ରେଡ୍‌ ଜୋନ୍‌ ଘୋଷଣା କ୍ଷମତା ବାହାରେ, ସରକାରଙ୍କ ନିର୍ଦ୍ଦେଶ ଯାଏ ପୂର୍ବବତ୍‌ ରହିବ ଅନୁଗୋଳ: ଜିଲାପାଳ

ଅନୁଗୋଳ ଅଫିସ,୧୦।୫: ଅନୁଗୋଳ ଜିଲାରେ ରବିବାର ସକାଳୁ ୧୩ ଜଣ କରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରଟ ଫେରନ୍ତା, ଜଣେ ମହାରାଷ୍ଟ୍ର ଫେରନ୍ତା ଥିବା ବେଳେ ଅନ୍ୟ ଜଣେ ଅନୁଗୋଳ ସଦରରୁ ବୋଲି ଜଣାପଡିଛି । ୧୨ ଜଣ କ୍ୱାରାଣ୍ଟାଇନରେ ଥିବା ବେଳେ ଜଣେ ସଦରରୁ ହେଇଥିବାରୁ ତାଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇ ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଏହି ୧୩ ଜଣ ରୋଗୀ ଚିହ୍ନଟ ପରେ ଅନୁଗୋଳକୁ ରେଡ୍‌ ଜୋନ ଭାବେ ପରିଗଣିତ କରାଯିବ ବୋଲି କୁହାଯାଇଥିଲା। ତେବେ ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ଜିଲାକୁ ରେଡ୍‌ଜୋନ୍‌ ଭାବେ ଘୋଷଣା କରାଯାଇ ନାହିଁ ବୋଲି ଜିଲାପାଳ ମନୋଜ ମହାନ୍ତି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ରେଡ୍‌ ଜୋନ୍‌ ଘୋଷଣା ତାଙ୍କ କ୍ଷମତା ବାହାରେ । ରାଜ୍ୟ ସରକାର କେବଳ ଏହି ଜୋନ୍‌ ଘୋଷଣା କରି ପାରିବେ । ଏଣୁ ସରକାରଙ୍କ ନିର୍ଦ୍ଦେଶ ନ ଆସିବା ଯାଏ ଅନୁଗୋଳ ପୂର୍ବ ଭଳି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ନିୟମରେ ପରିବର୍ତ୍ତନ… 

ଭୁବନେଶ୍ୱର,୧୯।୩: ଆଗମୀ ଦିନରେ ରାଜ୍ୟରେ  ଗ୍ରୀଷ୍ମ ପ୍ରବାହ ବଢ଼ିବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏବେଠୁ ପ୍ରସ୍ତୁତ ହୁଅ ।...

ଅମାନିଆଙ୍କ ପାଇଁ ଟ୍ରାଫିକ ପୋଲିସର କଡ଼ା ନିୟମ: ରେଡ୍‌ ସିଗ୍‌ନାଲ ଭାଙ୍ଗିଲେ…

ଭୁବନେଶ୍ୱର,୧୯।୩: ରାଜଧାନୀରେ ଟ୍ରାଫିକ ସିଗନାଲ ଭାଙ୍ଗିଲେ ତଣ୍ଡ ଗଣିବେ ଗାଡି ଚାଳକ। ଏଥିସହିତ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବାର ବି ଭୟ ରହିଛି। ଟ୍ରାଫିକ ସିଗନାଲ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର...

ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ।...

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ...

ନିଯୁକ୍ତି, କ୍ଷତିପୂରଣ ଅପେକ୍ଷାରେ ଜମିହରା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ଯାଜପୁର ଜିଲା କଳିଙ୍ଗନଗରରେ ନବେ ଦଶକରୁ ବିପୁଳ ପରିମାଣରେ ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି...

୮ କୋଟି ଟଙ୍କାର ରାସ୍ତା ୮ ଦିନରେ ଫାଟିଲା

ଯାଜପୁର,୧୯ା୩(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ଆର୍‌ ଏଣ୍ଡ ବି ଡିଭିଜନ ତଥା ପୂର୍ତ୍ତ ବିଭାଗ ଅଧୀନରେ ୮ କୋଟି ଟଙ୍କାର ରାମବାଗ-ଛତ୍ରପଡା ରାସ୍ତା କାର୍ଯ୍ୟ ୮...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri