ବଲାଙ୍ଗୀର

ରେଳଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସମୟୋଚିତ ପଦକ୍ଷେପ

ବଲାଙ୍ଗୀର,୧୩ା୧୧(ସୁନିଲ କୁମାର ମହାନ୍ତି): ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବୁଧବାର ବଲାଙ୍ଗୀର ରେଳ ଷ୍ଟେଶନଠାରେ ପୂର୍ଣ୍ଣାଙ୍ଗ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନ୍‌ଡିଆର୍‌ଏଫ୍‌), ଓଡ଼ିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ…

ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ

ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ବଲାଙ୍ଗୀର ଜିଲା ଆଗଲପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ…

ହଠାତ୍‌ ହୁ ହୁ ହୋଇ ଜଳିଲା ବୋରୱେଲ ଗାଡି

ବଲାଙ୍ଗୀର, ୮।୧୧: (ସୁନିଲ କୁମାର ମହାନ୍ତି): ଗାତ ଖୋଳୁଥିବା ବେଳେ ହୁ ହୁ ହୋଇ ଜଳିଲା ବୋରଓ୍ବେଲ ଗାଡ଼ି। ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା କର୍ଲାମାଲ ଗାଁର ସୁବାସ ଷାଣ୍ଢଙ୍କ କ୍ଷେତରେ ଶୁକ୍ରବାର ବୋରୱେଲ ମେସିନ ସହାୟତାରେ ଗାତ ଖୋଲାଯାଉଥିଲା ।…

ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି,୮ା୧୧: ବେକରେ ଟାଙ୍ଗିଆ ଲଗାଇ ମିନି ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବାବେଳେ ୨ରୁ ଅଧିକ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ୩୦ ହଜାର…

ପିଡିଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରି…

ଲୋଇସିଂହା,୭ା୧୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଯାଇ ଜଣେ ସରକାରୀ କର୍ମଚାରୀ ପୂର୍ବରୁ ରଖିଥିବା ଏକ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ଭାଇରାଲ…

ବଲାଙ୍ଗୀର ପ୍ରତି ଅବହେଳା ହୋଇଛି: ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୩।୧୧(ସୁନିଲ କୁମାର ମହାନ୍ତି): ବିଭିନ୍ନ ସରକାର ଅମଳରେ ବଲାଙ୍ଗୀର ଜିଲା ପ୍ରତି ଅବହେଳା ହୋଇଛି। ବଲାଙ୍ଗୀରର ଯେତିକି ବିକାଶ ହେବା କଥା ହୋଇନାହିଁ। ତେବେ ଆମ ସରକାର ସମସ୍ତ ଅସମାନତା ଦୂର କରି ଜିଲାକୁ ସମୃଦ୍ଧ ଓ ବିକଶିତ ଜିଲା…

ବଲାଙ୍ଗୀର ନୂଆ ସର୍କିଟ ହାଉସ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

ବଲାଙ୍ଗୀର,୨।୧୧: (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ନବନିର୍ମତ ଦୁଇ ମହଲା କୋଠା ବିଶିଷ୍ଟ ସର୍କିଟ ହାଉସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଉଦ୍‌ଘାଟନ କରିଛନ୍ତି । ୮ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂଆ ସର୍କିଟ ହାଉସ…

ବଲାଙ୍ଗୀର ପାଇଁ ଖୁସିଖବର: ଏୟାରଫିଲ୍ଡ ଉନ୍ନତିକରଣ ପାଇଁ ୬୪ କୋଟି ଟଙ୍କାର  ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଗୁଡଭେଲା,୨।୧୧(ମନୋଜ କୁମାର ଜୈନ): ବଲାଙ୍ଗୀର ଜିଲା ତୁଷୁରା ଏୟାରଫିଲ୍ଡକୁ ୨-ବି କ୍ଲାସ ଉନ୍ନତିକରଣ ପାଇଁ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ମୁଖ୍ୟମନ୍ତ୍ରୀ ତୁଷୁରା ଏୟାରଫିଲ୍ଡରେ ଓହ୍ଲାଇଥିଲେ। ତାଙ୍କୁ ଜିଲା ପ୍ରଶାସନ ପକ୍ଷରୁ…

ବାଇକ୍‌କୁ ଧକ୍କା ଦେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ସଇଁତଳା,୩୧ା୧୦(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ବିବିନା ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସଇଁତଳା ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିବିନା ପଞ୍ଚାୟତ ଗ୍ୟାସ୍‌ ଗୋଦାମ ନିକଟରେ ଟାୟାର ରିପ୍ୟାରିଂ ଦୋକାନ ଖୋଲିଥିବା…

ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ

ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ପୁଇଁତଲା ଥାନା ଅଧୀନରେ ତଣ୍ଡାମୁଣ୍ଡା ପତ୍ରା ଜଙ୍ଗଲରେ ଡବଲ ମର୍ଡର ଘଟଣାରେ ବଲାଙ୍ଗୀର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ପ୍ରାରମ୍ଭରୁ ପୋଲିସ ଡ୍ରଗ୍ସ କାରବାରରୁ ଏହି ଡବଲ ମର୍ଡର ସଂଘଟିତ ହୋଇଥିବା କହିଛି। ଇତିମଧ୍ୟରେ…

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ବରଗଡ଼ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?