ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ
ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି ଭଳି ଖାଦ୍ୟ ବିକ୍ରି ହେଉଛି ଜନଗହଳିପୂର୍ଣ୍ଣ ସ୍ଥାନରେ। ହେଲେ ଏଥିରୁ ଅନେକ ବ୍ୟବସାୟ ଅଣପଞ୍ଜୀକୃତ…
ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ୫୦ ହଜାର ମିଳିବ କହି ୫ଶହ ନେଇ ଦଲାଲ ପାର୍
ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଦଲାଲ ରାଜ। ବିଭିନ୍ନ ସମୟରେ ଏମାନେ ଚିକିତ୍ସା ପାଇଁ ଦୂର ଦୂରାନ୍ତରୁ ଆସୁଥିବା ଅଜ୍ଞ୍ୟ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। ବୁଧବାର ମଧ୍ୟ ଜଣେ ରୋଗୀଙ୍କ ସ୍ବାମୀଙ୍କଠାରୁ ୫ଶହ ଟଙ୍କା…
ଖଣି ବନ୍ଦ ଆନ୍ଦୋଳନରୁ ଓହରିଲା ଭାଜପା
ତାଳଚେର,୧ା୮(ନି.ପ୍ର.) – ପ୍ରଶାସନ ଓ ଏମ୍ସିଏଲ୍ର ଅନୁରୋଧ କ୍ରମେ ଭାଜପା ପକ୍ଷରୁ ୫ ଦଫା ଦାବି ନେଇ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ବୋଲି ଭାଜପା ସାଧାରଣ ସମ୍ପାଦକ କାଳନ୍ଦୀ ସାମଲ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ…
ଖଣି ସମସ୍ୟା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ : ସୁରକ୍ଷା ସହ ସାଲିସ ହେବନି
ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ସୃଷ୍ଟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୁଧବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…
ମିଳୁନି ଅଣଧାନ ବିହନ
ବଅଁରପାଳ,୧ା୮(ଡି.ଏନ.ଏ.) – ଅନୁଗୋଳ କୃଷି ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଅଣ ଧାନ ଜାତୀୟ ବିହନ ପାଇପାରୁନାହାନ୍ତି ଚାଷୀ। ବାରମ୍ବାର କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ସମବାୟ ସମିତି ଦୌଡୁଥିଲେ ମଧ୍ୟ ସେମାନଙ୍କୁ ବିହନ ଯୋଗାଯାଉ ନ ଥିବା ଅଭିଯୋଗ ହୋଇଛି।…
ଛେଣ୍ଡିପଦା ବନାଞ୍ଚଳରେ ହାତୀପଲ: ସତର୍କ କଲା ବନବିଭାଗ
ଛେଣ୍ଡିପଦା,୧ା୮(ସ୍ବ.ପ୍ର) – ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କଙ୍କୁରପାଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ବୁଧବାର ୪ଟି ହାତୀ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଏ ନେଇ ବନ ବିଭାଗ ପକ୍ଷରୁ ଜଙ୍ଗଲକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।…
ଅଘୋଷିତ ବିଦ୍ୟୁତକାଟ: ପ୍ରତିବାଦରେ ସେସୁ କାର୍ଯ୍ୟାଳୟ ଘେରାଉ
ବଇଣ୍ଡା,୩୧।୭(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍ ସବୁଷ୍ଟେଶନ ଅଧୀନରେ ଥିବା ଧଉରାପାଲି, ଜଏରାଟ, ସଞ୍ଜାମୁରା, ହିମିତିରା, ଆମ୍ବପାଳ, ଅଙ୍ଗପଡ଼ା, ଉରୁକୁଳା, ଧଉରପାଳ ଆଦି ପଞ୍ଚାୟତରେ ଅଘୋଷିତ ବିଦ୍ୟୁତକାଟ ହେଉଛି। ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ…
ଓଲଟି ପଡ଼ିଲା ତେଲ ବୋଝେଇ ଟ୍ୟାଙ୍କର: ତେଲ ବୋହି ନେଲେ ଲୋକେ
ବଇଣ୍ଡା,୩୧।୭(ଡି.ଏନ.ଏ.): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ହଣ୍ଡପା ଥାନା ବଇଶିଣା ନିକଟରେ ବୁଧବାର ସକାଳେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟବାସିନ୍ଦା ସେମାନଙ୍କୁ ଉଦ୍ଧାର କରି…
ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା: ଜିଲାପାଳଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ବୈଠକ, ୩ ପ୍ରସଙ୍ଗରେ ଆଲୋଚନା
ଅନୁଗୋଳ ଅଫିସ,୩୧।୭: ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ଏମ୍ସିଏଲ୍ର ଉଚ୍ଚପଦସ୍ଥ ଅଧିକାରୀ, ପୋଲିସ, ତାଳଚେର ବିଧାୟକ, ପାଲଲହଡ଼ା ବିଧାୟକ,…
ଖଣି ଦୁର୍ଘଟଣା ମୃତକଙ୍କ ପରିବାରକୁ ସହାୟତା ରାଶି ଦେଲେ ରାଜ୍ୟ ସରକାର: ଅଧିକ କ୍ଷତିପୂରଣ ପାଇଁ ଆଲୋଚନା ହେବ
ଅନୁଗୋଳ ଅଫିସ, ୩୧।୭-ଅନୁଗୋଳ ଜିଲା ତାଳଚେରସ୍ଥିତ ଭରତପୁର କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ରାଶି ମଙ୍ଗଳବାର ପ୍ରଦାନ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ…
ସ୍ପର ପାଇପ ଲାଇନ ନିମନ୍ତେ ଜମି ଅଧିଗ୍ରହଣକୁ ବିରୋଧ: ଗେଲ୍ ଇଣ୍ଡିଆ ଅଧିକାରୀଙ୍କୁ ଘେରାଉ
ଛେଣ୍ଡିପଦା,୩୧।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯିବାକୁ ଥିବା ଜଗଦିଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ ପାଇପ ଲାଇନ ତଥା ସ୍ପର ପାଇପ ଲାଇନ ନିମନ୍ତେ ଗେଲ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ୩(୧) ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଛେଣ୍ଡିପଦା…
ମରୁଡ଼ି ଚିନ୍ତା: ବୀମାରେ ସର୍ବକାଳୀନ ରେକର୍ଡ: ପଞ୍ଜୀକରଣ କଲେଣି ୪୫ ହଜାର ଚାଷୀ
ଅନୁଗୋଳ ଅଫିସ, ୩୧।୭-ଆବଶ୍ୟକ ବର୍ଷା ହେଉ ନ ଥିବାରୁ ମରୁଡ଼ି ନେଇ ଅନୁଗୋଳ ଜିଲାର ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ତେଣୁ ମରୁଡ଼ି ଜନିତ ଫସଲ କ୍ଷତିରୁ ତ୍ରାହି ପାଇବା ପାଇଁ ସେମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସାହାରା ନେଉଛନ୍ତି। ଆସନ୍ତା…

