ଘରକୁ ଯାଇ ନ ପାରି ଓପାସରେ ୧୭ ଶ୍ରମିକ

ବଇଣ୍ଡା, ୨୨ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ପଞ୍ଚାୟତ ମନ୍ଦରବାହାଳ ଗ୍ରାମରେ ଚେକଡ୍ୟାମ କେନାଲ ନିର୍ମାଣରେ ନିୟୋଜିତ ୧୭ ଜଣ ଶ୍ରମିକ ଘରକୁ ଯାଇ ନ ପାରି ସେଠାରେ ଅଟକି ରହିଛନ୍ତି। ଏଥିସହ ୨ ଦିନ ହେଲା ସେମାନେ ଓପାସରେ ଥିବା ଅଭିଯୋଗ କରି ଶୁକ୍ରବାର ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇଛନ୍ତି।
ଅଭିଯୋଗ ମୁତାବକ, ଭୁବନେଶ୍ୱରର ଏକ ଠିକାସଂସ୍ଥା କେନ୍ଦୁଝରରୁ ୧୭ ଜଣ ମହିଳା ପୁରୁଷ ଶ୍ରମିକଙ୍କୁ ଆଣି କେନାଲ ନିର୍ମାଣ କାମରେ ନିୟୋଜିତ କରିଥିଲା। ମଙ୍ଗଳବାରଠାରୁ ସମ୍ପୃକ୍ତ ଠିକାଦାର କାମ ବନ୍ଦ କରାଇ ଦେଇଛନ୍ତି। ସେମାନଙ୍କ ମଜୁରି ୫୨ ହଜାର ହେଉଥିବାବେଳେ ସପ୍ତାହେ ତଳେ ଠିକାଦାର ମାତ୍ର ୮ ହଜାର ଟଙ୍କା ଦେଇଛନ୍ତି। ବକେୟା ମଜୁରି ପ୍ରଦାନ ନ କରିବା ସହ ରହିବା ଖାଇବାର ବ୍ୟବସ୍ଥା ନ କରି ସମ୍ପୃକ୍ତ ଠିକାଦାର ପଳାଇଛନ୍ତି। ପାଖରେ ଟଙ୍କା କିମ୍ବା ଖାଦ୍ୟ ପଦାର୍ଥ ନ ଥିବାରୁ ସେମାନେ ଉପାସ ଥିବା ଅଭିଯୋଗ କରିଛନ୍ତି। ଏ ଦିଗରେ ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି।
ସରପଞ୍ଚ ସୁମନ୍ତ ବେହେରା କୁହନ୍ତି, ଶ୍ରମିକମାନଙ୍କୁ ଆଣିଥିବା ଠିକାଦାର ମଜୁରି ନ ଦେଇ କେଉଁଆଡେ ପଳାଇଛନ୍ତି। ସେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ପଞ୍ଚାୟତ ପକ୍ଷରୁ ଠାକୁରଗଡ ଥାନା ଓ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ରାତିରେ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯିବ। ଏ ସମ୍ପର୍କରେ ଆଠମଲ୍ଲିକ ବିଡିଓ ସଞ୍ଜୟ ଆଚାର୍ଯ୍ୟ କୁହନ୍ତି, ଶ୍ରମିକମାନେ ଘରକୁ ଯିବାର ବ୍ୟବସ୍ଥା ସମ୍ପୃକ୍ତ ଠିକାଦାର କରିବେ। ଯଦି ସେ ଏଥିରେ ଅବହେଳା କରନ୍ତି, ଶ୍ରମିକମାନେ ଥାନାରେ ଅଭିଯୋଗ କଲେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri