ଅନୁଗୋଳ

କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ ନେଇ ମଙ୍ଗଳବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ…

ନର୍ସରୀରେ ମାନିଲା ମନ

(ମନୋଜ ନନ୍ଦ) ତାଳଚେର,୧୮ା୩ – ଚାକିରି ନ କରି ବ୍ୟବସାୟ କରିବେ ବୋଲି ସ୍ଥିର କଲେ। ତେଣୁ ଘର ଅନୁଗୋଳରେ ହୋଇଥିଲେ ବି କୋଇଲା ବ୍ୟବସାୟ ପାଇଁ ତାଳଚେରରେ ରହିଗଲେ। ହେଲେ ସେହି ବେପାର ସେପରି ସନ୍ତୋଷ ଦେଇପାରିଲା ନାହିଁ। ଏହାପରେ…

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ ଚାରୋଟି କଣା ହୋଇ ଥିବା ଜଣାପଡୁଛି। ଏଣୁ ତା’ ଦେହରେ ଗୁଳି ବାଜିଥିବା ସନ୍ଦେହ…

କରୋନା ସଚେତନତା: ହାତ ଧୋଇ ଥାନା ଭିତରକୁ ପ୍ରବେଶ ପାଇଁ ଅନୁଗୋଳ ଏସ୍‌ପିଙ୍କ ନିର୍ଦ୍ଦେଶ

ଛେଣ୍ଡିପଦା, ୧୭।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପରିସରରେ ମଙ୍ଗଳବାର ହାତଧୁଆ ବ୍ୟବସ୍ଥା କରାଯିବା ସହିତ କରୋନା ସଚେତନତା ବର୍ତ୍ତା ଦିଆଯାଉଛି। ଅନୁଗୋଳ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝିଙ୍କ ତତ୍ତ୍ୱାବଧାନରେ…

ବ୍ୟବସାୟୀଙ୍କୁ ପାଲହାଟରୁ ହଟାଗଲା: ବଅଁରପାଳରେ ୧୪୪ ଧାରା ଜାରି

ବଅଁରପାଳ,୧୭।୩(ଡି.ଏନ୍‌.ଏ): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଏ ନେଇ ସରକାର ତତ୍ପର ହୋଇଉଠିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ବଅଁରପାଳସ୍ଥିତ ପାଲହାଟକୁ ମଙ୍ଗଳବାର ବନ୍ଦ କରାଯାଇଛି। ସକାଳୁ ବ୍ୟବସାୟୀ…

୨୮ରେ ଅନୁଗୋଳ ଓକିଲ ସଂଘ ନିର୍ବାଚନ

ଅନୁଗୋଳ ଅଫିସ୍‌, ୧୭।୩- ଅନୁଗୋଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଗତ ୧୩ ତାରିଖରେ ଏ ନେଇ ସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ସଂଘର ସଭ୍ୟ ଅଶୋକ କୁମାର ମିଶ୍ର ନିର୍ବାଚନ…

ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ…

ନିୟମିତ ଦିଆଯିବ କରୋନା ସମ୍ପର୍କିତ ତଥ୍ୟ

ଅନୁଗୋଳ ଅଫିସ୍‌, ୧୭।୩ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ସୋମବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ କୋର୍ଟରୁମ୍‌ ଠାରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଥିଲା। ସାମ୍ପ୍ରତିକ…

ଜେରିଆଟିକ୍‌ ଓ୍ବାର୍ଡ ପାଲଟିଲା କରୋନା ଓ୍ବାର୍ଡ

ଅନୁଗୋଳ ଅଫିସ୍‌, ୧୭।୩ କରୋନା ମୁକାବିଲା ପାଇଁ ଅନୁଗୋଳ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ଜେରିଆଟିକ୍‌ ୱାର୍ଡକୁ କରୋନା ୱାର୍ଡ ଭାବେ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ…

କୁକୁଡ଼ା ନେବାକୁ ଗଁ।ରେ ଡେଙ୍ଗୁରା

ଅନୁଗୋଳ ସହର,୧୭ା୩ କରୋନା ଭାଇରସ ଆତଙ୍କ ବ୍ରଏଲର କୁକୁଡ଼ା ଚାଷୀ ଓ କମ୍ପାନୀକୁ ତଳିତଳାନ୍ତ କରିଦେଲାଣି। କୁକୁଡ଼ା ମାଂସ କି ଅଣ୍ଡା ସହିତ କରୋନାର କୌଣସି ସମ୍ପର୍କ ନ ଥିବା ଡାକ୍ତର, ବିଶେଷଜ୍ଞମାନେ ବାରମ୍ବାର କହୁଥିଲେ ମଧ୍ୟ ସାଧାରଣରେ ତାହା ବିଶ୍ୱାସଯୋଗ୍ୟ…

ନିର୍ବାହୀ ଅଧିକାରୀଙ୍କୁ ସହର, ବିଡିଓଙ୍କୁ ଗାଁ ଦାୟିତ୍ୱ

ଅନୁଗୋଳ ଅଫିସ୍‌, ୧୬।୩: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରବିବାର ପୂର୍ବାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖିବା…

ବିଜୁଳି ବିଲ୍‌ ଆଦାୟ ବେଳେ ମାଡ଼

ଅନୁଗୋଳ ଅଫିସ୍‌, ୧୬।୩: ବକେୟା ବିଦ୍ୟୁତ୍‌ ବିଲ ଆଦାୟ କରିବାକୁ ଯାଇଥିବାବେଳେ ରବିବାର ଅନୁଗୋଳ ଏନଜେନ୍‌ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ପାତ୍ରଙ୍କୁ ମାଡ଼ ମରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଙ୍ଗାରବନ୍ଧ ଗ୍ରାମର ଜଣେ ଉପଭୋକ୍ତା ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?