ମଧ୍ୟସ୍ଥଙ୍କ କବ୍‌ଜାରେ ବସ୍ତା ଡାକ୍ତରଖାନା

ବସ୍ତା,୨୩।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ମଧ୍ୟସ୍ଥଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଚିକିତ୍ସା ସମୟରେ ଡାକ୍ତରଖାନାରେ ସମସ୍ତ ଔଷଧ ଏବଂ ସୁବିଧା ଯୋଗାଇଦେବା ପାଇଁ ସରକାରୀ ନିୟମ ରହିଛି। ଡାକ୍ତର ସରକାରୀ ଔଷଧ ନ ଦେଇ ବାହାରୁ ଔଷଧ କିଣିବା ପାଇଁ କହୁଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ଏପରିକି ରୋଗୀଙ୍କ ମୃତ୍ୟୁ ପରେ ମଧ୍ୟ ଡାକ୍ତରଖାନା ବାହାରୁ ଇସିଜି କରାଇ ଆଣିବାକୁ କୁହାଯାଉଛି। ପରୀକ୍ଷା କରାଇ ଆଣିବା ପରେ ଡାକ୍ତର ମୃତ ଘୋଷଣା କରୁଛନ୍ତି। ବାଲିଆପାଳ ବ୍ଲକ ବିରିପାଲିଆ ଗ୍ରାମର ଲକ୍ଷ୍ମୀକାନ୍ତ ସାହୁ ତାଙ୍କ ବୋହୂଙ୍କ ଗର୍ଭଯନ୍ତ୍ରଣା ହେବାରୁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଆଣିଥିଲେ। ଡାକ୍ତର ପ୍ରସୂତିଙ୍କୁ ଡାକ୍ତରଖାନା ଔଷଧ ଦେବା ବଦଳରେ ବାହାରୁ ଆଣିବା ଔଷଧ ଲେଖିଥିଲେ। ଏମିତିକି ପ୍ରସବ କରାଇବା ପାଇଁ ୩ହଜାର ଟଙ୍କା ଦାବି କରିଥିଲେ। ନ ଦେଲେ ଏଠାରେ ପ୍ରସବ ନ କରାଇ ବାଲେଶ୍ୱର ସ୍ଥାନାନ୍ତର କରାଇଦେବାକୁ କହିଥିବା ଲକ୍ଷ୍ମୀକାନ୍ତ ଅଭିଯୋଗ କରିଛନ୍ତି। ଫଳରେ ରୋଗୀଙ୍କ ସମ୍ପର୍କୀୟ ବହୁ କାକୁତି ମୀନତି ହୋଇ ୨ହଜାର ଟଙ୍କା ଦେବାରୁ ଡାକ୍ତର ପ୍ରସବ କରାଇଥିଲେ। ସେହିପରି ଡିସଚାର୍ଜ ସମୟରେ ସରକାରୀ ଔଷଧ ନ ଥିବା କହି ବାହାରୁ ନେବା ପାଇଁ ପ୍ରେସକ୍ରିପସନ କରିଥିଲେ, ଯାହାର ମୂଲ୍ୟ ୫ ହଜାର ଟଙ୍କା ହେବ। ତେବେ ସରକାର ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଏଠାରେ ସାମାନ୍ୟ ପ୍ରସବ ପାଇଁ ୧୦ରୁ ୧୨ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରସୂତିଙ୍କ ଶ୍ୱଶୁର ଲକ୍ଷ୍ମୀକାନ୍ତ ସାହୁ ଏବଂ ବାପା ମହେଶ୍ୱର ସାହୁ ଏନେଇ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଡାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ଦେବବ୍ରତ ଜେନାଙ୍କୁ ଯୋଗାଯୋଗ କରାଯିବାରୁ ସମ୍ପୃକ୍ତ ରୋଗୀଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri