦ୍ୱାରା ସେ ଘଟଣା ସମ୍ପର୍କରେ ସ୍ବାମୀଙ୍କୁ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ସେମାନେ ଦୁଇବର୍ଷ ଧରି ପରସ୍ପରକୁ ଭଲପାଉଥିଲେ। ତେବେ ଉଭୟ ଘର ଲୋକଙ୍କୁ ନ ଜଣାଇ ଫେରାର ହୋଇଯାଇଥିଲେ। ମିଳିବା ପରେ ପୁଅ ପରିବାର ପକ୍ଷରୁ ପୁରୀର ନୃସିଂହ ନାଥ ମନ୍ଦିରରେ ବିବାହ କରାଇ ଘରକୁ ଆଣିଥିଲେ। ୭ ମାସ ଧରି ଘରେ ରହିବା ପରେ ବୋହୂ ପାଠ ପଢ଼ିବାକୁ ଜିଦ୍‌ ଧରିବାରୁ କଲେଜରେ ଆଡ୍‌ମିଶନ କରାଯାଇଥିଲା। ସେଦିନ ପରୀକ୍ଷା ସରିବା ପରେ ସ୍ବାମୀ ଆଣିବାକୁ ଯାଇଥିବା ବେଳେ ଏକ କାର୍‌ରେ ବସି ସ୍ତ୍ରୀ ଚାଲିଯାଇଥିଲେ। ବହୁ ବାଟ ପିଛା କରି ନିରାଶ ହେବା ପରେ ସେ ଘରକୁ ଫେରି ପରିବାର ଲୋକଙ୍କ ଆଗରେ କହିଥିଲେ। ପରେ ପରିବାର ପକ୍ଷରୁ ଏନେଇ ଧୂଷୁରୀ ଥାନାରେ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ. ୪୪/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ବିରୋଧୀ ଦଳ ନେତାଙ୍କ ଅନୁଧ୍ୟାନ

କେସିଙ୍ଗା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଞ୍ଚାୟତର ବାହାଦୂରପଦର ଗ୍ରାମର ଚାଷୀ ଡମ୍ବରୁଧର ପୋଢ଼ (୩୫) ଆତ୍ମହତ୍ୟା ଉଦ୍ୟମ କରିଥିଲେ ।...

ଆରଏସ୍‌ପି କ୍ୱାଟର୍ସରୁ ସେକ୍ସ ରାକେଟ ଠାବ: ୫ ଗିରଫ

ରାଉରକେଲା ଅଫିସ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଏକ ଆରଏସ୍‌ପି କ୍ୱାଟର୍ସରେ ବେଧଡ଼କ ଚାଲୁଥିବା ସେକ୍ସ ରାକେଟ ଠାବ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ...

ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମ ପାଣି ଘେରରେ

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ଦେଖିବାକୁ ମିଳିଛି ।...

ବୁଗୁଡ଼ା ବ୍ଲକ: ୬୦ ସଂଗରୋଧ କେନ୍ଦ୍ରରେ ୨୫୧୪ ପ୍ରବାସୀ

ବୁଗୁଡ଼ା,୧୧ା୫(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏବଂ ଏନ୍‌ଏସି ଅଧୀନରେ ଥିବା ୬୦ ସଂଗରୋଧ କେନ୍ଦ୍ରରେ ସୋମବାର ସୁଦ୍ଧା ୨୫୧୪ ପ୍ରବାସୀ ରହିଥିବା ଜଣାପଡ଼ିଛି। ସେଥିରୁ ୨୪୯୫ ଜଣ ସୁରଟ...

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାର ପର୍ଦ୍ଦାଫାଶ: ୫ ଗିରଫ

କୋଟଗଡ଼,୨୯।୧୨ (ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ ଗତ ୧୦ ତାରିଖରେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ବହୁ...

୬ଟି ଗାଁକୁ ନିର୍ମାଣ ହେବ ରାସ୍ତା

ଦଶମନ୍ତପୁର, ୬ା୮(ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ...

ପାଇଖାନା ନିର୍ମାଣ ଅର୍ଥ ହରିଲୁଟ

ଯାଜପୁର ଅଫିସ,୩୦।୪: ଯାଜପୁର ଜିଲାରେ ୨୦୧୪-୧୫ରୁ ୨୦୨୦-୨୧ ମଧ୍ୟରେ ସ୍ବଚ୍ଛ ଭାରତ ମିଶନରେ ୨୮୮,୫,୭୨,୬୩୨ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୫୩, ୨୯, ୩୦, ୫୨୯...

ଘରୋଇ ବ୍ୟାଙ୍କରେ ମହାପ୍ରଭୁଙ୍କ ପାଣ୍ଠି: ସେବାୟତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା

ପୁରୀ ଅଫିସ,୧୦ା୧: ମହାପ୍ରଭୁଙ୍କ କର୍ପସ ପାଣ୍ଠିକୁ ଘରୋଇ ବ୍ୟାଙ୍କରେ ରଖାଯିବାକୁ ନେଇ ଆରମ୍ଭ ହୋଇଛି ଘଣ୍ଟାଚକଟା। ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଅର୍ଥ ସବ୍‌ କମିଟିକୁ...

Advertisement
Archives

Model This Week