ଅନୁଗୋଳ

ଜମିରେ ଏନ୍‌ଟିପିସି ପାଉଁଶ ପାଣି

କଣିହାଁ, ୧୩ା୯(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପର ଆଶପଣ୍ଡ ପାଉଁଶ ପାଣି ଯୋଗୁ ଅଞ୍ଚଳବାସୀ ନାନା ସମସ୍ୟା ଭୋଗୁଛନ୍ତି। ମଙ୍ଗଳବାର ରାତିରେ ଆଶପଣ୍ଡରୁ ପ୍ରବଳ ମାତ୍ରାରେ ପାଉଁଶ ପାଣି ବାହାରି ମସୁଣିହତା ଗ୍ରାମର ପ୍ରାୟ ଦେଢ ଏକର ଜମିରେ…

ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତି ବୈଠକ: ୧୨ ମଣ୍ଡପରେ ଦୁର୍ଗା, ୨୯ ମଣ୍ଡପରେ ଲକ୍ଷ୍ମୀ ପୂଜା

ଅନୁଗୋଳ ଅଫିସ, ୧୩।୯-ଅନୁଗୋଳ କେନ୍ଦ୍ରୀୟ ପୂଜା ସମିତିର ଏକ ବୈଠକ ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦୁର୍ଗାପୂଜା ଓ ମା’ ଲକ୍ଷ୍ମୀଙ୍କ ପୂଜା ଆୟୋଜନ ଉପରେ ଆଲୋଚନା ହୋଇଥିଲା। ଅକ୍ଟୋବର ୪ରେ ସହରର ୧୨ଟି ମଣ୍ଡପରେ…

୧୭ରୁ ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା: ୭ ଦିନ ଧରି ଚାଲିବ, ପଡ଼ିବ ୨୪୦ ଷ୍ଟଲ

ଅନୁଗୋଳ ଅଫିସ, ୧୩।୯-ଆସନ୍ତା ୧୭ ତାରିଖ ବିଶ୍ୱକର୍ମା ପୂଜା ଅବସରରେ ଅନୁଗୋଳ ଜିଲାର ଆଲୁମିନିୟମ ନଗରୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯିବ। ୨୩ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ମୋଟ ୨୪୦ଟି ଷ୍ଟଲ ପଡ଼ିବ। ଜିଲା ଗ୍ରାମ୍ୟ…

କାର୍ଯ୍ୟାଳୟରେ କାମ କରୁନି ଇଣ୍ଟରନେଟ୍‌: ୧୫ ମଧ୍ୟରେ କେମିତି ସରିବ ଡିଜିଟାଲ ବ୍ୟବସ୍ଥା

ଅନୁଗୋଳ ଅଫିସ, ୧୩।୯-ହିତାଧିକାରୀଙ୍କ ଭତ୍ତା କାର୍ଡ ସହ ଆଧାର କାର୍ଡ ସଂଲଗ୍ନ କରାଯିବ। ଗତ ଫେବୃୟାରୀରୁ ରାଜ୍ୟ ସରକାରଙ୍କ ନିକଟରୁ ଏ ନେଇ ନିର୍ଦ୍ଦେଶ ଆସିଥିଲା। ହେଲେ ଅଗଷ୍ଟ ଶେଷ ଆଡ଼କୁ ରିମାଇଣ୍ଡର ଆସିବା ପରେ ଅନୁଗୋଳ ଜିଲା ସାମାଜିକ ସୁରକ୍ଷା…

ହାତୀ ଉଜାଡିଲେ ଧାନ ଫସଲ

ମାଧପୁର/ବଇଣ୍ଡା, ୧୨ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମୁଚ୍ଛପୁର ଗ୍ରାମରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବିଲରେ ପଶି ଚାଷୀମାନଙ୍କ ଧାନ ଫସଲ ଉଜାଡିବା ଦେଇଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। ଗ୍ରାମର ସନ୍ତୋଷ କର୍ଣ୍ଣ, ହୃଦାନନ୍ଦ କର୍ଣ୍ଣ, ରଞ୍ଜନ କର୍ଣ୍ଣ,…

ରାଜପଥ ପାର୍ଶ୍ୱରୁ ଉଚ୍ଛେଦ ଜାରି, ୧୪୪ ଧାରା ବଳବତ୍ତର

ବଇଣ୍ଡା, ୧୨ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଦୋକାନ ଓ ବାସଗୃହ ଉଚ୍ଛେଦ ପ୍ରକ୍ରିୟା ଗୁରୁବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୭ ପ୍ରଜାଙ୍କ ମଧ୍ୟରୁ ବୁଧବାର ୭ କ୍ଷତିଗ୍ରସ୍ତଙ୍କ ଦୋକାନ, ଘର ସହ ରାଜସ୍ବ…

ସିଡିଏମ୍‌ଓ ଦାୟିତ୍ୱ ନେଲେ ଅମରେନ୍ଦ୍ର ନାଥ

ଅନୁଗୋଳ ଅଫିସ, ୧୨।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ୪ ମାସ ପରେ ବୁଧବାର ପୁଣି ଥରେ ଦାୟିତ୍ୱ ନେଇଛନ୍ତି ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି। ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରାଙ୍କ ଠାରୁ ପୂର୍ବାହ୍ନରେ ବିଧିବଦ୍ଧ…

କାଷ୍ଟ ହାଉସ-ବି ବିଶ୍ୱକର୍ମା ପୂଜା ପ୍ରସ୍ତୁତି: ୭ ଦିନ ଚାଲିବ ଅନ୍ନପ୍ରସାଦ ବଣ୍ଟନ

ବଅଁରପାଳ, ୧୨।୯ (ଡି.ଏନ୍‌.ଏ) – ନାଲକୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସନ୍ତା ୧୭ ତାରିଖଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ନାଲ୍‌କୋ କାଷ୍ଟ ହାଉସ-ବି ପୂଜା କମିଟି ପକ୍ଷରୁ…

ବଦ୍ରାଙ୍କୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା

ଅନୁଗୋଳ ଅଫିସ, ୧୨।୯ – ଉପସ୍ଥିତ ବୁଦ୍ଧି ଖଟାଇ ଚଳନ୍ତା ଟ୍ରେନ୍‌ ତଳୁ ନିଜ ସହପାଠିନୀ ପ୍ରମିଳାଙ୍କୁ ଟାଣି ଆଣି ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିବା ତାଳଚେରର ୧୦ ବର୍ଷୀୟା ବାଳିକା ଶ୍ରୀମତୀ ବଦ୍ରାଙ୍କୁ ତାଙ୍କର ଅଦମ୍ୟ ସାହସିକତା ପାଇଁ…

ଅଳିଆପକାକୁ ନେଇ ବିବାଦ: ଡ୍ରାଇଭରଙ୍କୁ ବାନ୍ଧିଲେ, ଗାଡ଼ି ଅଟକ ରଖିଲେ

ଅନୁଗୋଳ ଅଫିସ, ୧୨।୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କଲୋନୀ ପଛପଟେ ପୌରପାଳିକା ଟ୍ରାକ୍ଟର ଅଳିଆ ପକାଇବାକୁ ନେଇ ବୁଧବାର ସୃଷ୍ଟି ହୋଇଥିଲା ବିବାଦ। କଲୋନୀବାସୀ ଏହାକୁ ଦୃଢ଼ ବିରୋଧ କରିବା ସହ ଟ୍ରାକ୍ଟର ଚାଳକଙ୍କୁ ବାନ୍ଧି ଗାଡ଼ିକୁ ଅଟକ ରଖିଥିଲେ।…

ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି

ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଛି। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଦୋକାନ ଓ ଘର ଗୁଡ଼ିକ…

ସୁଲେଇପାଳରେ ହାତୀ ଆତଙ୍କ: ବନ କର୍ମଚାରୀଙ୍କୁ ଅଟକ ରଖିଲେ କ୍ଷତିଗ୍ରସ୍ତ

କଣିହାଁ,୧୧।୯(ଡି.ଏନ.ଏ.)-କଣିହାଁ ବ୍ଲକ ବନାଞ୍ଚଳ ଅଧୀନ ରେଙ୍ଗାଳି ଫରେଷ୍ଟ ସେକ୍ସନରେ ୩ ମାସ ହେଲା ହାତୀ ଉପଦ୍ରବ ଲାଗି ରହିଛି। ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହେଉଥିବାବେଳେ ଜନ ସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସୋମବାର ରେଙ୍ଗାଳି ଫରେଷ୍ଟ ସେକ୍ସନର ସୁଲେଇପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?