ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ନେଇ ଜିଲାବାସୀ ଆନନ୍ଦିତ

ବାଲେଶ୍ୱର ଅଫିସ/ବାରିପଦା ଅଫିସ,୨୧ା୪: ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି, କର୍ମଭୂମି ରାଇରଙ୍ଗପୁର ଓ ମୟୂରଭଞ୍ଜକୁ ଦୁଇଦିନିଆ ଗସ୍ତରେ ଆସୁଥିବା ଜଣାପଡ଼ିଛି। ଏନେଇ ରାଇରଙ୍ଗପୁର ସହର ତଥା କୁସୁମୀ ବ୍ଲକର ପାହାଡ଼ପୁର ତଥା ଜିଲାବାସୀଙ୍କ ମନରେ ଢେର ଉତ୍କଣ୍ଠା ପ୍ରକାଶ ପାଇଛି।

ରାଷ୍ଟ୍ରପତି ମେ’ ୮ତାରିଖ ସକାଳେ ନୂଆଦିଲ୍ଲୀରୁ ବିମାନଯୋଗେ ଆସି କଲେଇକୋଣ୍ଡା ବାୟୁସେନା ଘାଟିରେ ପହଞ୍ଚିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାମନଘାଟି ଉପଖଣ୍ଡର ବାଦାମପାହାଡ଼ କଲେଜ ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରି ୩କିମି ସଡ଼କ ପଥରେ ଆସି ତାଙ୍କ ପରଲୋକଗତ ସ୍ବାମୀ ଶ୍ୟାମଚରଣ, ଦୁଇପୁଅ ଲକ୍ଷ୍ମଣ ଓ ସିପୁନଙ୍କ ସ୍ମୃତିରେ ପାହାଡ଼ପୁରରେ ସ୍ଥାପନ କରିଥିବା ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟ ଆବାସିକ ବିଦ୍ୟାଳୟର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ସେ ରାଇରଙ୍ଗପୁର ସହର ଉପକଣ୍ଠ ଦାଣ୍ଡବୋଷ ବିମାନ ଅବତରଣ କେନ୍ଦ୍ରରେ ପହଞ୍ଚି ସଡ଼କ ପଥରେ ଆସି ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଡାକ ବଙ୍ଗଳା ଠାରେ ପହଞ୍ଚିବେ। ସନ୍ଧ୍ୟାରେ ରାଇରଙ୍ଗପୁର ସହରର କଚେରି ପଡ଼ିଆ ଷ୍ଟାଡିଅମଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ରାଇରଙ୍ଗପୁର ପୌରପରିଷଦ ତରଫରୁ ନଗରବାସୀ ଭବ୍ୟ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ପରେ ସେ ମହୁଲଡିହା ଡାକବଙ୍ଗଳାରେ ରାତ୍ରିଯାପନ କରିବେ। ସକାଳେ ସେ ଦାଣ୍ଡବୋଷ ଯାଇ ସେଠାରୁ ହେଲିକପ୍ଟର ଯୋଗେ ବାରିପଦା ଯାତ୍ରା କରିବେ। ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ପାହାଡପୁର ଗସ୍ତ ନେଇ ଭାଜପା ରାଜ୍ୟ ସମ୍ପାଦକ ନବୀନ ରାମ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଏସ୍‌ଏଲ୍‌ଏସ୍‌ ଟ୍ରଷ୍ଟର ଉପଦେଷ୍ଟା ମୁନା ପ୍ରତିହାରୀ ସୂଚନା ଦେଇଛନ୍ତି। ମହାମହିମ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ ନିଶ୍ଚିତ ଥିବା ବେଳେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦିଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ କେବଳ ରାଇରଙ୍ଗପୁରରେ ଥିବା ତାଙ୍କ ନିକଟତମ ବିଜେପି ନେତୃବୃନ୍ଦଙ୍କ ମହଲରେ ବିପୁଳ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରଥମ ଥରି କରି ନିଜ ଜିଲାକୁ ଆସୁଥିବାରୁ ତାଙ୍କୁ ଭବ୍ୟ ସୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ମେ ୯ ତାରିଖ ପୂର୍ବାହ୍ନ ୧୦ଟାରେ ମହାମହିମ ରାଷ୍ଟ୍ରପତି ବାରିପଦାସ୍ଥ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ୧୧ଟାରେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri