ନର୍ସରୀରେ ମାନିଲା ମନ

(ମନୋଜ ନନ୍ଦ)
ତାଳଚେର,୧୮ା୩ – ଚାକିରି ନ କରି ବ୍ୟବସାୟ କରିବେ ବୋଲି ସ୍ଥିର କଲେ। ତେଣୁ ଘର ଅନୁଗୋଳରେ ହୋଇଥିଲେ ବି କୋଇଲା ବ୍ୟବସାୟ ପାଇଁ ତାଳଚେରରେ ରହିଗଲେ। ହେଲେ ସେହି ବେପାର ସେପରି ସନ୍ତୋଷ ଦେଇପାରିଲା ନାହିଁ। ଏହାପରେ କିଛିଦିନ କୁକୁଡା ଓ ପରେ ଫୁଲ ବିକ୍ରି ପାଇଁ ମନ ବଳାଇଲେ। ସେଥିରୁ ଅଧିକ ଟଙ୍କା ଆୟ କଲେ ସିନା ଆଗକୁ ବଢ଼ିପାରିଲେ ନାହିଁ। ଶେଷରେ ନର୍ସରୀ କରି ଚାରା ବିକିବାକୁ ତାଙ୍କର ଇଚ୍ଛା ହେଲା। ୧୯୯୭ରେ ସେ ଏହି ବ୍ୟବସାୟ ଆରମ୍ଭ କଲେ। ଆଉ ନର୍ସରୀରେ ମନ ଏପରି ମାନିଗଲା ଯେ ସେବେଠାରୁ ଏବେଯାଏ ବଢ଼ି ବଢ଼ି ଚାଲିଛି ଶ୍ରୀକାନ୍ତ ସାହୁ (୫୩)ଙ୍କ ଚାରା ବେପାର।
ଦୀର୍ଘବର୍ଷ ହେଲା ତାଳଚେରରେ ରହୁଥିବା ଶ୍ରୀକାନ୍ତଙ୍କ ଘର ଅନୁଗୋଳରେ। ସେଠାରେ ତାଙ୍କର ମା’ ଓ ୬ ଭାଇ ରହୁଛନ୍ତି। କିନ୍ତୁ ତାଳଚେର କାଳୀ ମନ୍ଦିର ନିକଟରେ ନର୍ସରୀ କରିଥିବାରୁ ଶ୍ରୀକାନ୍ତ ସେଠାରେ ରହିଯାଇଛନ୍ତି। ଶ୍ରୀକାନ୍ତ କୁହନ୍ତି, ଚାକିରି ପଛରେ ନ ଗୋଡ଼ାଇ ବ୍ୟବସାୟ ପାଇଁ ଆଗ୍ରହ ଦେଖାଇଥିଲେ ବି ପ୍ରଥମେ ତାଙ୍କ ମନ କୌଣସି ବେପାରରେ ଲାଗୁ ନ ଥିଲା। ତେବେ ଫୁଲ ଦୋକାନ ଦେଇଥିବା ବେଳେ ସ୍ଥନୀୟ ଅଞ୍ଚଳର ଜଣେ ବାସିନ୍ଦା ଥରେ ତାଙ୍କୁ ୩/୪ଟି ଚାରା ବିକ୍ରି କରିବାକୁ ଦେଇଥିଲେ। ତାହା ବିକ୍ରି କରିବା ତାଙ୍କ ବ୍ୟବସାୟର ଗତିପଥ ବଦଳାଇ ଦେଇଥିଲା। ଅଧିକରୁ ଅଧିକ ଚାରା କିପରି ବିକ୍ରି କରିପାରିବେ ସେଥିରେ ମନୋନିବେଶ କରିବା ସହ ୧୯୯୭ରେ ନର୍ସରୀ ଆରମ୍ଭ କଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ପ୍ରଥମେ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରି ପ୍ରାୟ ୫୦ ପ୍ରକାର ଚାରା ବିକ୍ରି କରୁଥିଲେ। ହେଲେ ଦୀର୍ଘ ୨୩ ବର୍ଷ ମଧ୍ୟରେ ସେ ନର୍ସରୀର କଳେବର ବୃଦ୍ଧି କରିସାରିଛନ୍ତି। ଏବେ ୫ ଶହ ପ୍ରକାରରୁ ଅଧିକ ଫୁଲ, ଫଳ, ଔଷଧୀୟ ଚାରା ଓ ବିଭିନ୍ନ ଶୋ’ ଗଛ ବ୍ୟବସାୟ କରୁଛନ୍ତି। ବିଭିନ୍ନ ମଞ୍ଜି, ଚାରା କଲିକତାରୁ ଆଣି ଲୋକଙ୍କୁ ବିକ୍ରି କରୁଛନ୍ତି। ପିଲାଙ୍କ ଯତ୍ନ ନେବା ଭଳି ଦୈନିକ ସକାଳୁ ସନ୍ଧ୍ୟା ଯାଏ ନର୍ସରୀରେ ଖଟୁଛନ୍ତି। କାମ ବଢି ଯାଇବାରୁ ୨ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। କୋଇଲା ଠାରୁ ନର୍ସରୀ ପର୍ଯ୍ୟନ୍ତ କେଉଁ ବ୍ୟବସାୟରୁ ଅଧିକ ଅର୍ଥ ପାଇଛନ୍ତି ଅବା କେତେ କ୍ଷତି କେତେ ଲାଭ ହୋଇଛି ତାହା ତାଙ୍କ ମନକୁ କେବେ ଆସିନାହିଁ। ଲୋକଙ୍କୁ ଚାରା ବିକି ଯେଉଁ ଆନନ୍ଦ ପାଇଛନ୍ତି ତାହା ଅନ୍ୟ କେଉଁଥିରୁ ପାଇନାହାନ୍ତି। ଏହି ଅନୁଭବ ଓ ଆତ୍ମସନ୍ତୋଷ ଯୋଗୁ ହଁି ନର୍ସରୀରେ ଏତେ ବର୍ଷ ତିଷ୍ଠିପାରିଛି ବୋଲି ଶ୍ରୀକାନ୍ତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri