କରୋନା କର୍ନର, ଆଇସୋଲେଶନ୍‌ ୱାର୍ଡ ବାଧ୍ୟତାମୂଳକ

ଅନୁଗୋଳ ଅଫିସ୍‌, ୧୮।୩ – କରୋନା ଭୂତାଣୁ କୋଭିଡ୍‌-୧୯ର ପ୍ରତିରୋଧ କ୍ଷେତ୍ରରେ ଜିଲାର ବିଭିନ୍ନ ଶିଳ୍ପ ସଂସ୍ଥା ଓ ହୋଟେଲ ସହଯୋଗ କରିବା ବାଧ୍ୟତାମୂଳକ। ଏ ନେଇ ମଙ୍ଗଳବାର ଅପରାହ୍ନରେ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ସଂଘବଦ୍ଧ ଭାବେ ସରକାରଙ୍କ ନିୟମାବଳୀ ଆଧାରରେ ଦାୟିତ୍ୱ ନିର୍ବାହ କରିବାକୁ ଏଥିରେ ଜିଲାପାଳ ସମସ୍ତ ଶିଳ୍ପ ସଂସ୍ଥା ଓ ହୋଟେଲ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ। ସମସ୍ତ ଶିଳ୍ପ ସଂସ୍ଥା ସେମାନଙ୍କ ଚିକିତ୍ସାଳୟରେ କରୋନା କର୍ନର ଓ ଆଇସୋଲେଶନ୍‌ ୱାର୍ଡ ରଖିବା ବାଧ୍ୟତାମୂଳକ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ବାହାରୁ ଆସୁଥିବା ଯେ କୌଣସି ପର୍ଯ୍ୟଟକଙ୍କ ଯାତ୍ରା କରିଥିବା ସ୍ଥାନ ଓ ମିଳାମିଶା କରିଥିବା ଲୋକଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯିବ। କରୋନା ଭୂତାଣୁ ଥିବାର ଲକ୍ଷଣ ଦେଖାଦେଲେ କି ସନ୍ଦେହ ସୃଷ୍ଟି ହେଲେ ସ୍ବତନ୍ତ୍ର ୱାର୍ଡ କିମ୍ବା ଚିକିତ୍ସାଳୟରେ ରଖି ରକ୍ତ ନମୁନା ଓ ସ୍ବାବ ପରୀକ୍ଷା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଗତ ୪ ତାରିଖରୁ ବାହାର ଦେଶ ଓ ବିଭିନ୍ନ ରାଜ୍ୟରୁ ଅନୁଗୋଳ ଜିଲାକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଯାତ୍ରା ବିବରଣୀ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଜିଲା ପ୍ରଶାସନ ପକ୍ଷରୁ ଟୋଲ ଫ୍ରି ହେଲପ୍‌ ଲାଇନ ନମ୍ବର ୧୦୭୭, ୦୬୭୬୪-୨୩୪୨୧୮ ଓ ୦୬୭୬୪-୨୩୦୯୮୦ରେ କରୋନା ସଂକ୍ରମଣର ଆଶଙ୍କା ସୃଷ୍ଟି ହେଉଥିଲେ ଜଣାଇବାକୁ କୁହାଯାଇଥିଲା। ସେହିପରି ଶିଳ୍ପ ସଂସ୍ଥା ଓ ହୋଟେଲଗୁଡ଼ିକୁ ୧୪ ଦିନ ମଧ୍ୟରେ ଆସିଥିବା ପର୍ଯ୍ୟକମାନଙ୍କୁ କ୍ବାରାଣ୍ଟାଇନ୍‌ରେ ରଖାଯିବ। ଯଦି ଏହି ସମୟ ମଧ୍ୟରେ କେହି ଜ୍ୱର, କାଶ, ଥଣ୍ଡା ଓ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରନ୍ତି ତାଙ୍କୁ ତୁରନ୍ତ ଡାକ୍ତରଖାନାର ଆଇସୋଲେଶନ୍‌ ୱାର୍ଡରେ ରଖି ଚିକିତ୍ସା କରିବାକୁ କମ୍ପାନୀ ଓ ହୋଟେଲର କର୍ମକର୍ତ୍ତାଙ୍କୁ ଜିଲାପାଳ କହିଥିଲେ। ସରକାରଙ୍କ ଦ୍ୱାରା ପ୍ରଚଳିତ ନିୟମାବଳୀର ଅବମାନନା କ୍ଷେତ୍ରରେ ସମ୍ପୃକ୍ତ ସଂସ୍ଥା ଓ ହୋଟେଲ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଥିଲେ। ଯେଉଁମାନେ ବାହାର ଦେଶ ଓ ରାଜ୍ୟରୁ ଜିଲାକୁ ଆସୁଛନ୍ତି ସେମାନେ ୧୦୪ ହେଲପ୍‌ ଲାଇନରେ ପଞ୍ଜୀକରଣ କଲେ ସରକାରଙ୍କ ପକ୍ଷରୁ ହୋମ୍‌ କ୍ୱାରାଣ୍ଟାଇନ ପାଇଁ ୧୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ଏସ୍‌ପି ଜଗମୋହନ ମୀନା ପ୍ରକାଶ କରିଥିଲେ। ବିଭିନ୍ନ ଧାର୍ମିକ ପୀଠକୁ ଆସୁଥିବା ପର୍ଯ୍ୟଟକ ଓ ଦର୍ଶନାଭିଳାଶୀଙ୍କ ପାଇଁ ମନ୍ଦିର ଫାଟକ ନିକଟରେ ହାତଧୁଆ ବ୍ୟବସ୍ଥା ସହ ଜଣଙ୍କ ପରେ ଜଣଙ୍କୁ ଛାଡ଼ିବାକୁ ବୈଠକରେ କୁହାଯାଇଥିଲା। ଏହି ବୈଠକରେ ନାଲ୍‌କୋ, ଜେଏସ୍‌ପିଏଲ୍‌, ଜେଆଇଟିପିଏଲ୍‌, ଏନ୍‌ଟିପିସି (କଣିହଁା), ଟିଟିପିଏସ୍‌, ଟାଟା ବିଏସ୍‌ଏଲ୍‌, ଏମ୍‌ସିଏଲ୍‌ ଆଦି ଶିଳ୍ପ ସଂସ୍ଥାର କର୍ମକର୍ତ୍ତା, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ତାଳଚେର ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପ୍ରତାପ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri