ସଙ୍କଟମୁହାଁ ହାତୀଙ୍କ ସୁରକ୍ଷାବଳୟ

ବାଲେଶ୍ୱର ଅଫିସ,୨୯।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା। କିନ୍ତୁ ଗତ ୫ ବର୍ଷ ହେଲା ଏହି ଅଭୟାରଣ୍ୟ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଥିବା ଅଭିଯୋଗ ହେଉଛି। କେତେବେଳେ ଜଙ୍ଗଲରେ ଖାଦ୍ୟାଭାବ ତ ଆଉ କେତେବେଳେ ଜଙ୍ଗଲ ନିଆଁ ଦାଉ ସାଜୁଛି। ଫଳରେ ପ୍ରତିକୂଳ ପ୍ରଭାବ ହେତୁ ଜଙ୍ଗଲୀ ଜନ୍ତୁଙ୍କ ପାଇଁ ସଂକଟ ସୃଷ୍ଟି ହେଉଛି। ଯାହାର ପରିଣାମ ସ୍ବରୂପ ବନ୍ୟଜନ୍ତୁ ଜନବସତିମୁହଁା ହେଉଛନ୍ତି। ଏପରି କି ୨୦୧୭ ପରଠାରୁ ଅଭୟାରଣ୍ୟରେ କେତେ ହାତୀ ଅଛନ୍ତି, ତାହା ବନ ବିଭାଗକୁ ଜଣା ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିବା ପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରୁଛି। ବନବିଭାଗର ତଥ୍ୟ ଅନୁଯାୟୀ, ୨୦୧୭ରେ ହୋଇଥିବା ଶେଷ ଗଣନା ବେଳେ କୁଲଡିହା ଅଭୟାରଣ୍ୟରେ ୯୭ ହାତୀ ରହିଥିଲେ। ସେଥିରୁ ୧୯ଟି ଦନ୍ତା, ୫୧ ମାଈ ଓ ୨୭ଟି ଛୁଆ ହାତୀ ଥିଲେ। କିନ୍ତୁ ୨୦୧୮ରୁ ୨୦୨୩ ମଧ୍ୟରେ ବାଲେଶ୍ୱର ଡିଭିଜନ୍‌ରେ ବିଭିନ୍ନ କାରଣରୁ ମୋଟ୍‌ ୨୦ଟି ହାତୀଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ଗୋଟିଏ ହାତୀର ଜୀବନ ଯାଇଥିବା ବେଳେ ୨୦୧୯ରେ ୫ଟି, ୨୦୨୦ରେ ୨, ୨୦୨୧ରେ ୪, ୨୦୨୨ରେ ୬ ଓ ୨୦୨୩ର ୪ ମାସ ମଧ୍ୟରେ ୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ପରିବେଶବିତ୍‌ ପ୍ରଶାନ୍ତ କୁମାର ପାଢ଼ୀ କହିଛନ୍ତି, କୁଲଡ଼ିହା ଅଭୟାରଣ୍ୟରେ ଉତ୍କଟ ଜଳାଭାବ ସହ ଖାଦ୍ୟାଭାବ ରହିଛି। ଫଳରେ ଡିହାଇଡ୍ରେସନ ହାତୀ ମୃତ୍ୟୁର କାରଣ ସାଜିଛି। ବନାଗ୍ନି ବୃଦ୍ଧି ସାଙ୍ଗକୁ ପରିବେଶ ଅସନ୍ତୁଳନ ହେତୁ ମଧ୍ୟ ହାତୀମାନଙ୍କ ଜୀବନ ଯାଉଛି। ଶିକାରୀମାନେ ଦାନ୍ତ ଲୁଟିବା ପାଇଁ ଦନ୍ତାହାତୀଙ୍କୁ ମାରିଦେଉଥିବା ଅନେକ ସମୟରେ ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ସଜାଗ ରହିବା ସହ ଉପଯୁକ୍ତ ପରିବେଶ ସୃଷ୍ଟି ଏବଂ ଶିକାରୀଙ୍କୁ ଦମନ କରିବା ନିତାନ୍ତ ଆବଶ୍ୟକ। ବାଲେଶ୍ୱର ଡିଏଫ୍‌ଓ ଖୁସଓ୍ବନ୍ତ ସିଂହ କହିଛନ୍ତି, ହାତୀଙ୍କ ମୃତ୍ୟୁ ସ୍ବାଭାବିକ ଭାବେ ହୋଇଛି। ଅଭୟାରଣ୍ୟରେ ପ୍ରାକୃତିକ ଆବାସ ସୃଷ୍ଟି କରାଯିବା ଦିଗରେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ହାତୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଯାଇଛି। ପିଆଇ ମେମ୍ବର ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ବୈଠକ କରାଯାଉଛି। ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଯାଉଛି। ୨୪ଘଣ୍ଟିଆ ସତର୍କତା ଅବଲମ୍ବନ କରାଯାଉଛି। ହାତୀ ମୃତ୍ୟୁର ବିଶେଷ କାରଣ ଅଳ୍ପଦିନ ମଧ୍ୟରେ ଜାଣିବା ସମ୍ଭବ ନୁହେଁ। ତଥାପି ହାତୀଙ୍କ ମଧ୍ୟରେ ହେଉଥିବା ଲଢ଼େଇ, ପରିବର୍ତ୍ତନଶୀଳ ପରିବେଶ ଏବଂ ବାର୍ଦ୍ଧକ୍ୟଜନିତ ମୃତ୍ୟୁ ଏହାର ଏକ କାରଣ ହୋଇପାରେ ବୋଲି ଡିଏଫ୍‌ଓ ସିଂହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?