ଭାଲୁ ଆକ୍ରମଣରେ ଜଣେ ଗୁରୁତର
ଛେଣ୍ଡିପଦା,୨୧।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଭଟ୍ଟପାଳ ଗାଁରେ ଶନିବାର ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭଟ୍ଟପାଳ ଗାଁର କାର୍ତ୍ତିକ ବେହେରା (୫୧) । ସୂଚନାଯୋଗ୍ୟ, କାର୍ତ୍ତିକ ସକାଳେ ଘର…
ଅଧିକ ରାଜସ୍ବ, ତଥାପି ସରୁନି ସରକାରୀ ଅବହେଳା: ପଙ୍ଗୁ ଅବସ୍ଥାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ
ତାଳଚେର,୨୧ା୧୨(ନି.ପ୍ର.) – ତାଳଚେରସ୍ଥିତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି। ୧୮ ମାସ ହେଲା ଏଠାରେ କୌଣସି ଅଧିକାରୀ ନାହାନ୍ତି କି ଅଫିସ କାର୍ଯ୍ୟ ମଧ୍ୟ ହେଉନାହିଁ। ଅଫିସର ସମସ୍ତ କାଗଜପତ୍ର ବନ୍ଧା ହୋଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ…
ଆଜିଠାରୁ ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା: ଯୋଗଦେବେ ୧୮୦ କୁନି ବୈଜ୍ଞାନିକ
ଅନୁଗୋଳ ଅଫିସ, ୨୧।୧୨- ଅନୁଗୋଳ ହାଇସ୍କୁଲରେ ଶନିବାର ଠାରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ୪୬ ତମ ବିଜ୍ଞାନମେଳା। ୩ ଦିନ ଧରି ହେବାକୁ ଥିବା ଏହି ବିଜ୍ଞାନମେଳାରେ ୧୮୦ ଜଣ କୁନି ବୈଜ୍ଞାନିକ ଯୋଗଦେବେ। ସେମାନଙ୍କୁ ଆଣିବାକୁ ବସ୍ ସୁବିଧା ହୋଇଥିବା…
ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର
ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ…
ଅନୁଗୋଳରେ ବାରବାଟୀ କ୍ରେଜ୍: ଉପସଭାପତିଙ୍କ ଘରେ ପ୍ରବଳ ଗହଳି
ଅନୁଗୋଳ ଅଫିସ, ୨୦।୧୨- କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୨ ତାରିଖରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ସିରିଜ୍ର ନିର୍ଣ୍ଣାୟକ ତଥା ତୃତୀୟ ମ୍ୟାଚ ଖେଳାଯିବ। ତେବେ ଏହି ଏକଦିବସୀୟ ମ୍ୟାଚକୁ ନେଇ ରାଜ୍ୟର କିକ୍ରେଟ୍ ପ୍ରେମୀଙ୍କ ମଧ୍ୟରେ ଅଧିକ…
ଭିନ୍ନକ୍ଷମ ହୋଇ ବି ସକ୍ଷମ ଟେରା ମେହେର: ଚକ୍ଷୁ ନ ଥାଇ କରୁଛନ୍ତି ଜୋତା ଚକାଚକ୍
ବନ୍ତଳା, ୨୦।୧୨- ଭିନ୍ନକ୍ଷମ ହୋଇଥିଲେ ବି କୌଣସି ସକ୍ଷମ ମଣିଷଙ୍କ ଠାରୁ ସେ କମ୍ ନୁହନ୍ତି। ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଖି ନ ଥାଇ ମଧ୍ୟ ସେ ଜୋତା ମରାମତି ଓ ପଲିଶ କରି ଚକାଚକ୍ କରିଦେଉଛନ୍ତି। ପରିବାର ପ୍ରତିପୋଷଣ…
ଭୂତକୋଠି ହେଲାଣି ରକ୍ତଭଣ୍ଡାର ଗୃହ
ଆଠମଲ୍ଲିକ, ୨୦ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକବାସୀଙ୍କ ଆବଶ୍ୟକତାକୁ ଆଖିରେ ରଖି ନିର୍ମାଣ ହୋଇଥିବା ରକ୍ତଭଣ୍ଡାର ଗୃହ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ନିର୍ମାଣକୁ ୧୦ ବର୍ଷ ପୂରିଥିଲେ ହେଁ ଏହାକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଉ ନାହିଁ। ଫଳରେ ଲତାବୁଦା ମାଡ଼ିବା…
ରିପୋର୍ଟ ଦେଲେ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା: ଅନ୍ତେବାସୀଙ୍କ ସହ କଲେ ମଧ୍ୟାହ୍ନ ଭୋଜନ
ଅନୁଗୋଳ ଅଫିସ, ୨୦।୧୨-ଦୁଇ ଦିନିଆ ଅନୁଗୋଳ ଜିଲା ଗସ୍ତରେ ଆସିଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ ବୁଧବାର ତାଙ୍କ ଗସ୍ତ ଶେଷ କରି ଫେରିଯାଇଛନ୍ତି। ତେବେ ଫେରିବା ପୂର୍ବରୁ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି…
୩ ମାସ ହେବ ଦରମା ଦେଇନି ଠିକାସଂସ୍ଥା: ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ପଡ଼ିଲା ତାଲା
ବଇଣ୍ଡା,୨୦।୧୨(ଡି.ଏନ.ଏ.)-ରାସ୍ତାରେ ଯାଉଥିବା ବାଟୋଇଙ୍କୁ ମାଗଣାରେ ବିଶ୍ରାମ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକର ମୁଖ୍ୟରାସ୍ତା ପାର୍ଶ୍ୱରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସ୍ଥାପନ କରିଛନ୍ତି। ହେଲେ ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚିଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ନିୟୋଜିତ…
ପୌରପାଳିକାରେ ଖୋଲିଲା ଏଫ୍ଏସ୍ଏମ୍: ଫୋନ୍ କଲେ ଘରୁ ନେଇଯିବେ ମଳପଙ୍କ
ଅନୁଗୋଳ ଅଫିସ, ୨୦।୧୨-ଅନୁଗୋଳ ପୌରପାଳିକାରେ ମଳପଙ୍କ ପରିଚାଳନା ସହାୟତା ସେବା କେନ୍ଦ୍ର (ଏଫ୍ଏସ୍ଏମ୍) ଉଦ୍ଘାଟିତ ହୋଇଯାଇଛି। ଏଥିସହ ଲୋକଙ୍କ ପାଇଁ ନିଃଶୁଳ୍କ ଫୋନ ନମ୍ବର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଣିକି ଅନୁଗୋଳ ପୌରପାଳିକାବାସୀ ଫୋନ କଲେ ସେମାନଙ୍କ ଘରେ ଗାଡ଼ି ପହଞ୍ଚି…
ଉଦାହରଣ ପାଲଟିଲା କୁଲାଡ଼ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ: ମୋ ସ୍କୁଲ ଅଭିଯାନରେ ୪.୧୮ ଲକ୍ଷ ଆଦାୟ
ବଅଁରପାଳ, ୧୯।୧୨(ଡି.ଏନ.ଏ.) – ବିଦ୍ୟାଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ମୋ ସ୍କୁଲ ଅଭିଯାନରେ ବଅଁରପାଳ ବ୍ଲକ କୁଲାଡ଼ସ୍ଥିତ ଆଲୁମିନିୟମ ଉଚ୍ଚ ବିଦ୍ୟାଳୟ ଉଦାହରଣ ସୃଷ୍ଟି କରିଛି। ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ବିଦ୍ୟାଳୟକୁ ୪ ଲକ୍ଷ ୧୮ ହଜାର…
ସୁବର୍ଣ୍ଣ ଜୟନ୍ତୀ ଲୋଗୋ ଉନ୍ମୋଚନ ଉତ୍ସବ: ତାଳଚେର କଲେଜକୁ ୟୁନିଭରସିଟି କରିବାକୁ ଦାବି
ତାଳଚେର,୧୯ା୧୨(ନି.ପ୍ର.) – ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରତୀକ (ଲୋଗୋ) ଉନ୍ମୋଚନ ଉତ୍ସବ ବୁଧବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ…

