ବାଲେଶ୍ୱର

ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଜମି ପରିଦର୍ଶନ କଲେ ଭାଜପା ପ୍ରତିନିଧି

ରାଇବଣିଆ, ୧୧।୪: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଜମିକୁ ଜଳେଶ୍ୱର ଭାଜପାର ଏକ ପ୍ରତିନିଧି ଦଳ ସୋମବାର ବୁଲି ଦେଖିବା ସହ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଗତ ୭ ତାରିଖରେ ଜଳେଶ୍ୱର ବ୍ଲକ…

ଆତଙ୍କ ଖେଳାଇଲେ ଝାଡ଼ଖଣ୍ଡୀ ହାତୀ

ରାଇବଣିଆ/ଜଳେଶ୍ୱର,୯।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ୍‌ ଶ୍ୟାମନଗର ପଞ୍ଚାୟତରେ ଶୁକ୍ରବାର ରାତିରେ ପଶ୍ଚିମବଙ୍ଗ ସୀମା ପଟୁ ୩୦ରୁ ଊଦ୍ଧର୍‌ବ ଝାଡ଼ଖଣ୍ଡୀ ହାତୀ ପଶି ପାଖପାଖି ୧୦୦ ଏକରରୁ ଊଦ୍ଧର୍‌ବ ଧାନ ଚାଷ ମାଡ଼ି ଦଳି ନଷ୍ଟ କରିଦେଇଛନ୍ତି। ରାଇବଣିଆ ଫରେଷ୍ଟ ରେଞ୍ଜ…

ଦେହରେ କିରୋସିନ ଢାଳି ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବାଲେଶ୍ୱର ଅଫିସ/ସିମୁଳିଆ,୯ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମାର୍କୋଣା ଛକର କବିତା ପତ୍ରୀ(୫୦) ନାମକ ଜଣେ ମହିଳା ରବିବାର ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ…

କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୯ା୪: ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୋଲିସକୁ ନିର୍ଘାତ ପ୍ରହାର କରିବାରୁ ମୁଣ୍ଡ ଫାଟି ଚେତା ଶୂନ୍ୟ ହୋଇଛନ୍ତି କନଷ୍ଟେବଳ ବାବୁ। କାଠ ଫାଳିଆରେ ମାରଣାନ୍ତକ ଆକ୍ରମଣ ଯୋଗୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାର୍ଥା ଫାଣ୍ତି…

ବାଲେଶ୍ୱର ମୁଖ୍ୟ ଗିରଫ, ରିମାଣ୍ଡରେ ଆଣି ଜେରା

ଭୁବନେଶ୍ୱର,(ବ୍ୟୁରୋ)/ବାଲେଶ୍ୱର ଅଫିସ୍‌, ୮।୪: ଆମେରିକାରୁ ପରିଚାଳିତ ମୋବାଇଲ ଆପ୍‌ ‘କ୍ଲାଉଡ୍‌ ଫଟ୍‌’ରେ ଅଳ୍ପ ଟଙ୍କା ନିବେଶ କରି ଲକ୍ଷାଧିକ ଟଙ୍କା ପାଇବା ଆଶାରେ ଦେଶବ୍ୟାପୀ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଠକେଇର ଶିକାର ହୋଇଛନ୍ତି। ଏହି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ…

ମୁଖ୍ୟ ଅଭିଯୁକ୍ତଙ୍କ ପ୍ରେମିକା ଗିରଫ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ପ୍ରେମିକା ମଲ୍ଲିକାଶପୁର ଅଞ୍ଚଳର ବର୍ଷା ବର୍ଣ୍ଣାଳି ଦାସ (୩୨)ଙ୍କୁ ଗୁରୁବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ବାଲେଶ୍ୱର ସଦର…

୪୦ ଲକ୍ଷ ଟଙ୍କାର ମୁଣ୍ଡଜାମିନ, ଅଭିଯୁକ୍ତ ଗିରଫ

ବାଲେଶ୍ୱର ଅଫିସ,୬ା୪: ଝାରସୁଗୁଡ଼ାରେ ନାବାଳକ ଅପହରଣ ଓ ଟଙ୍କା ପାଇଁ ନାବାଳକ ହତ୍ୟା ଘଟଣା ମନରୁ ନ ଲିଭିବା ପୂର୍ବରୁ ଏବେ ବାଲେଶ୍ୱର ଜିଲା ଚନ୍ଦନେଶ୍ୱର ନିକଟରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣା ବେଶ୍‌ ଆଲୋଡନ…

ସ୍କୁଲରେ ମଦପିଇ ନାଚିଲେ ପ୍ରଧାନ ଶିକ୍ଷକ

ବାଲେଶ୍ୱର ଅଫିସ,୫।୪: ସ୍କୁଲକୁ ମଦ ପିଇ ଆସିଲେ ପ୍ରଧାନ ଶିକ୍ଷକ। ବିଦ୍ୟାଳୟ ପରିସରରେ ଶୋଇଲେ, ବହେ ନାଚିଲେ ପରେ ଅଭିଭାବକଙ୍କୁ ଦୁର୍ବ୍ୟବହାର କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନସ୍ଥ କେଏମ୍‌ ସାହି ପଞ୍ଚାୟତର ତୋଟାପୋଡ଼ା…

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି

ନୀଳଗିରି, ୫ା୪(ସ୍ବ.ପ୍ର.): ରାଜ୍ୟରେ ବିଭିନ୍ନ ସ୍ଥାନରେ ଏବେ ନକଲି ସାର୍ଟିଫିକେଟ ଧର ପଗଡ଼ ଚାଲିଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରିରେ ନକଲି ସାର୍ଟିଫିକେଟ ଦେଇ ୩ଜଣ ଶିକ୍ଷୟତ୍ରୀଶିକ୍ଷକ ଚାକିରି କରିଥିବା ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ପୋଲିସ-ବନବିଭାଗ ଦୋଷ ଲଦାଲଦି

ରୂପସା, ୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଲଚ୍ଛମନଖୁଣ୍ଟା ଅଞ୍ଚଳରୁ ଏକ ଟ୍ରକ୍‌ ଯୋଗେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସୋମବାର ରାତିରେ ଚୋରାଚାଲାଣ ହେଉଥିବା ବେଳେ ଲଚ୍ଛମନଖୁଣ୍ଟା-ଗଡ଼ପଦା ରାସ୍ତାର ଖଣ୍ଡିଆଘାଇ ପୋଲଠାରେ କାଦୁଅରେ ଫସିଯାଇଥିଲା। ଏ…

ଚାକିରି ଦେବା ନାଁରେ ଠକେଇ, ୫ ଗିରଫ

ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଲକ୍ଷ ୯ହଜାର ନଗଦ ଟଙ୍କା, ୧୦ଲକ୍ଷ…

ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରାଚାଲାଣ: ୪ ଗିରଫ

ଜଳେଶ୍ୱର,୪ା୪(ଡି.ଏନ.ଏ.): ପଶ୍ଚିମବଙ୍ଗକୁ ଏକ ଟ୍ରକ ଯୋଗେ ୩ ବସ୍ତା (୫୪ କିଲୋ ୧୮୦ଗ୍ରାମ) ଗଞ୍ଜେଇ ଚାଲାଣ ବେଳେ ୬୦ନଂ. ଜାତୀୟ ରାଜପଥରୁ ଜଳେଶ୍ୱର ପୋଲିସ ଧରିବାରେ ସକ୍ଷମ ହୋଇଛି। ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୋମବାର ଖବରଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?