ଅନୁଗୋଳ

୫ ଜଣିଆ ଡକାୟତ ଦଳ ଗିରଫ

ତାଳଚେର,୧୩ା୩(ନି.ପ୍ର.) – ତାଳଚେର ବ୍ଲକ ଡେରା ନିକଟସ୍ଥ ସୁଭଦ୍ରା ପେଟ୍ରୋଲ ପମ୍ପରୁ ଲୁଟ୍‌ ଯୋଜନା କରୁଥିବାବେଳେ ଏକ ୫ ଜଣିଆ ଡକାୟତ ଦଳକୁ ମଙ୍ଗଳବାର ସନ୍ଧ୍ୟାରେ କୋଲିୟରୀ ପୋଲିସ ଗିରଫ କରିଛି। ତେବେ ଅନ୍ୟ ଜଣେ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।…

ଇସ୍ରୋ ଯିବେ ନବୋଦୟ ଛାତ୍ରୀ

ବନ୍ତଳା, ୧୩।୩(ଡି.ଏନ୍‌.ଏ)- ଅନୁଗୋଳ ସ୍ଥିତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମନସ୍ବିନୀ ସାହୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଆୟୋଜିତ ହେବାକୁ ଥିବା ଯୁବ ବିଜ୍ଞାନୀ କାର୍ଯ୍ୟକ୍ରମ-୨୦୨୦(ୱାଇୟୁଭିଆଇକେଏ-୨୦୨୦) ପାଇଁ ପ୍ରଥମ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ…

ଜୁନ୍‌ରୁ ଜିଲାରେ ଇ-କାର୍ଯ୍ୟାଳୟ

ଅନୁଗୋଳ ଅଫିସ୍‌, ୧୩।୩ – ଅନୁଗୋଳ ଜିଲା କାର୍ଯ୍ୟାଳୟରେ ଲାଗୁ ହେବ ଇ-କାର୍ଯ୍ୟାଳୟ। ଏହି ବ୍ୟବସ୍ଥା ଫଳରେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚିଠି ଧରି ଆଉ ଏ ବିଭାଗରୁ ସେ ବିଭାଗ ବୁଲିବାକୁ ପଡ଼ିବ ନାହିଁ। ଫାଇଲ ବି ନାଲି ଫିତା…

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୫ ଗିରଫ, ୪ ବାଇକ୍‌ ଜବତ

ତାଳଚେର,୧୨ା୩(ନି.ପ୍ର.)-ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ତଥା ଯୁବ ଆଇନଜୀବୀ ଦୟାସାଗର ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ତାଳଚେର ସାମନ୍ତ ସାହିର ରାମ ମହାରଥୀ (୨୨), ମହାଦେବ ବିହାରର ଶାଶ୍ୱତ…

ଆମ୍ବୁଲାନ୍ସ, ରୋଗୀଙ୍କୁ ଛାଡ଼ିଲେନି ଆନ୍ଦୋଳନକାରୀ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.): ୬ ଦଫା ଦାବି ନେଇ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର କେନ୍ଦୁପତ୍ର ତୋଳାଳିମାନେ ବୁଧବାର ୪୯ନଂ. ଜାତୀୟ ରାଜପଥର ଶିବ ମନ୍ଦିର ଛକ ଓ ୧୪୯ ନଂ. ବାଇପାସ୍‌ ରାସ୍ତା ଅବରୋଧ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ନାଲ୍‌କୋ ବସଲା ସାହି ହଟିଂ ନିକଟରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ବସଲା ସାହି ନିକଟ ପଡ଼ିଆରୁ ଗୁରୁବାର ଏକ ନବଜାତ ଶିଶୁକନ୍ୟାକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। କେହି ଯୁବତୀ କିମ୍ବା ମହିଳା ଶିଶୁକୁ ଛାଡ଼ି ପଳାଇଯାଇଥିବା ସନ୍ଦେହ କରାଯାଉଛି। ସୂଚନାନୁଯାୟୀ, ଭୋର…

ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ନିମ୍ନମାନର

ବଇଣ୍ଡା, ୧୨ା୩(ଡି.ଏନ.ଏ.) ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନ ସୁବିଧା ପାଇଁ ସରକାର ପକ୍କା ରାସ୍ତା ନିର୍ମାଣର ଯୋଜନା କରିଥିଲେ ହେଁ କେତେଜଣ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଯୋଗୁ ଲୋକେ ଏହାର ସୁଫଳ ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଅନୁଗୋଳ…

ଘୁମୁରା, ସାନ୍ତାଳୀ ନୃତ୍ୟରେ ଝୁମିଲେ ଦର୍ଶକ

ପାଲଲହଡ଼ା, ୧୨ା୩(ଡି.ଏନ.ଏ.) ପାଲଲହଡ଼ାରେ ଚାଲିଥିବା ମାଲ୍ୟଗିରି ମହୋତ୍ସବ-୨୦୨୦ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସାରେ ବିଭିନ୍ନ ସାଂସ୍କୃତିକ ଦଳର ଲୋକଗୀତ, ଲୋକନୃତ୍ୟରେ ବେଶ୍‌ ଜମିଥିଲା ସାଂସ୍କୃତିକ ଆସର I ଜିଲା ତଥା ଜିଲା ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ପରିବେଷିତ ଚାଙ୍ଗୁ ନୃତ୍ୟ,…

ଯୁବତୀଙ୍କୁ ନେଇ ବିବାହିତ ଯୁବକ ଫେରାର: ଅଭିଯୋଗ ଆଣିଲେ ସ୍ତ୍ରୀ

ବଅଁରପାଳ,୧୧।୩(ଡିଏନ୍‌ଏ): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଅଞ୍ଚଳ ଜଣେ ବିବାହିତ ଯୁବକ ହିନ୍ଦୋଳ ଅଞ୍ଚଳର ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହା ନିଜେ ଯୁବକଙ୍କ ସ୍ତ୍ରୀ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ୩ ବର୍ଷ ତଳେ କୈଳାସ…

ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ

ତାଳଚେର, ୧୦ା୩(ନି.ପ୍ର.)- ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟସାଗର ମିଶ୍ରଙ୍କୁ କେତେଜଣ ଦୁର୍ବୁତ୍ତ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସୂଚନା ମୁତାବକ, ଅପରାହ୍ନରେ ଦୟସାଗର ଅନ୍ୟ ଜଣେ…

ସହର ପ୍ରବେଶ ପଥରେ ଗାଡ଼ି ଯାଞ୍ଚ

ଅନୁଗୋଳ ଅଫିସ୍, ୧୦ା୩- ହୋଲିରେ ଚୋରି, ଡକାୟତି, ଲୁଟପାଟ ତଥା ଦୁର୍ଘଟଣା ରୋକିବାକୁ ଅନୁଗୋଳ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ପ୍ରବେଶ ପଥରେ ପୋଲିସ କର୍ମଚାରୀମାନେ ସମସ୍ତ ଗାଡ଼ିମୋଟର ଯାଞ୍ଚ କରୁଛନ୍ତି ।ରାସ୍ତାରେ ନାକାବନ୍ଦୀ କରାଯାଇ ସଂଶୋଧିତ ଟ୍ରାଫିକ…

ହିଙ୍ଗୁଳା ମନ୍ଦିରରୁ ଚୋରି: ତାଲା ଭାଙ୍ଗି ହୁଣ୍ଡିବାକ୍ସରୁ ଟଙ୍କା ନେଇଗଲେ ଦୁର୍ବୃତ୍ତ

ବଅଁରପାଳ,୧୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦଠାରେ ଥିବା ହିଙ୍ଗୁଳା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ହୁଣ୍ଡି ବାକ୍ସରୁ ଚୋରି କରିଥିବା ନେଇ ସକାଳେ ପୂଜାରୀ ଦେଖି ଗ୍ରାମବାସୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?