ବୃଦ୍ଧଙ୍କ ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ଗଲେ ଶ୍ମଶାନ

କଣିହାଁ,୧୧।୯(ଡି.ଏନ.ଏ.)-କୁହାଯାଏ ଅସହାୟଙ୍କୁ ସରକାର ସାହାଭରସା। ହେଲେ ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ୍‌ କଲୋନୀରେ ମଙ୍ଗଳବାର ଘଟିଥିବା ଏକ ଘଟଣା ସରକାରୀ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କଲୋନୀରେ ରହୁଥିବା ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ଖବର ରେଙ୍ଗାଳି ପୋଲିସ ପାଇଥିଲେ ମଧ୍ୟ ସହାୟତା କରିବା ପରିବର୍ତ୍ତେ ନୀରବ ରହିବାରୁ ଶେଷରେ ଅଖାରେ ବନ୍ଧା ହୋଇ ମୃତଦେହ ସାଇକେଲରେ ଶ୍ମଶାନ ନିଆଯାଇଛି।
ଘଟଣାରୁ ଜଣାପଡ଼ିଛି, ରେଙ୍ଗାଳି ନଦୀ ବନ୍ଧ ନିର୍ମାଣ ବେଳେ ବାହାର ଅଞ୍ଚଳରୁ ଆସିଥିବା ବହୁ ଶ୍ରମିକ ପରିବାର ସହ ଏଠାରେ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଏବେ ଡ୍ୟାମ୍‌ କଲୋନୀର ଭଙ୍ଗା କ୍ୱାର୍ଟର୍ସ ଓ ବିଭିନ୍ନ ଖୋଲା ସ୍ଥାନରେ ଅସ୍ଥାୟୀ ଭାବେ ରହି ଜୀବିକା ନିର୍ବାହ କରୁଛନ୍ତି। ଆଠମଲ୍ଲିକ ଅଞ୍ଚଳରୁ ଆସିଥିବା ଗିରିଧାରୀ ଗଣ୍ଡ(୭୦) ଦୀର୍ଘବର୍ଷ ହେଲା ଡ୍ୟାମ୍‌ କଲୋନୀରେ ରହୁଥିଲେ। ବର୍ଷେ ପୂର୍ବରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାରୁ ଗିରିଧାରୀ ଅସହାୟ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସୋମବାର ସାରେ ତାଙ୍କର ମୃତ୍ୟୁ ହୋଇଥିଲା। କଲୋନୀ ବାସିନ୍ଦା ଏ ନେଇ ଥାନାକୁ ଜଣାଇଥିଲେ। କିନ୍ତୁ ରେଙ୍ଗାଳି ପୋଲିସ ପ୍ରଥମେ ଅଭିଯୋଗ କରିବାକୁ କହିବାରୁ କଲୋନୀବାସୀ ନିରାଶ ହୋଇ ମଙ୍ଗଳବାର ମୃତଦେହକୁ ଅଖାରେ ପୂରାଇ ଏକ ସାଇକେଲ ଯୋଗେ ଶ୍ମଶାନକୁ ନେଇ ପୋତି ଦେଇଥିଲେ। ଏ ସମ୍ପର୍କରେ ରେଙ୍ଗାଳି ଥାନା ଅଧିକାରୀ ସରୋଜ ସାମଲ କହିଛନ୍ତି, ବୃଦ୍ଧଙ୍କ ମୃତ୍ୟୁ ଖବର ପାଇଥିଲୁ। ଅଭିଯୋଗ ନ ଥିବାରୁ ମାମଲା ହୋଇନାହିଁ। ତଦନ୍ତ କରାଯିବ। କଣିହାଁ ବିଡିଓ ରମେଶ କୁମାର ଜେନା କହିଛନ୍ତି, ମୃତଦେହ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ ହେଉଛି। କେଉଁ କାରଣରୁ ଏପରି ସ୍ଥିତି ଉପୁଜିଲା ସେ ସମ୍ପର୍କରେ ସରପଞ୍ଚଙ୍କୁ କୈଫତ ମଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri