ଚେନ୍ନାଇରେ ୨ ଓଡ଼ିଆ ଶ୍ରମିକଙ୍କୁ ହତ୍ୟା

ବଲାଙ୍ଗୀର, ୧୨ା୧(ବୀରେନ୍ଦ୍ର କୁମାର ଝାଙ୍କର):ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ କିଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୁଅନ୍ତି ତାହାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଦେଖିବାକୁ ମିଳିଛି। ସାଧାରଣତଃ ସେମାନଙ୍କୁ ଶ୍ରମ ତୁଳନାରେ ପାରିଶ୍ରମିକ ମିଳି ନ ଥାଏ। ଏହାର ପ୍ରତିବାଦ କଲେ ସେମାନେ ପଣବନ୍ଦୀ, ଅଙ୍ଗଚ୍ଛେଦ ଓ ହତ୍ୟାର ଶିକାର ହୋଇଥାନ୍ତି। ତେବେ ଉମେଶ ଓ କୁନୁଙ୍କୁ ହତ୍ୟା ପଛର କାରଣ କ’ଣ ତାହା ଜଣାପଡ଼ି ନ ଥିବାବେଳେ ତା’ର ପର୍ଦ୍ଦାଫାଶ୍‌ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରେଳଧାରଣା କଡ଼ରୁ ଦୁହିଁଙ୍କ ମୃତଦେହ ମିଳିଥିବା ଶନିବାର ସକାଳେ ଉମେଶଙ୍କ ସମ୍ପର୍କୀୟ ଭଉଣୀ ଦ୍ରୌପଦୀଙ୍କୁ ଚେନ୍ନାଇର ଜଣେ ରେଲୱେ ପୋଲିସ ଅଧିକାରୀ ଫୋନ୍‌କରି ସୂଚନା ଦେବା ସହ ମୃତଦେହର ଫଟୋ ପଠାଇଥିଲେ। ଉମେଶଙ୍କ ମା’ ବାସନ୍ତୀ ପାଣ୍ଡେ କହିଛନ୍ତି, ପ୍ରାୟ ୪ବର୍ଷ ହେବ ଉମେଶ ତାମିଲନାଡୁର ତ୍ରିଶୂରକୁ ଦାଦନ ଖଟିବାକୁ ଯାଉଥିଲେ। ପ୍ରାୟ ଦେଢ଼ ମାସ ତଳେ ସେ ଘରକୁ ଫେରିଥିଲେ। ଚଳିତ ବର୍ଷ ଉମେଶଙ୍କ ବାହାଘର ପାଇଁ ଝିଅ ଦେଖିଥିଲେ। ବିବାହ ସ୍ଥିର ହେବା ପରେ କିଛି ଟଙ୍କା ଉପାର୍ଜନ କରିବା କଥା କହି ଗତ ୧ ତାରିଖ ରାତିରେ ଘର ପାଖ କୁନୁ ବନ୍‌ଛୋରଙ୍କ ସହ ସେ ଚେନ୍ନାଇ ଅଭିମୁଖେ ଯାଇଥିଲେ। ଗତ ୩ ତାରିଖ ଉଭୟେ ଚେନ୍ନାଇରେ ପହଞ୍ଚତ୍ଥିବା ଉମେଶ ତାଙ୍କ ଭଉଣୀ ଜ୍ୟୋତ୍ସ୍ନାଙ୍କୁ ଜଣାଇଥିଲେ ବୋଲି ବାସନ୍ତୀ କହିଛନ୍ତି। ଉମେଶଙ୍କ ବାପା ଗୁହାଲୁ ପାଣ୍ଡେ ଜଣେ ଦିନ ମଜୁରିଆ। ମା’ ବାସନ୍ତୀ ବିଭିନ୍ନ ଲୋକଙ୍କ ଘରେ କାମ କରନ୍ତି। ଗୁହାଲୁଙ୍କ ଜଣେ ଝିଅ ଜ୍ୟୋତ୍ସ୍ନା ଓ ୨ ପୁଅ ଉମେଶ ଓ ବନମାଳୀ। ଜ୍ୟୋତ୍ସ୍ନା ବିବାହ କରିସାରିଛନ୍ତି। ଉମେଶଙ୍କ ରୋଜଗାରରେ ସରକାରୀ ଜାଗାରେ ଘର ଖଣ୍ଡେ କରି ରହୁଥିଲେ। ଏବେ ରୋଜଗାରିଆ ପୁଅକୁ ହରାଇ ଏହି ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ କୁନୁ ପ୍ରଥମକରି ଉମେଶଙ୍କ ସାଙ୍ଗରେ ଚେନ୍ନାଇ ଦାଦନ ଖଟିବାକୁ ଯାଇଥିଲେ। ତାଙ୍କ ବାପା ଶତ୍ରୁଘ୍ନ ବନ୍‌ଛୋର ଜଣେ ଦିନ ମଜୁରିଆ। ମା’ ଗୋଲାପୀ ବିଭିନ୍ନ ଲୋକଙ୍କ ଘର କାମ କରି ପରିବାର ଚଳାନ୍ତି। ତାଙ୍କର ୩ ପୁଅ। ସେମାନଙ୍କ ମଧ୍ୟରେ କୁନୁ ବଡ଼। ସେ ଛେଳି ଚରାଉଥିଲେ। ଛେଳି ବିକି ଚେନ୍ନାଇ ଯାଇଥିବା ପରିବାର ଲୋକେ କହିଛନ୍ତି। ତାଙ୍କ ରୋଜଗାରିଆ ପୁଅର ମୃତ୍ୟୁ ଖବରରେ ଏହି ପରିବାର ମଧ୍ୟ ଭାଙ୍ଗିପଡିଛନ୍ତି। ୨ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ପାଇବା ପରେ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ପୀଡ଼ିତ ପରିବାରକୁ ଭେଟି ସମବେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ଦେଇଛନ୍ତି। ଏହି ୨ ପରିବାରରୁ ୪ ଜଣ ବ୍ୟକ୍ତି ସେମାନଙ୍କ ଉଦ୍ୟମରେ ମୃତଦେହ ଆଣିବାକୁ ଚେନ୍ନାଇ ଅଭିମୁଖେ ଯାଇଛନ୍ତି। ଜିଲା ଶ୍ରମ ବିଭାଗ ଏବଂ ଜିଲା ପ୍ରଶାସନର କୌଣସି ଅଧିକାରୀ ପୀଡ଼ିତ ପରିବାର ପାଖରେ ପହଞ୍ଚତ୍ ନ ଥିବା ଜଣାପଡ଼ିଛି। ଜିଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠୀଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନ ଥିବା ଜଣାଇ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି। କେଉଁ ପରିସ୍ଥିତିରେ ୨ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଲା ଏବଂ ସେମାନଙ୍କ ମୃତଦେହ ରେଳଧାରଣା କଡ଼ରେ କିପରି ପଡ଼ିଲା ସେନେଇ ସ୍ପଷ୍ଟ ହୋଇନାହିଁ। ବଲାଙ୍ଗୀର ଟାଉନ ଥାନା ଅଧିକାରୀ ଅବନୀ ସାହୁ ପୀଡ଼ିତ ପରିବାର ପାଖକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ଚେନ୍ନାଇ ପୋଲିସ ସହିତ ଯୋଗାଯୋଗ କରାଯାଉଛି ବୋଲି କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପେରାମ୍ବୁର ଷ୍ଟେଶନ ନିକଟରୁ ୨ ଯୁବକଙ୍କ ମୃତଦେହ ମିଳିବା ପରେ ନିକଟସ୍ଥ ଏକ ହସ୍ପିଟାଲ ଶବାଗାରରେ ରଖାଯାଇଛି। ପରିବାର ଲୋକେ ପହଞ୍ଚତ୍ଲେ ବ୍ୟବଚ୍ଛେଦ କରାଯିବ। ମୃତକଙ୍କ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ମୃତଦେହ କିଭଳି ଘରକୁ ଆଣିବେ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri