ନିର୍ଜୀବ ନନ୍ଦନକାନନ

ବଅଁରପାଳ,୧୯ା୩(ଉପେନ୍ଦ୍ର ରାଉତ) : ହ୍ରାସ ପାଉଛି ଜଙ୍ଗଲ। ଲୋପ ପାଉଛନ୍ତି ବିଭିନ୍ନ ଜୀବଜନ୍ତୁ, ସରୀସୃପ। ତେଣୁ ଜୀବ ପ୍ରତି ଦୟାଭାବ ଓ ବିରଳ ବନ୍ୟଜନ୍ତୁଙ୍କ ସଂରକ୍ଷଣ ଲାଗି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁକୁଡାଙ୍ଗ ଗ୍ରାମରେ ରହିଛି ନିର୍ଜୀବ ନନ୍ଦନକାନନ। ଦୀର୍ଘ ୩୬ ବର୍ଷ ତଳେ ଗ୍ରାମବାସୀ ନେଇଥିବା ଏହି ଅଭିନବ ପଦକ୍ଷେପ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

୧୯୮୪ ମସିହାରେ ବଅଁରପାଳ ବ୍ଲକ କୁକୁଡାଙ୍ଗ ଗ୍ରାମର ଯେଉଁଠାରେ ଏହି ନିର୍ଜୀବ ନନ୍ଦନକାନନ ନିର୍ମାଣ କରାଯାଇଥିଲା ପୂର୍ବରୁ ତାହା ଏକ ପରିତ୍ୟକ୍ତ ପାହାଡ଼ ଥିଲା। ବଡ଼ ବଡ଼ ପଥର ସହ ଲଟାବୁଦାରେ ପରିପୂର୍ଣ୍ଣ ଯୋଗୁ ଦିନରେ ବି ଉକ୍ତ ସ୍ଥାନ ଲୋକଙ୍କ ପାଇଁ ଅଗମ୍ୟ ଥିଲା। ତେବେ ନିକଟରେ ମା’ ମଙ୍ଗଳାଙ୍କ ପୀଠସ୍ଥଳୀ ଥିବାରୁ ଉକ୍ତ ପାହାଡ଼ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଦିଷ୍ଟ ଯୋଜନା କରିବା ପରେ ଉକ୍ତ ପାହାଡ଼ରେ ତେନ୍ତୁଳି, କରଞ୍ଜ ଓ ଆଙ୍କୁଲା ଆଦି ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ। ପରେ ଧୀରେ ଧୀରେ ଲୋପ ପାଇଯାଉଥିବା ବନ୍ୟଜନ୍ତୁଙ୍କ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ସେଠାରେ ଏକ ନିର୍ଜୀବ ନନ୍ଦନକାନନ କରିଥିଲେ।

 

ଦର୍ଶନୀୟ ସହ ଶିକ୍ଷଣୀୟ
ଏକ ପରିତ୍ୟକ୍ତ ସ୍ଥାନକୁ ସୌନ୍ଦର୍ଯ୍ୟକରଣ ସହ ଶିକ୍ଷଣୀୟ କରିବାରେ ଯୁବଗୋଷ୍ଠୀଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସାଯୋଗ୍ୟ। ଜନମାନସରୁ ଅଦୃଶ୍ୟ ହୋଇଯାଉଥିବା ଅନେକ ଜୀବଜନ୍ତୁଙ୍କ ପଥର ଓ ସିମେଣ୍ଟ ମୂର୍ତ୍ତି ଦେଖି ଛାତ୍ରୀଛାତ୍ର ଓ ସାଧାରଣ ଲୋକେ ସେମାନଙ୍କ ବିଷୟରେ ଅନେକ କିଛି ଜାଣିପାରୁଛନ୍ତି।
-ସଂଯୁକ୍ତା ତ୍ରିପାଠୀ
ପୂର୍ବତନ ସରପଞ୍ଚ, କୁକୁଡ଼ାଙ୍ଗ

ସଚେତନତାର ପରିଚୟ
କୁକୁଡ଼ାଙ୍ଗ ଗ୍ରାମର ନିର୍ଜୀବ ନନ୍ଦନକାନନ ଗ୍ରାମବାସୀଙ୍କ ସଚେତନତାର ପରିଚୟ ଦେଉଛି। ଏଥିପ୍ରତି ଜିଲା ପ୍ରଶାସନ, ନାଲ୍‌କୋ, ଏମ୍‌ସିଏଲ୍‌ ଓ ଏଫ୍‌ସିଆଇ କର୍ତ୍ତୃପକ୍ଷ ଯଦି ସାହାଯ୍ୟ ଓ ସହଯୋଗର ହାତ ବଢ଼ାନ୍ତେ ତା’ହେଲେ ଏହା ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଣଗିତ ହୋଇପାରନ୍ତା।
-ବିନୋଦ ଶତପଥୀ
ଗ୍ରାମବାସୀ, କୁକୁଡ଼ାଙ୍ଗ

ଉନ୍ନତୀକରଣ ଆବଶ୍ୟକ
ଉକ୍ତ ସ୍ଥାନର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ। କିନ୍ତୁ ଏଠାରେ ବିଦ୍ୟୁତ୍‌, ପାନୀୟଜଳ ସହ ଭଲ ଗମନାଗମନ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହାର ଉନ୍ନତୀକରଣ ସହ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବା ଦରକାର। ପ୍ରଶାସନ ନିକଟରେ ଏଥିପାଇଁ ଖୁବ୍‌ଶୀଘ୍ର ଦାବି କରାଯିବ।
-ପ୍ରତାପ ସେନାପତି
ସରପଞ୍ଚ, କୁକୁଡ଼ାଙ୍ଗ

ମୂର୍ତ୍ତି ଗଢ଼ିବା କଷ୍ଟକର ଥିଲା
ଲଟାବୁଦାରେ ପରିପୂର୍ଣ୍ଣ ପାହାଡ଼ର ପଥର ଉପରେ ବିଭିନ୍ନ ବିରଳ ପ୍ରଜାତିର ଜୀବଜନ୍ତୁ ଓ ସରୀସୃପଙ୍କ ମୂର୍ତ୍ତି ଗଢ଼ିବା ବେଶ୍‌ କଷ୍ଟକର ଥିଲା। ତଥାପି ଲକ୍ଷ୍ୟ ପୂରଣରେ ସଫଳ ହୋଇପାରିଛି। କେତେଜଣ ଯୁବଗୋଷ୍ଠୀ ଏଥିରେ ସହାୟତା କରିଛନ୍ତି। ଏହାଦ୍ୱାରା ବିଲୁପ୍ତ ହୋଇଯାଉଥିବା ଜୀବଜନ୍ତୁଙ୍କ ସମ୍ପର୍କରେ ସହଜରେ ସ୍କୁଲ୍‌ ପିଲାମାନେ ଜାଣିପାରୁଛନ୍ତି।
-ରାମଚନ୍ଦ୍ର ସାହୁ
ଯୁବଶିଳ୍ପୀ, କୁକୁଡ଼ାଙ୍ଗ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୨ା୪: ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିବାର ୧୧ ଦିନ ପରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଶ୍ରୀଧର ଦେବଙ୍କ ସ୍ଥାନରେ ସାକା...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri