ଭଦ୍ରକ

ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲହଡି ଭାଙ୍ଗୁଛି ବର୍ଷା ଜଳ

ଭଦ୍ରକ ଅଫିସ,୫।୭: ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଆଉଟଡୋର ମଧ୍ୟରେ ବର୍ଷାଜଳ ଲହଡି ଭାଙ୍ଗୁଛି । ମଙ୍ଗଳବାର ସକାଳୁ ଲାଗି ରହିଥିବା ବର୍ଷାରେ ପାଣି ନିଷ୍କାସନ ହୋଇ ନପାରି ଚିକିତ୍ସାଳୟ ଭିତରକୁ ବର୍ଷା ଜଳ ପଶିଯାଇଥିଲା । ପାଣି ପଶିଯିବା ଫଳରେ…

୬ ଥାନାଧିକାରୀଙ୍କ ଅଦଳବଦଳ

ଭଦ୍ରକ ଅଫିସ,୪।୭: ଭଦ୍ରକ ଜିଲା ପୋଲିସ ବିଭାଗର ନିର୍ଦ୍ଦେଶ ନଂ.୧୦୦୧/୨୦୨୨ ଅନୁଯାୟୀ ଜିଲାରେ ୬ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଧାମନଗର ଥାନାଧିକାରୀ ଶ୍ରୀବଲ୍ଲଭ ସାହୁଙ୍କୁ ଚୁଡ଼ାମଣି ମେରାଇନ ଥାନାଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ତିହିଡ଼ି ଥାନାର ସବ୍‌ ଇନ୍ସପେକ୍ଟର ବନମାଳୀ ବାରିକଙ୍କୁ…

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ ଅଫିସ,୪ା୭: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବିଜେଗଙ୍ଗାଧରପୁର ଗ୍ରାମରେ ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ବିଦ୍ୟାଧର ମାଝି। ସୂଚନା ମୁତାବକ ବିଦ୍ୟାଧର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ।…

ନିଅଣ୍ଟିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଭଦ୍ରକ ଅଫିସ, ୪ା୭: ନିଅଣ୍ଟିଆ ବର୍ଷା ଯୋଗୁ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଶୁଖିଲା ପଡ଼ିଛି। ଜୁଲାଇ ବେଳକୁ ଜମିରେ ଧାନ ତଳି ପକା କାର୍ଯ୍ୟ ସରି ରୁଆ ଆରମ୍ଭ ହେବା କଥା। କିନ୍ତୁ ପାଣି ଅଭାବରୁ ଚାଷଜମି ଗୋରୁଙ୍କ…

କେନାଲ ଶୁଖିଲା, ଜମିକୁ ମାଡ଼ିପାରୁନି ପାଣି

ଭଣ୍ଡାରିପୋଖରୀ, ୪ା୭ (ସ୍ବ.ପ୍ର.): ମୌସୁମୀ ଲୁଚକାଳି ଖେଳୁଛି। ବର୍ଷା ଅଭାବରୁ ବିଲରେ ପଡ଼ିଥିବା ଧୂଳିଆ ଧାନ ତଳି ଗଜା ମରୁଡ଼ି ହେବାକୁ ବସିଛି। ବର୍ଷାକୁ ଅନେଇ ବସିଥିବା ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଖରିଫ ଚାଷ ଲାଗି ଅଣ୍ଟା ଭିଡୁଥିବା ବେଳେ ଦୁର୍ବଳ…

ଡାକ୍ତରଙ୍କୁ ମାଡ଼

ପଦ୍ମପୁର,୩୦ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଅମରେନ୍ଦ୍ର ଜେନାଙ୍କୁ ବୁଧବାର ବିଳମ୍ବିତ ରାତିରେ ଜନୈକ ମହିଳା ରୋଗୀଙ୍କ ସମ୍ପର୍କୀୟ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ମହିଳା ଜଣକ ରୋଗୀଙ୍କୁ ଡାକ୍ତର…

୧ କି.ମି. ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଭଦ୍ରକ ଅଫିସ,୩୦।୬: ଝାଡ଼ାବାନ୍ତି ହେଉଥିବା ଜଣେ ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଆସିଥିଲା। ହେଲେ ରାସ୍ତା ଖରାପ ଯୋଗୁ ଗଁାକୁ ଯାଇ ନ ପାରି ୧ କି.ମି. ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା। ଫଳରେ ଷ୍ଟ୍ରେଚରରେ ଉକ୍ତ ବୃଦ୍ଧାଙ୍କୁ ୧…

ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ

ଭଦ୍ରକ ଅଫିସ,୨୯।୬: ଭଦ୍ରକ ସହର ପାନ୍ଥନିବାସରେ ବୁଧବାର ଓଡ଼ିଶା ବିଧାନ ସଭା ଗୃହ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୃହ କମିଟିର ସଦସ୍ୟ…

‘ନିଶା ଯୋଗୁ ପରିବାରରେ ଅଶାନ୍ତି ହୋଇ ହିଂସାକାଣ୍ଡ ଘଟୁଛି’

ଭଦ୍ରକ ଅଫିସ,୨୬।୬: ଜିଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତ ବିଭାଗ ପକ୍ଷରୁ ରବିବାର ନିଶା ଅନାଶକ୍ତି ଓ ଅବୈଧ ନିଶା ଦ୍ରବ୍ୟ ଚାଲାଣ ନିରୋଧୀ ଆର୍ନ୍ତଜାତୀୟ ଦିବସ ଭଦ୍ରକ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି…

‘ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ’

ଧାମନଗର, ୨୬।୬(ସ୍ବ.ପ୍ର.): ସ୍ବାମୀ କାମଳ ରୋଗରେ ଆକ୍ରାନ୍ତ ହୋଇ ଲିଭର ଓ କିଡ୍‌ନୀ ନଷ୍ଟ ହୋଇଯାଇଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ କହିବା ମୁତାବକ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ପଡ଼ିବ।…

କେବଳ ପୂଜାପର୍ବ ପାଇଁ ଘୂରୁଛି କୁମ୍ଭାର ଚକ

ଆରଡ଼ି,୨୬।୬(ଡି.ଏନ.ଏ.): ଦିନ ଥିଲା ହାଣ୍ଡି ମାଠିଆ ଗଢ଼ି ଚଳୁଥିଲା ପରିବାର। ଗଁାରେ ରହିଥିଲା ଏହାର ଚାହିଦା। ମାଟିରେ ତିଆରି ହାଣ୍ଡି, ମାଠିଆ, ସୁରେଇ, ପଲମ, ମାଢିଆ, ଉଠାଚୁଲି, ପୂଜା କଳସ, ସରା ଆଦି ଦୈନନ୍ଦିନ ଜୀବନରେ ଦରକାରୀ ଥିଲା। ଏସବୁ ଗଢ଼ି…

ମହିଳାଙ୍କୁ ଭୁଜାଲିରେ ହାଣି ଲୁଟ୍‌

ପଦ୍ମପୁର,୨୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ପଞ୍ଚାୟତର ଗୋକୁଳପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ରେବତୀ ମହାକୁଡ଼ଙ୍କ ବାପଘରୁ ନଗଦ ୨ଲକ୍ଷ ୫୦ହଜାର ଟଙ୍କା, ୫ ଭରି ସୁନା- ରୁପା ଅଳଙ୍କାର ସହ ମୂଲ୍ୟବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?