କଣିହାଁ ଏନ୍‌ଟିପିସିରେ କୋଇଲା ସଙ୍କଟ : ବନ୍ଦ ହେଲା ୩ ୟୁନିଟ୍‌

ତାଳଚେର,୨୯।୭(ନି.ପ୍ର.): ଅନୁଗୋଳ ଜିଲା ତାଳଚେରର କଣିହାଁସ୍ଥିତ ୩ ହଜାର ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପରେ ଘୋର କୋଇଲା ସଙ୍କଟ ଦେଖାଦେଇଛି। ଏବେ ଏନ୍‌ଟିପିସି ପାଖରେ ଅଧାଦିନର କୋଇଲା ମହଜୁଦ ରହିଛି। ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ଏବେ ଏଭଳି ପରିସ୍ଥିତି ହୋଇଛି କର୍ତ୍ତୃପକ୍ଷ ବାଧ୍ୟ ହୋଇ ୩ଟି ୟୁନିଟ୍‌କୁ ରବିବାରଠାରୁ ବନ୍ଦ କରିଦେଇଛନ୍ତି। ଅନ୍ୟପକ୍ଷରେ ସମସ୍ତ ୟୁନିଟ୍‌ ବନ୍ଦ ହେଲେ ଓଡ଼ିଶା ସମେତ ଦକ୍ଷିଣ ଭାରତ,ପୂର୍ବଭାରତ ଓ ଉତ୍ତରଭାରତର ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହେବ। ଏବେ ଉପତ୍ାଦିତ ବିଦ୍ୟୁତକୁ ଭାଗ ବଣ୍ଟା କରି ବିଭିନ୍ନ ରାଜ୍ୟକୁ ଦିଆଯାଉଛି। ତେବେ ଏଭଳି ପରିସ୍ଥିତି ବାରମ୍ବାର ଲାଗି ରହୁଥିଲେ ହେଁ ବିଭାଗୀୟ ଅଧିକାରୀମାନେ କାହିଁକି ଆଗୁଆ ଏବଂ କୌଣସି ସ୍ଥାୟୀ ପ୍ରତିକାର କରୁନାହାନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ଅବହେଳାକୁ ମଧ୍ୟ ଏ ଦିଗରେ ଅଣଦେଖା କରାଯାଇ ନ ପାରେ।
କଣିହାଁରେ ରହିଛି ୩ ହଜାର ମେଗାୱାଟ୍‌(୫ଶହ ମେଗାୱାଟ ବିଶିଷ୍ଟ) ୬ଟି ୟୁନିଟ। ଏହି ପ୍ରକଳ୍ପ ପାଇଁ ଦୈନିକ ୫୫ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ ହୋଇଥାଏ। କଣିହାଁ କୋଇଲା ଖଣିରୁ ୨୫/୩୦ହଜାର ଟନ୍‌ ଓ ତାଳଚେର ଲିଙ୍ଗରାଜରୁ ୨୫/୩୦ହଜାର ଟନ୍‌ କୋଇଲା ମିଳିଥାଏ। ଭରତପୁର ମାଟି ଅତଡ଼ା ଖସିବା ପରେ ଗତ ୨୫ ତାରିଖରୁ ସମସ୍ତ କୋଇଲାଖଣି ବନ୍ଦରହିଛି। ଏନ୍‌ଟିପିସିକୁ ଆଦୌ କୋଇଲା ମିଳୁନାହିଁ। ଏନ୍‌ଟିପିସିର କୋଇଲା ଷ୍ଟକ୍‌ରେ ଗଚ୍ଛିତ କୋଇଲାକୁ ଗତ କିଛିଦିନ ହେଲା ହେଲା ବିଦ୍ୟୁତ ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିଲା। ଏବେ ଷ୍ଟକ୍‌ରେ ୫୦ ହଜାର ଟନ୍‌ରୁ କମ କୋଇଲା ଥିବା ଏନ୍‌ଟିପିସି ସୂତ୍ରରୁ ଜଣାପଡ଼ିଛି। ଯାହା ଅଧା ଦିନ ପାଇଁ ମଧ୍ୟ ଯଥେଷ୍ଟ ନୁହଁ। ଘୋର କୋଇଲା ସଙ୍କଟ ଦେଇ ଉକ୍ତ ପ୍ଲାଣ୍ଟ ଗତି କରୁଥିବା ବେଳେ ଏପଟେ ଷ୍ଟକ୍‌ରେ କୋଇଲା ନାହିଁ କି ଆବଶ୍ୟକ ପରିମାଣର କୋଇଲା ମିଳୁନି। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଏବଂ ୫ ନଂ. ୟୁନିଟକୁ ବନ୍ଦ କରି ସାରିଲେଣି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୟୁନିଟ୍‌କୁ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲିି ଜଣାପଡ଼ିଛି। ରବିବାର ଅବଶିଷ୍ଟ ୩ଟି ୟୁନିଟର ୧୫ ଶହ ମେଗାୱାଟ୍‌ ବଦଳରେ ୯୮୦.୯୪ ୟୁନିଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥିଲା।
ସୂଚନାଥାଉ କି, ଏହି ପ୍ଲାଣ୍ଟରୁ ଦୈନିକ ଓଡ଼ିଶାକୁ ୫୨୩ ମେଗାୱାଟ୍‌ ବିଦ୍ୟୁତ୍‌ ଯୋଗାଇ ଦିଆଯାଇଥାଏ। ଓଡ଼ିଶା ବ୍ୟତୀତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ୱେଷ୍ଟବେଙ୍ଗଲ, ଝାଡ଼ଖଣ୍ଡ, ନର୍ଥଇଷ୍ଟ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହୋଇଥାଏ। ରବିବାର ୧ ହଜାରରୁ ମେଗାୱାଟରୁ କମ୍‌ ବିଦ୍ୟୁତ ଉତ୍ପାଦନ ହୋଇଛି। କୋଇଲା ନ ମିଳିଲେ ଅନ୍ୟ ୟୁନିଟ୍‌କୁ ବନ୍ଦ କରିବାକୁ ପଡ଼ିବ ବୋଲି ଏନ୍‌ଟିପିସିର ଜନସମ୍ପର୍କ ଅଧିକାରୀ ଅମିତ କୁମାର ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଭାରତ: ୭୨୦ ରନ କରି ନ୍ୟୁଜିଲାଣ୍ଡ ମାଟିରେ ରଚିଲା ସର୍ବବୃହତ ଟେଷ୍ଟ ରେକର୍ଡ

େଓ଼୍ବଲିଂଟନ,୨୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ଏହାର ଜବାବରେ ଟିମ…

ବାତ୍ୟା ‘ଅକୱନ’ ପାଇଁ ସିଲ୍ ଥିବା ଗାଜଲବାଡ଼ି ଘାଟିରେ ପୁଣି ହାଲୁକା ଯାନ ଚଳାଚଳ ଆରମ୍ଭ: ଆଉ ଦୁଇ ଦିନ ମଧ୍ୟରେ…

ଦାରିଙ୍ଗବାଡ଼ି, ୨୨/୧୧ (ଅରୁଣ ସାହୁ): ବାତ୍ୟା ‘ଅକୱନ’କୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ିରୁ ଗାଜଲବାଡ଼ିକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା।…

ସାଧାରଣ ଲୋକଙ୍କ ପକେଟ୍‌କୁ ଝଟକା: କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଲା

ନୂଆଦିଲ୍‌ଲୀ,୨୨।୧୧: କ୍ଷୀର ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତା ଅଟେ। ସକାଳର ଚା’ଠାରୁ ଆରମ୍ଭ କରି ପିଲାଙ୍କ ଜଳଖିଆ ଏବଂ ଦହି-ପନିର ପର୍ଯ୍ୟନ୍ତ, ଅନେକ ଜିନିଷ ପାଇଁ ଲୋକେ…

ମୁମ୍ୱାଇ ଇଣ୍ଡିଆନ୍ସକୁ ଆଉ ଏକ ଝଟ୍‌କା: ହାର୍ଦ୍ଦିକଙ୍କ ପରେ ଏବେ ପଞ୍ଜାବ ଶିବିରରେ ଯୋଗଦେବେ ଏହି ଭାରତୀୟ ଷ୍ଟାର

ନୂଆଦିଲ୍ଲୀ,୨୨।୧୧: ଆଇପିଏଲ (IPL) ୨୦୨୭ ପୂର୍ୱରୁ ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସର ଅଂଶ ହୋଇଯାଇଛନ୍ତି। ଏହି ଟ୍ରେଡ ପ୍ରତ୍ୟେକ ପ୍ରଶଂସକଙ୍କୁ…

ଏଠି ଏମିତି ହୁଏ

ଭାରତରେ ସରକାରଙ୍କ ଦ୍ୱାରା କରାଯାଉଥିବା ହତ୍ୟାର ନାମ ‘ଏନ୍‌କାଉଣ୍ଟର’ ଏବଂ ହତ୍ୟାକାରୀଙ୍କୁ ‘ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ’ କୁହାଯାଏ। ବୋଧହୁଏ ଏନ୍‌କାଉଣ୍ଟର ପାଇଁ ନିଷ୍ଠୁର ଭାବେ ଟ୍ରିଗର ଦବାଇବା ବ୍ୟତୀତ…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର,ସମ୍ୱଲପୁର,୨୨ା୧୧(ବନ୍ଦନା ସେଠୀ/ପ୍ରମୋଦ ବହିଦାର): ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା…

ଖାକି ପୋଷାକ ପଛରେ ଅକୁହା ଯନ୍ତ୍ରଣା: ୧୩ ବର୍ଷରେ ୩୦ରୁ ଅଧିକଙ୍କ ଗଲାଣି ଜୀବନ

ଭୁବନେଶ୍ୱର,୨୨ା୧୧(ତ୍ରିନାଥ ମହାନ୍ତି): ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି।…

ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?