କୃଷକ ଦିବସ ସମାରୋହ ଗୋଟିଏ ପଞ୍ଚାୟତରେ ସୀମିତ

ରସୁଲପୁର,୨୫।୪: (ଡି.ଏନ.ଏ.) ଅକ୍ଷୟ ତୃତୀୟା ଅବସରରେ ରସୁଲପୁର ବ୍ଲକ କୃଷି ବିଭାଗ ପକ୍ଷରୁ କୃଷକ ଦିବସ ସମାରୋହ ଉକ୍ତ ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ବ୍ଲକସ୍ତରୀୟ ସମାରୋହକୁ ଗୋଟିଏ ପଞ୍ଚାୟତରେ ସୀମିତ ରଖାଯାଇଛି। ସୂଚନା ଅଭାବରୁ ବ୍ଲକ ଅଧୀନ ଅଧିକାଂଶ ପଞ୍ଚାୟତର ଜନପ୍ରତିନିଧି ଓ ଚାଷୀମାନେ ଉକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତହୋଇପାରି ନ ଥିଲେ। ଚାଷୀ ଓ ଜନ ପ୍ରତିନିଧିମାନଙ୍କ ଅନୁସ୍ଥିତିରେ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର କେତେଜଣ ମହିଳା ସ୍ବୟଂସହାୟିକା ଗୋଷ୍ଠି ସଦସ୍ୟାମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମକୁ ସାରି ଦିଆଯାଇଥିଲା। ଏହି ଅବସରରେ ବ୍ଲକ ଅଞ୍ଚଳରୁ ୧ଶହ ଅଗ୍ରଣୀ ଚାଷୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସେଭଳି କିଛି କରାଯାଇ ନ ଥିଲା। ଆୟୋଜକ ପଞ୍ଚାୟତର କେତେଜଣ ଅଣଚାଷୀଙ୍କୁ ନେଇ କାର୍ଯ୍ୟକ୍ରମକୁ ସୀମିତ ରଖାଯାଇଥିଲା ବୋଲି ବ୍ଲକର ଅଗ୍ରଣୀ ଚାଷୀ ରବିନ୍ଦ୍ର ସ୍ବାଇଁ, ଦିବାକର ବିଶ୍ୱାଳ,ଗୋପାଳ ମଲ୍ଲିକ ପ୍ରମୁଖ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଦୌ ସୂଚନା ପାଇ ନ ଥିବା ସରପଞ୍ଚ ଜିତେନ୍ଦ୍ର ନାୟକ, ସମିତି ସଭ୍ୟ ରଞ୍ଜିତ କୁମାର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟ ସରପଞ୍ଚ, ସମିତି ସଭ୍ୟା,ସଭ୍ୟମାନେ ଅବଗତ ନ ଥିବା କହିଛନ୍ତି। ଏ ନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ଗଠନ କରାଯାଇଥିବା ହ୍ବାଟସ୍‌ଆପ୍‌ ଗ୍ରୁପ୍‌ରେ କୌଣସି ଚିଠି ବିତରଣ କରାଯାଇ ନ ଥିଲା। ପଞ୍ଚାୟତସ୍ତରରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥୀମାନେ ସମାରୋହ ସମ୍ପର୍କରେ ଜନପ୍ରତିନିଧି ଓ କୃଷକମାନଙ୍କୁ କୌଣସି ସୂଚନା ପ୍ରଦାନ କରି ନ ଥିଲେ ବୋଲି ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ବ୍ଲକସ୍ତରୀୟ କୃଷକ ଦିବସ ସମାରୋହ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ଯେ କୌଣସି ଏକ ପଞ୍ଚାୟତରେ ଅଖିମୁଠି ଅନୁକୂଳ କରାଯିବ ବୋଲି ସ୍ଥିର ହୋଇଥିଲା। ସେହି ଆଧାରରେ ସମାରୋହ ପାଇଁ ବାରବାଟୀ ପଞ୍ଚାୟତର ଚିତ୍ରକୂଳ ଗ୍ରାମକୁ ଚୟନ କରାଯାଇଥିଲା। ଏଥିସହ ସମାରୋହ ଜରିଆରେ ଚଳିତ ବର୍ଷର ଖରିଫ ଋତୁରେ ଚାଷୀଙ୍କ ଉଦ୍ଦେଶ୍ୟରେ ନୂତନ ସନ୍ଦେଶ ଦେବା ସହ ଚାଷୀ ଓ ଚାଷ ପାଇଁ ଆବଶ୍ୟକ ସରକାରୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ଥାଆନ୍ତା। ଏହାଛଡା କୃଷି କାର୍ଯ୍ୟରେ ବିଭିନ୍ନ ପଞ୍ଚାୟତରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ଚାଷୀମାନଙ୍କ ମଧ୍ୟରୁ କେତେଜଣ ଅଗ୍ରଣୀ ଚାଷୀଙ୍କୁ ଚିହ୍ନଟ କରାଯାଇ ସମ୍ମାନିତ କରାଯାଇ ଥାଆନ୍ତା। ସମ୍ମାନିତ ଚାଷୀମାନେ ସେମାନଙ୍କ ଅନୁଭୂତିକୁ ଅନ୍ୟ ଚାଷୀମାନଙ୍କ ମଧ୍ୟରେ ବାଣ୍ଟି ଥାଆନ୍ତେ। ଏପରି ଭାବେ ଉକ୍ତ ଉତ୍ସବକୁ ସଫଳ କରିବାର ଲକ୍ଷ୍ୟ ଥିଲା। ମାତ୍ର ଏଠାରେ ସେଭଳି କିଛି ହେଲାନାହିଁ। ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ରାତି ଅଧିଆ କୃଷକ ଦିବସ ପାଳନ ପାଇଁ ବାରବାଟୀ ପଞ୍ଚାୟତକୁ ବଛା ଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବାରବାଟୀ ସରପଞ୍ଚ ଆୟୁଷମତି ଦାସ, ସମିତିସଭ୍ୟା ସୌଦାମିନୀ ସ୍ବାଇଁ, ଆତ୍ମାର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ, କୃଷି କାର୍ଯ୍ୟାଳୟ ପରିସରରେ ରସୁଲପୁର ସରପଞ୍ଚ ସୁରେନ୍ଦ୍ର କୁମାର ତିଆଡି ଯୋଗଦେଇଥିଲେ। ବ୍ଲକସ୍ତରରେ ୬୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ଜୋନସ୍ତରୀୟ ଜନପ୍ରତିନିଧି ଥିବା ବେଳେ ମାତ୍ର ୩ ଜଣ ପ୍ରତିନିଧିଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏ ସମ୍ପର୍କରେ ଜଣେ ଅଧିକାରୀ ସଫେଇ ଦେଇ କହିଥିଲେ ପ୍ରାରମ୍ଭରେ ବର୍ଷା ହେବାରୁ ଚାଷୀମାନେ ସମାରୋହ ସ୍ଥଳକୁ ଆସି ନ ଥିଲେ। ଅଖିମୁଠି ଅନୁକୂଳରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ଉପସ୍ଥିତ ଥିବା କେତେଜଣ ମହିଳାଙ୍କୁ ପୁରସ୍କାର ବଣ୍ଟନ କରି ଉକ୍ତ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ବିଶ୍ୱଜୟୀ ମିଶ୍ରଙ୍କ ମତାମତ ପାଇଁ ଫୋନ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ। କୃଷି ଓଭରସିୟର ପଦ୍ମଲୋଚନ ପଣ୍ଡାଙ୍କୁ ପଚାରିବାରୁ ବର୍ଷା ହେବାରୁ କାର୍ଯ୍ୟକ୍ରମରେ ସାମାନ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା। ଜନପ୍ରତିନିଧି, ଚାଷୀମାନଙ୍କୁ ସମାରୋହକୁ କାହିଁକି ଡକାଗଲା ନାହିଁ ସେ ସମ୍ପର୍କରେ ସେ କୌଣସି ଉତ୍ତର ରଖିପାରିବେ ନାହିଁ ବୋଲି କହିଥିଲେ। କେଉଁ ଗୋଷ୍ଠିକୁ ପୁରସ୍କାର ରାଶି କେତେ ମିଳିଲା ସେ ସବୁ ଦିଗରେ ବ୍ଲକ କୃଷି ଅଧିକାରୀଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri