ନାଲ୍‌କୋରେ ବି ସମଦଶା

ବଅଁରପାଳ, ୩୦।୭(ଡି.ଏନ.ଏ.)-ତାଳଚେରଠାରେ ଭରତପୁର କୋଇଲା ଖଣି ଦୁର୍ଘଟଣାର ପ୍ରଭାବ ନାଲ୍‌କୋ ପ୍ଲାଣ୍ଟରେ ମଧ୍ୟ ପଡିଛି। ନବରନତ୍ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋରେ ବର୍ତ୍ତମାନ କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ୧୨ଶହ ମେଗାୱାଟ ବିଶିଷ୍ଟ ନାଲ୍‌କୋ ସିପିପିରେ ୧୦ଟି ୟୁନିଟ ରହିଥିବାବେଳେ ସୋମବାର ସୁଦ୍ଧା ୨ଟି ୟୁନିଟ୍‌ ବନ୍ଦ କରିଦିଆଯାଇଛି। ଖଣି ବନ୍ଦ ଆନ୍ଦୋଳନ ଯୋଗୁ ନାଲକୋକୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁନାହିଁ। ପ୍ରତ୍ୟେକ ଦିନ ଏମ୍‌ସିଏଲ୍‌ରୁ ନାଲକୋକୁ ପ୍ରାୟ ୧୬ରୁ ୧୭ ହଜାର ମେଟ୍ରିକ ଟନ୍‌ କୋଇଲା ଯୋଗାଣ ହୋଇଥାଏ। ପ୍ଲାଣ୍ଟ ଚାଲିବା ପାଇଁ ଅତି କମ୍‌ରେ ୧୪ରୁ ୧୫ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। ଅନ୍ୟପକ୍ଷରେ ନାଲକୋ କୋଇଲା ଷ୍ଟକ୍‌ୟାର୍ଡ଼ରେ ଅତି କମ୍‌ରେ ବର୍ଷା ଦିନେ ୬ ଲକ୍ଷ ମେଟ୍ରିକ୍‌ ଟନ୍‌ କୋଇଲା ରହିବା କଥା। କୋଇଲା ସଙ୍କଟ ଯୋଗୁ ଷ୍ଟକ୍‌ୟାର୍ଡ କୋଇଲା ବିଦ୍ୟୁତ୍‌ ଉତ୍ପାଦନରେ ବ୍ୟବହାର ହେଉଛି। ଫଳରେ ଗଚ୍ଛିତ କୋଇଲା ୪ ଲକ୍ଷ ମେଟ୍ରିକ ଟନ୍‌କୁ ଖସି ଆସିଲାଣି। ବତ୍ତର୍ମାନ ୮ଟି ୟୁନିଟ୍‌ରୁ ୯୬୦ ମେଗାୱାଟ୍‌ ବଦଳରେ ୮୬୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିବା ଜଣାପଡ଼ିଛି। ନାଲ୍‌କୋକୁ ଆଉ କିଛି ଦିନ କୋଇଲା ଯୋଗାଣ ବନ୍ଦ ହୋଇଗଲେ ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡ଼ିବ। ସ୍ମେଲଟର ପ୍ଲାଣ୍ଟରେ ପଟ୍‌ଗୁଡ଼ିକ କାର୍ଯ୍ୟକାରୀ ହେବା ପାଇଁ ପ୍ରାୟ ୧୮୫ କିଲୋ ଆମ୍ପିୟର ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି। ସିପିପିରେ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଲେ ସ୍ମେଲଟର ପ୍ଲାଣ୍ଟ ପ୍ରଭାବିତ ହେବା ସହ ଆଲୁମିନିୟମ୍‌ ଉତ୍ପାଦନ ମଧ୍ୟ କମିବ। ଅବସ୍ଥାରେ ସୁଧାର ନ ଆସିଲେ ଆଗକୁ ବଡ ଧରଣର ସମସ୍ୟା ଉପୁଜିବ ବୋଲି ଆଶଙ୍କା କରାଯାଉଛି।
ଏ ସମ୍ପର୍କରେ ନାଲ୍‌କୋ ସିପିପି ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା, ଏନ୍‌ଏନ୍‌ଇୟୁର ସାଧାରଣ ସମ୍ପାଦକ ନିର୍ମଳ ଶତପଥୀ କୁହନ୍ତି, ତାଳଚେର ଏମ୍‌ସିଏଲ୍‌ରେ ଆନ୍ଦୋଳନ ଯୋଗୁ ନାଲକୋକୁ କୋଇଲା ଆସୁନାହିଁ। ଗଚ୍ଛିତ କୋଇଲା ନିୟମିତ ଭାବେ ଖର୍ଚ୍ଚ କରାଯାଉଛି। ଏଭଳି ସମସ୍ୟା ଲାଗି ରହିଲେ ପ୍ଲାଣ୍ଟର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri