ଲାଭ କମାଇନି ଲକ୍‌ଡାଉନ

(ଅଜିତ କୁମାର ଧଳ) ଛେଣ୍ଡିପଦା, ୧୦ା୫ – ସରକାର କଟକଣା ଲଗାଇଥିବାରୁ ପୂର୍ବପରି ରାସ୍ତାରେ ଚାଲୁନି ଗାଡ଼ି। ହେଲେ ଯେଉଁ ଅଳ୍ପ କେତେଜଣ ଯାତାୟାତ କରୁଛନ୍ତି ସେମାନେ ଆମଠାରୁ ବାଡ଼ି ପରିବା କିଣି ନେଉଛନ୍ତି। ରାଜପଥ ପାର୍ଶ୍ୱରେ ଫସଲ ହୋଇଥିବା ଦେଖି ଖୁସି ହେବା ସହ ବେଶି ମୂଲାମୂଲି ବି କରୁନାହାନ୍ତି। ଅବଶ୍ୟ ଆଗ ଅପେକ୍ଷା ଟିକେ ଅଧିକ ସମୟ ରାସ୍ତା ପାର୍ଶ୍ୱରେ ବସିବାକୁ ପଡ଼ୁଛି। କିନ୍ତୁ ଲକ୍‌ଡାଉନ୍‌ ଆମ ଲାଭ କମାଇପାରିନି ବୋଲି କହିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କଶିଡିହ ଗ୍ରାମର ଦମ୍ପତି ଅଇଁଠୁ ପ୍ରଧାନ ଓ ସାବିତ୍ରୀ ପ୍ରଧାନ।
ଚାଷ କରି ଚଳୁଥିବା ଏହି ଦମ୍ପତି କହିଛନ୍ତି, ବୟସ ବଢ଼ି ଯାଇଥିଲେ ବି ଆମେ କାହା ଉପରେ ନିର୍ଭରଶୀଳ ନୁହଁ। ଯାହା ଜମିବାଡ଼ି ଅଛି ସେଥିରେ ବର୍ଷ ବର୍ଷ ଧରି ଖଟି ନିଜ ପେଟ ନିଜେ ପୋଷୁଛୁ। ବିଶେଷକରି ମକା, କଦଳୀ, ପୋଟଳ, କଲରା, ଲଙ୍କା, ଅମୃତଭଣ୍ଡା, ବାଇଗଣ ଆଦି ପରିବା ଚାଷ କରୁଛୁ। ସରକାରୀ ସହାୟତାକୁ ଅପେକ୍ଷା ନ କରି ନିଜ ଉଦ୍ୟମରେ ଯେତିକି ପାରୁଛି ସେତିକି ଜମିରେ ଖଟୁଛୁ। ବଗିଚାକୁ ଲାଗି ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଯାଇଥିବାରୁ ଏହା ଆମ ଆୟର ପନ୍ଥାକୁ ଅଧିକ ସହଜ କରିଦେଇଛି। ବର୍ଷ ତମାମ ପରିବା ଧରି କେଉଁ ବଜାର କି ହାଟକୁ ଯିବାକୁ ପଡ଼ୁନି। ରାସ୍ତା କଡ଼େ କିଛି ସମୟ ବସିଗଲେ ସବୁତକ ବିକ୍ରି ହୋଇଯାଉଛି। ତଟକା ପରିବା ନେବାକୁ ସମସ୍ତଙ୍କର ଆଗ୍ରହ ଥିବାରୁ ବେପାର ଭଲ ହେଉଛି। ଏବେ ରାସ୍ତାରେ ଗାଡ଼ି ଚଳାଚଳ କମ୍‌ ଥିବାରୁ ୩/୪ ଘଣ୍ଟା ଧରି ବସିବାକୁ ପଡୁଛି। ସରକାରଙ୍କ ନିୟମ ମାନି ପରିବା ବିକ୍ରିବେଳେ ମାସ୍କ ପିନ୍ଧୁଛୁ। ଗ୍ରାହକଙ୍କୁ ଦୂରେଇ ରହିବାକୁ ମଧ୍ୟ କହୁଛୁ। ଏତେ କଡ଼ା କଟକଣା ବେଳେ ବି ଆମ ପରିଶ୍ରମର ମୂଲ ମିଳିଯାଉଥିବାରୁ ଅଧିକ ଖୁସି ଲାଗୁଛି ବୋଲି ଅଇଁଠୁ ଓ ସାବିତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri