ଆକ୍ରାନ୍ତଙ୍କ ତଥ୍ୟ ଲିକ୍, ହେବ ତଦନ୍ତ
ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର ୧୩ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଲିକ୍ ହୋଇଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିକଟରୁ ଜିଲା ପ୍ରଶାସନ ପାଖକୁ ଆସିଥିବା ସଂକ୍ରମିତଙ୍କ ନାଁ, ଠିକଣା ଆଦିର ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହାକୁ…
ବଦଳାଇଲେ ରେଡ୍ଜୋନ୍ ନିଷ୍ପତ୍ତି
ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସକାଳେ ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା। ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିବା ପରେ ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ତୁରନ୍ତ ଜିଲାକୁ ରେଡ୍ଜୋନ୍ ଘୋଷଣା…
ପନ୍ଦର ସହ ପଡ଼ିଲା କୋଭିଡ୍ ପାଦ
ଅନୁଗୋଳ ଅଫିସ, ୧୧।୫: ଗ୍ରୀନ୍ ଜୋନ୍ରେ ଥିବା ଅନୁଗୋଳକୁ ଛୁଇଁଛି ମହାମାରୀ କରୋନା ଭୂତାଣୁ। ଏକାବେଳେ ୧୫ ପଜିଟିଭ୍ଙ୍କୁ ନେଇ ଜିଲାରେ ପାଦ ଥାପିଛି କୋଭିଡ-୧୯। ରବିବାର ସକାଳେ ୧୩ ସଂକ୍ରମିତଙ୍କ ରିପୋର୍ଟ ଆସିବା ପରେ ତତ୍ପରତା ପ୍ରକାଶ କରିଛି ଜିଲା…
ଅସ୍ଥାୟୀ ମେଡିକାଲ ବାହାରେ ୧୪୪ ଧାରା
ଅନୁଗୋଳ ଅଫିସ, ୧୧।୫: କରୋନା ସଂକ୍ରମଣ ତାଲିକାକୁ ଆସିଯିବା ପରେ ଅନୁଗୋଳ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ରବିବାର ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ଚେକିଂ ଚାଲିଛି। ସହରକୁ ଆସୁଥିବା ଲୋକମାନେ…
ବଇଣ୍ଡା ୭୨ ଘଣ୍ଟା ଶଟ୍ଡାଉନ; ଜିଲାପାଳ କ୍ଷମତା ବ୍ୟବହାର କଲେ ସରପଞ୍ଚ
ବଇଣ୍ଡା, ୧୧ା୫ (ଡି.ଏନ.ଏ.): ଅନୁଗୋଳ ଜିଲାରେ ରବିବାର ୧୩ କରୋନା ସଂକ୍ରମିତ ଚିହ୍ନଟ ପରେ ସଂକ୍ରମଣ ରୋକିବାକୁ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ବ୍ୟବହାର କରି ବଇଣ୍ଡା ସହ ପଞ୍ଚାୟତକୁ ୭୨ ଘଣ୍ଟା ଶଟ୍ଡାଉନ ଘୋଷଣା କରିଛନ୍ତି। ଉକ୍ତ…
ସଂକ୍ରମିତ ଅନୁଗୋଳ ଯୁବକ ଜୀବନବୀମା ଏଜେଣ୍ଟ
ଅନୁଗୋଳ ଅଫିସ, ୧୧।୫: ସକାଳେ ରିପୋର୍ଟ ଆସିଥିବା ୧୩ ପଜିଟିଭଙ୍କ ମଧ୍ୟରୁ ଜଣେ ଅନୁଗୋଳ ସହରର ଯୁବକ ବୋଲି ଜଣାପଡ଼ିବା ପରେ ପ୍ରଶାସନ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ତାଙ୍କ ଘର ସମ୍ମୁଖରେ ପହଞ୍ଚତ୍ଥିଲେ। ଯୁବକ ଜଣଙ୍କ କିପରି ସଂକ୍ରମିତ…
ଓଲଟିଲା ଗ୍ୟାସ ଟ୍ୟାଙ୍କର
ଛେଣ୍ଡିପଦା,୧୦।୫(ସ୍ବ.ପ୍ର)- ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମଠାରେ ରବିବାର ଅପରାହ୍ନରେ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାକଡ଼କୁ ଓଲଟିପଡିଥିଲା। ଏଥିରେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୫ଟାରେ ଟ୍ୟାଙ୍କରଟି ସମ୍ବଲପୁରରୁ କଟକ ଅଭିମୁଖେ…
ଜିଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନୁନୁକାପଶି ସରପଞ୍ଚ; ବଇଣ୍ଡା ଅଞ୍ଚଳକୁ ୭୨ଘଣ୍ଟା ସଟ୍ଡାଉନ ଘୋଷଣା
ବଇଣ୍ଡା,୧୦।୫(ଡି.ଏନ.ଏ.)-ଅନୁଗୋଳ ଜିଲାରେ ରବିବାର ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କିଶୋରନଗର ବ୍ଲକ ନୁନୁକାପଶି ସରପଞ୍ଚ ଜଳଧର ସାହୁ ଜିଲାପାଳଙ୍କ କ୍ଷମତା ପ୍ରୟୋଗ କରିଛନ୍ତି। ବଇଣ୍ଡା ସହ ପୁରା ପଞ୍ଚାୟତ ଅଞ୍ଚଳକୁ ସେ ୭୨ ଘଣ୍ଟା ପାଇଁ ସଟଡାଉନ…
ରେଡ୍ ଜୋନ୍ ଘୋଷଣା କ୍ଷମତା ବାହାରେ, ସରକାରଙ୍କ ନିର୍ଦ୍ଦେଶ ଯାଏ ପୂର୍ବବତ୍ ରହିବ ଅନୁଗୋଳ: ଜିଲାପାଳ
ଅନୁଗୋଳ ଅଫିସ,୧୦।୫: ଅନୁଗୋଳ ଜିଲାରେ ରବିବାର ସକାଳୁ ୧୩ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ…
ଅନୁଗୋଳ ଛୁଇଁଲା କରୋନା, ୧୩ ଆକ୍ରାନ୍ତ ଚିହ୍ନଟ
ଅନୁଗୋଳ ଅଫିସ,୧୦।୫: ରାଜ୍ୟରେ ରବିବାର ସକାଳେ ୫୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଅନୁଗୋଳର ୧୩ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ୨୦ତମ ଜିଲାଭାବେ ଅନୁଗୋଳ ପ୍ରଥମ ଥର ପାଇଁ କରୋନାରେ ପାଦ ଥାପିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ…
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍ ଫର୍ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହ ନିଜିଗଡ଼ ସରପଞ୍ଚ ନିରୂପମା ବୋସ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ସଫେଇ କର୍ମଚାରୀମାନଙ୍କୁ…
ପୋଲିସ କରୁଛି ପାତରଅନ୍ତର
ଅନୁଗୋଳ ଅଫିସ, ୧୦।୫ – ଗ୍ରୀନ୍ ଜୋନ୍ରେ ଥିବା ଅନୁଗୋଳ ଜିଲାରେ କଟକଣାକୁ କୋହଳ କରାଯାଇଛି। ଦୋକାନ ବଜାର ଖୋଲିଥିବାରୁ ଗ୍ରାମାଞ୍ଚଳରୁ ଲୋକେ ବଜାରକୁ ଆସି ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି। ଏଥିପାଇଁ ଭିଡ଼ ବଢ଼ୁଥିବା ବେଳେ ଅନୁଗୋଳ ପୋଲିସ ନିୟମ…

