ସ୍ଥିତି ଅନୁଧ୍ୟାନ କଲେ ଆରପିଏଫ୍ ଆଇଜି
ତାଳଚେର,୧୧ା୯(ନି.ପ୍ର.)-ରେଳ ସୁରକ୍ଷାବଳ (ଆର୍ପିଏଫ୍) ଆଇ.ଜି. ରାଜାରାମ ମଙ୍ଗଳବାର ଦିନିକିଆ ତାଳଚେର ଗସ୍ତରେ ଆସି ଫେରି ଯାଇଛନ୍ତି। ସେ ଆର୍ପିଏଫ୍ ଅଫିସ ପରିଦର୍ଶନ ସହ ପ୍ଲାଟଫର୍ମ, ଟ୍ରେନ୍ ଯୋଗେ ହେଉଥିବା କୋଇଲା ପରିବହନ ଟ୍ରାକ୍ ବୁଲି ଦେଖିଥିଲେ। ଏହି ଅବସରରେ ସେ ଖବରଦାତାମାନଙ୍କୁ…
ନାଲ୍କୋରେ କୋଇଲା ସଙ୍କଟ: କିଣା ବିଦ୍ୟୁତ୍ରେ ଚାଲୁଛି ପ୍ଲାଣ୍ଟ
ବଅଁରପାଳ, ୧୧।୯-ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ ଏବେ କୋଇଲା ସଙ୍କଟ ଦେଇ ଗତି କରୁଛି। ଏମ୍ସିଏଲ୍ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ନିଜସ୍ବ ବିଦ୍ୟୁତ୍ କେନ୍ଦ୍ର (ସିପିପି)ର ୩ଟି ୟୁନିଟ୍ ବନ୍ଦ ରହିଛି। ଫଳରେ ଶକ୍ତି…
ବୃଦ୍ଧଙ୍କ ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ଗଲେ ଶ୍ମଶାନ
କଣିହାଁ,୧୧।୯(ଡି.ଏନ.ଏ.)-କୁହାଯାଏ ଅସହାୟଙ୍କୁ ସରକାର ସାହାଭରସା। ହେଲେ ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍ କଲୋନୀରେ ମଙ୍ଗଳବାର ଘଟିଥିବା ଏକ ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କଲୋନୀରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ଖବର ରେଙ୍ଗାଳି…
ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣା: ଛାତ୍ରୀ ମୃତ, ୨ ଗୁରୁତର
ଅନୁଗୋଳ ଅଫିସ, ୧୦।୯- ଅନୁଗୋଳ ସହର ପଞ୍ଚମହଲାଠାରେ ଏକ ଘରୋଇ ବିଦ୍ୟାଳୟରୁ ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ନଂ. ୭୦୭/୧୯ରେ ପୋଲିସ…
ବିଦାୟ ନେଲେ ଗଜାନନ: ବାଦ୍ୟବାଜଣାରେ କମ୍ପିଲା ପାଲଲହଡା
ପାଲଲହଡା,୧୦।୯(ଡି.ଏନ.ଏ.)-ପାଲଲହଡ଼ାରେ ୮ ଦିନ ଧରି ଚାଲିଥିବା ଗଣେଶ ପୂଜା ମେଲଣ ଏବଂ ଭାସାଣି ଉତ୍ସବ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରଥମେ ବିଭିନ୍ନ ପୂଜା କମିଟିର ମେଢ ଗୁଡ଼ିକ ସହର ପରିକ୍ରମା କରିବାପରେ ପାଲଲହଡା ଷ୍ଟାଡିୟମଠାରେ ପହଞ୍ଚିଥିଲେ। ଏହି ଅବସରରେ…
ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀ ମୃତ
ତାଳଚେର,୧୦।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଅନ୍ତର୍ଗତ ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ହେଲେ ଗୀତା ଚାମ୍ପିଆ (୩୫)ବର୍ଷ । ସୂଚନାଯୋଗ୍ୟ, ସୋମବାର ରାତିରେ ମୁନା…
ବାଗଡିଆ ଫାଣ୍ଡି ସମ୍ମୁଖରେ ଜମୁଛି ପାଣି
ଛେଣ୍ଡିପଦା,୧୦ା୯(ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ପୁରୁଣା ହାଟପଦା ତଥା ବାଗଡିଆ ଫାଣ୍ଡି ସମ୍ମୁଖ ରାସ୍ତା ପାର୍ଶ୍ୱରେ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ଜମି ରହୁଛି। ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ…
ବାଗଡିଆ-ବୁଢାଢିପ ରାସ୍ତା ମରଣଯନ୍ତା
ଛେଣ୍ଡିପଦା,୧୦।୯ (ସ୍ବ.ପ୍ର) ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ବାଗଡିଆ ଜଗନ୍ନାଥ ମନ୍ଦିରଠାରୁ ବୁଢାଢିପ ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ଗାତ ସୃଷ୍ଟି ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଗ୍ରାମର ସମସ୍ତ…
ବଧୂହତ୍ୟା ଅଭିଯୋଗ:ସ୍ବାମୀଙ୍କ ସହ ଶ୍ୱଶୁର ଅଟକ
ଅନୁଗୋଳ ଅଫିସ, ୧୦।୯ ଅନୁଗୋଳ ଜିଲା ନାଲ୍କୋ ଥାନା ବଳରାମପ୍ରସାଦରେ ବଧୂହତ୍ୟା ଅଭିଯୋଗ ହୋଇଛି। ସୌମ୍ୟାଶ୍ୱେତା ବାରିକ(୨୩)ଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ବାନାମ୍ବର ବାରିକ ସୋମବାର ଅଭିଯୋଗ କରିବା ପରେ ନାଲ୍କୋ ପୋଲିସ ନଂ. ୧୩୨/୧୯ରେ ମାମଲା ରୁଜୁ କରିଛି।…
ପ୍ରଜାମଣ୍ଡଳ ଭବନ ପରିସର ପାଣି ଘେରରେ:ଟେଣ୍ଡରଧାରୀ-ପୌର କର୍ତ୍ତୃପକ୍ଷ ଦୋଷ ଠେଲାଠେଲି
ତାଳଚେର,୧୦ା୯(ନି.ପ୍ର.) ତାଳଚେରର ଗଣପର୍ବ ଗଣେଶ ପୂଜାରେ ଏଥର ବର୍ଷା ବାଧକ ସାଜିଛି। ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ତେବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି ପ୍ରଜାମଣ୍ଡଳ ଭବନ ପରିସର। ବିଭିନ୍ନ ଦୋଳି, ଖେଳ ସାମଗ୍ରୀ, ମିନାବଜାର…
ଅନ୍ଧାରରେ ଅଧା ସହର
ଅନୁଗୋଳ ଅଫିସ,୧୦।୯ ଚୁକ୍ତି ନବୀକରଣ ହୋଇ ନ ଥିବାରୁ ପୌରପାଳିକାରେ କାର୍ଯ୍ୟ କରୁଥିବା ୨୨ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆଉ ଅଫିସ ଆସୁନାହାନ୍ତି। ଫଳରେ ପୌରସଂସ୍ଥାରେ କର୍ମଚାରୀ ଅଭାବ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ପୌରପାଳିକାର ବିଭିନ୍ନ କାର୍ଯ୍ୟ…
ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ
ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ସୋମବାର ନୁନୁକାପଶି ପଞ୍ଚାୟତ ସଭାଗୃହରେ କ୍ଷତିଗ୍ରସ୍ତ…

