ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ

ପଦ୍ମପୁର, ୫।୬ (ଡି.ଏନ.ଏ.): ପ୍ରେମିକଙ୍କୁ ପ୍ରତାରଣା କରି ପ୍ରେମିକା ଅନ୍ୟ ଜଣେ ଯୁବକଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ପ୍ରେମିକ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଏଣୁ ବିବାହ ପରେ ରାସ୍ତାରେ ଯାଉଥିବା ବେଳେ ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଶନିବାର ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ ଇଚ୍ଛାପୁରଠାରେ ଏଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ସାବରଙ୍ଗ ଥାନା ଅଧୀନ ବରାଙ୍ଗ ଗ୍ରାମର ଦୀନବନ୍ଧୁ ବାରିକ(୨୭) ପ୍ରାୟ ୭ବର୍ଷ ହେଲା ବାସୁଦେବପୁର ଥାନା ଲୁଙ୍ଗା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଏପରିକି ଯୁବତୀଙ୍କ ପରିବାର ସହ କଥା ହୋଇ ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା। ଦୀନବନ୍ଧୁ ସହ ଝିଅକୁ ବାହା ଦେବା ପାଇଁ ଯୁବତୀଙ୍କ ପରିବାର ଲୋକେ ରାଜି ହୋଇଥିଲେ। ଯୁବତୀଙ୍କ ବାପା ଦୀନବନ୍ଧୁଙ୍କ ପାଖରୁ ଟଙ୍କା ମଧ୍ୟ ନେଇଥିଲେ। ଦୁଇ ପରିବାର ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ଥିବାବେଳେ ଶୁକ୍ରବାର ରାତିରେ ପ୍ରେମିକାଙ୍କ ବାହାଘର ଅନ୍ୟତ୍ର ହେବାକୁ ଯାଉଛି ବୋଲି ସେ ଶୁଣିବାକୁ ପାଇଥିଲେ। ପ୍ରେମିକା ଓ ତାଙ୍କ ବାପାଙ୍କ ସହ ସେ ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ ଉଠାଇ ନ ଥିଲେ। ଫଳରେ ଏନେଇ ଦୀନବନ୍ଧୁ ଶୁକ୍ରବାର ବିଳମ୍ବିତ ରାତିରେ ସାବରଙ୍ଗ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସଠାରୁ କୌଣସି ସହଯୋଗ ନ ପାଇବାରୁ ବାହାଘର ସାରି ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଫେରୁଥିବା ବରକନ୍ୟାଙ୍କ ଗାଡ଼ିକୁ ଇଚ୍ଛାପୁରଠାରେ ଦୀନବନ୍ଧୁ ଅଟକାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଘେରି ଯାଇଥିଲେ। ଖବରପାଇ ସାବରଙ୍ଗ ପୋଲିସ ପହଞ୍ଚି ବରକନ୍ୟାଙ୍କ ସମେତ ସମସ୍ତଙ୍କୁ ଥାନାକୁ ନେଇଯାଇଥିଲା। ସେଠାରେ ୩ ପକ୍ଷ ମଧ୍ୟରେ ବୁଝାମଣା କରାଇବା ପରେ ପୋଲିସ ଅନ୍ୟମାନଙ୍କୁ ଛାଡ଼ି ଦେଇ ଦୀନବନ୍ଧୁ ଓ ଯୁବତୀଙ୍କ ବାପାଙ୍କୁ ଅଟକ ରଖିଥିଲା। ସେମାନଙ୍କୁ ବୁଝାଶୁଝା କରିବା ସହ ଭବିଷ୍ୟତରେ କେହି କାହା ପ୍ରତି କୌଣସି ଆକ୍ଷେପ ମୂଳକ ପଦକ୍ଷେପ ନେବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ପାଇବା ପରେ ଛାଡ଼ି ଦିଆଯାଇଥିବା ଥାନାଧିକାରୀ ଶୋଭେନ କୁମାର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ଚାଲିଥିଲା ଦେହ ବେପାର ୩ ଯୁବତୀ ଉଦ୍ଧାର, କିଙ୍ଗ୍‌ପିନ୍‌ ସମେତ ୧୨ ଗିରଫ

ବ୍ରହ୍ମପୁର ଅଫିସ,୧ା୧୧-ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ନିକଟ ଟାଟାବେଞ୍ଜ ଛକରେ ଥିବା ତୁଲସୀ ଗେଷ୍ଟ ହାଉସ୍‌ ରୁମ୍‌ ନମ୍ବର ୧୪,୧୬ ଓ ୧୭ରେ ଦେହ ବେପାର ହେଉଥିଲା।...

ଖଦି କେବଳ ବସ୍ତ୍ର ନୁହେଁ, ଏକ ବିଚାର

ଭୁବନେଶ୍ୱର,୨୦।୨ (ବ୍ୟୁରୋ): ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଖାରବେଳନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ‘ଖଦି ବଜାର’ ଉଦ୍‌ଘାଟିତ...

ଖାକିରେ ଲାଗିଲା ଦାଗ: ମହିଳା ହୋମ୍‌ଗାର୍ଡଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ

ନବରଙ୍ଗପୁର,୨୯ା୬(ବି.ପ୍ର.)- ଜଣେ ମହିଳା ହୋମଗାର୍ଡଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏପରି ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ। ଉମରକୋଟ ଥାନା...

ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ

ଜଗତ୍‌ସିଂହପୁର ଅଫିସ, ୧୭ା୫: ଜଗତ୍‌ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ...

ଛାତ୍ରୀଙ୍କ ଫଟୋ ଭାଇରାଲ :ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୭: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ...

ଶେଷରେ ଗିରଫ ହେଲେ ଏକାଧିକ ଅବକାରୀ ମାମଲା ରହିଥିବା ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି,୨୫।୨(ସ୍ବ.ପ୍ର.): କଟକ ଜିଲା ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଦଳ ନିଶ୍ଚିନ୍ତକୋଇଲି ଅବକାରୀ ଥାନା ଅଧିନସ୍ଥ ନତକାଇ ପଞ୍ଚାୟତ ଏକରୁଖୀ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର...

ଯୁବକଙ୍କୁ ହତ୍ୟା ଘଟଣା: ୨ କୋର୍ଟ ଚାଲାଣ

ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ...

ଲୋକ ସଭାରେ ଉଠିଲା ସ୍ମିତାରାଣୀ ପ୍ରସଙ୍ଗ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ଯାଜପୁର ଜିଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପ୍ରସଙ୍ଗ ଲୋକ ସଭାରେ ଉଠାଇଛନ୍ତି। ଶୁକ୍ରବାର ଶୂନ୍ୟକାଳ ଚାଲିଥିବା...

Advertisement
Archives

Model This Week