ଓଲଟିଲା ଗ୍ୟାସ ଟ୍ୟାଙ୍କର

ଛେଣ୍ଡିପଦା,୧୦।୫(ସ୍ବ.ପ୍ର)- ଅନୁଗୋଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା ତୁବେ ଗ୍ରାମଠାରେ ରବିବାର ଅପରାହ୍ନରେ ଏକ ଗ୍ୟାସ ଟ୍ୟାଙ୍କର ରାସ୍ତାକଡ଼କୁ ଓଲଟିପଡିଥିଲା। ଏଥିରେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୫ଟାରେ ଟ୍ୟାଙ୍କରଟି ସମ୍ବଲପୁରରୁ କଟକ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତମାନଙ୍କୁ ସ୍ଥାନୀୟ ଲୋକେ ଅନୁଗୋଳ ଜିଲା ଚିକିତ୍ସାଳୟକୁ ପଠାଇଥିଲେ। ଥାନା ସେକେଣ୍ଡ ଅଫିସର ଆଶିଷ କୁମାର ସ୍ବାଇଁ କହିଛନ୍ତି, ଘଟଣାସ୍ଥଳରେ ଟେକ୍ନିସିଆନ ଟିମ୍‌ ପହଞ୍ଚିଛନ୍ତି। ଟ୍ୟାଙ୍କରଟିକୁ ଅନ୍ୟ ଗାଡ଼ି ସହାୟତାରେ ସେଠାରୁ ସ୍ଥାନାନ୍ତର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri