ସୁସ୍ଥ ହେଲେ ଅନୁଗୋଳର ୧୫ ଆକ୍ରାନ୍ତ
ଅନୁଗୋଳ ଅଫିସ, ୨୩।୫ – ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାବେଳେ ଅନୁଗୋଳ ଜିଲାରେ ଚିକିତ୍ସିତ ହେଉଥିବା ମୋଟ୍ ୧୯ ପଜିଟିଭ୍ଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ଗତ ୧୦ ତାରିଖରେ ୧୩ ଜଣ…
ଘରକୁ ଯାଇ ନ ପାରି ଓପାସରେ ୧୭ ଶ୍ରମିକ
ବଇଣ୍ଡା, ୨୨ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଚେକଡ୍ୟାମ କେନାଲ ନିର୍ମାଣରେ ନିୟୋଜିତ ୧୭ ଜଣ ଶ୍ରମିକ ଘରକୁ ଯାଇ ନ ପାରି ସେଠାରେ ଅଟକି ରହିଛନ୍ତି। ଏଥିସହ ୨ ଦିନ ହେଲା ସେମାନେ ଓପାସରେ…
ଅନୁଗୋଳରେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ
ଅନୁଗୋଳ ଅଫିସ,୨୨।୫-ଅନୁଗୋଳ ଜିଲାରେ ଗତକାଲି ସୁଦ୍ଧା ୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଶୁକ୍ରବାର ୧୫ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା…
ଶ୍ରମ ଆଇନ ବିରୋଧରେ ନାଲ୍କୋରେ ବିକ୍ଷୋଭ
ବଅଁରପାଳ,୨୨ା୫(ଡି.ଏନ୍.ଏ.): ଶ୍ରମ ଆଇନ୍ ବିରୋଧରେ ଶୁକ୍ରବାର ନାଲ୍କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟ ସମ୍ମୁଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକମାନଙ୍କ ଜୀବନ ଜୀବିକା ପ୍ରତି ଘୃଣ୍ୟ ଆକ୍ରମଣ ବନ୍ଦ, କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ…
ସରକାର ଦେଉଛନ୍ତି, ପ୍ରଶାସନ ଦେଉନି
ଅନୁଗୋଳ ଅଫିସ, ୨୨।୫ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବହୁ ପୂର୍ବରୁ ପ୍ରସ୍ତୁତି କରାଯାଇଥିଲା। ଘନ ଘନ ବୈଠକ ସହ କି କି ପଦକ୍ଷେପ ନିଆଯିବ ସେ ନେଇ ଯୋଜନା ପରେ ଯୋଜନା ହୋଇଥିଲା। ତାଳଚେରଠାରେ କୋଭିଡ୍-୧୯…
ଅନୁଗୋଳରେ ଅଟକିଲେ ୩୨ ଶ୍ରମିକ
ଅନୁଗୋଳ ଅଫିସ, ୨୨।୫ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ୩୨ ଶ୍ରମିକ ଗୁରୁବାର ଅନୁଗୋଳ ଜିଲାରେ ଅଟକି ଯାଇଛନ୍ତି। ବରଗଡ଼ରୁ ଏକ ଟ୍ରକ୍ରେ ଅନୁଗୋଳ ଆସିବା ପରେ ସେମାନଙ୍କୁ ପ୍ରଶାସନ ପକ୍ଷରୁ କ୍ୱାରାଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଘର…
ସାବିତ୍ରୀ ବ୍ରତ ପାଇଁ ମାନିଲେନି କଟକଣା: ଜିନିଷ କିଣିବାକୁ ଠେଲାପେଲା
ଅନୁଗୋଳ ଅଫିସ, ୨୧।୫- ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଗୁରୁବାର ଲୋକମୟ ହୋଇଉଠିଥିଲା ଅନୁଗୋଳ ବଜାର। କରୋନା ପାଇଁ ଜାରି ସବୁ କଟକଣାକୁ ଭୁଲି ଲୋକେ ବଜାରରେ ପ୍ରବଳ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦୋକାନରେ ଲୋକେ ଜିନିଷ…
ଅନୁଗୋଳରେ ଆଉ ୨ କରୋନା ପଜିଟିଭ
ଅନୁଗୋଳ ଅଫିସ, ୨୧।୫- ଅନୁଗୋଳରେ ଗୁରୁବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣଙ୍କୁ ମିଶାଇ ଅନୁଗୋଳରେ କରୋନା ପଜିଟିଭ ସଂଖ୍ୟା ୧୯ରେ ପହଞ୍ଚତ୍ଛି। ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୧୯ ବର୍ଷୀୟ ଯୁବକ ଆନ୍ଧ୍ରପ୍ରଦେଶରୁ ଏବଂ…
୫୦ ପ୍ରବାସୀଙ୍କ ସ୍ବାବ ସଂଗ୍ରହ
ବଇଣ୍ଡା, ୨୧ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କିଶୋରନଗର ବ୍ଲକ ନୁନୁକାପଶି ରାମଦେଓ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରୁ ଗୁରୁବାର ୨୫ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ସ୍ବାବ ସଂଗ୍ରହ କରାଯାଇଛି। ସେହିପରି ଗାଁ ବଇଣ୍ଡା ସଙ୍ଗରୋଧ କେନ୍ଦ୍ରରୁ ୧୭,…
ସାମାଜିକ ଦୂରତାକୁ ବେଖାତିର: ୪ ଦୋକାନ ବନ୍ଦ କଲା ପୋଲିସ
ବଇଣ୍ଡା, ୨୧ା୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା ନ କରି ଜିନିଷ ବିକୁଥିବା ବେଳେ କିଶୋରନଗର ତହସିଲ କାର୍ଯ୍ୟାଳୟ ପକ୍ଷରୁ ୪ଟି ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି। ମଙ୍ଗଳବାର ବଇଣ୍ଡା ହାଇସ୍କୁଲ ରୋଡରେ ଥିବା…
ମିନିଟ୍ରକ ସହ ୪ ଟନ୍ କୋଇଲା ଜବତ: ଡ୍ରାଇଭର ଫେରାର
ବଅଁରପାଳ,୨୧ା୫,(ଡି.ଏନ.ଏ.)-ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ଚଢାଉ କରି ଏକ ମିନିଟ୍ରକରୁ ପ୍ରାୟ ୪ ଟନ୍ର ଚୋରା କୋଇଲା ଜବତ କରିଛି। ବୁଧବାର ରାତିରେ ଏହି ମିନିଟ୍ରକଟି ଚୋରା କୋଇଲା ବୋଝେଇ କରି ଅନୁଗୋଳରୁ ହିନ୍ଦୋଳ ଅଭିମୁଖେ ଆସୁଥିବାବେଳେ ପୋଲିସ ହାତରେ…
ଶ୍ରମିକମାନଙ୍କୁ କରୋନା ସଚେତନତା
ବଅଁରପାଳ,୨୧।୫(ଡି.ଏନ୍.ଏ): ହିନ୍ଦ୍ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍ ଏକ୍ସ୍ୟୁଟିଭ୍(ଏନ୍ଏନ୍ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା କରାଯାଇଛି। ୟୁନିୟନର ସଭାପତି ରଜନୀ କାନ୍ତ ସିଂଙ୍କର ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

