ପଜିଟିଭ୍‌ ସଂଖ୍ୟା ୨୫ ଛୁଇଁଲା  

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ଜିଲାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ସଂଖ୍ୟା ୨୫ରେ ପହଞ୍ଚିଛି। ଇତିମଧ୍ୟରେ ୧୫ଜଣ ସୁସ୍ଥ ହୋଇସାରିଥିବାରୁ ଏବେ ବାକି ୧୦ ଜଣଙ୍କୁ ଚିକିତ୍ସା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଜିଲାରେ ନୂତନ ଭାବେ ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳ ବ୍ଲକ ସଙ୍ଗରୋଧ କେନ୍ଦ୍ରର ୨ ଜଣ ହୋଇଥିବାବେଳେ ବଅଁରପାଳ ବ୍ଲକ ସଙ୍ଗରୋଧକେନ୍ଦ୍ରରୁ ୨ ଜଣ ଓ ଅନ୍ୟ ଜଣେ ମହାରାଷ୍ଟ୍ରର ଗାଡ଼ି ଚାଳକ ବୋଲି ଜଣାପଡ଼ିଛି। ଅନୁଗୋଳ ବ୍ଲକ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ସମ୍ପୃକ୍ତ ୨ଜଣଙ୍କ ବୟସ ୩୦ ଓ ୩୬। ସେମାନେ ଗତ ୧୫ ତାରିଖରୁ ସୁରଟରୁ ଆସି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେହିପରି ବଅଁରପାଳ ବ୍ଲକ କ୍ୱାରାଣ୍ଟାଇନ ସେଣ୍ଟରର ସଂକ୍ରମିତ ଯୁବକଙ୍କ ବୟସ ୩୦ ଓ ୩୩। ସେମାନେ ମହାରାଷ୍ଟ୍ରରୁ ଆସି ଗତ ୧୩ ତାରିଖରୁ ସଙ୍ଗରୋଧରେ ରହୁଥିଲେ। ସରକାରୀ କ୍ୱାରାଣ୍ଟାଇନ ସେଣ୍ଟରରେ ଥିବା ସମ୍ପୃକ୍ତ ୪ଜଣଙ୍କ ମଧ୍ୟରୁ ଜଣେ କଣିହଁା ଅଞ୍ଚଳର ବୋଲି କୁହାଯାଉଛି। ଅନ୍ୟତମ ସଂକ୍ରମିତ ମହାରାଷ୍ଟ୍ରର ବସ୍‌ ଚାଳକଙ୍କ ବୟସ ୨୬ ହୋଇଥିବା ବେଳେ ସେ ଦୁର୍ଘଟଣାରେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡରେ ଚିକିତ୍ସିତ ହେଉଥିଲେ। ୧୯ ତାରିଖରୁ ସେ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ କେହି ଆସିଛନ୍ତି କି ନାହିଁ ତାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ତେବେ ସିଡିଏମ୍‌ଓ ପ୍ରତାପ ବେହେରା କହିଛନ୍ତି, ଦୁର୍ଘଟଣା ପରେ ଚାଳକଙ୍କୁ କାଜୁଆଲିଟି ଭତରକୁ ନିଆଯାଇ ନାହିଁ। ତାଙ୍କୁ କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଯଦି ଏକ୍ସ-ରେ ପାଇଁ ଯାଇଥିବେ ତାହାକୁ ସାନିଟାଇଜ କରାଯିବ। କରୋନା ୱାର୍ଡ ସାନିଟାଇଜ କରାଯାଇସାରିଥିବା ସିଡିଏମ୍‌ଓ ବେହେରା ସୂଚନା ଦେଇଛନ୍ତି। ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ପଜିଟିଭ୍‌ ଚିହ୍ନଟ ପରେ ସମସ୍ତ ୫ଜଣଙ୍କୁ ତାଳଚେରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ବି ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ। ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ସହ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ଜିଲାପାଳ ମହାନ୍ତି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ ହେଉନି

ବଇଣ୍ଡା,୧୩।୪(ପରିକ୍ଷିତ ସାହୁ): କେତେକ ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷାବିଭାଗ ପକ୍ଷରୁ ଅଷ୍ଟମ ଶ୍ରେଣୀ ଖୋଲାଯାଇଛି। ହେଲେ ଉକ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ...

ଆଚରଣବିଧି ପରେ ନୂତନ ରାସ୍ତା ନିର୍ମାଣ, ଅସନ୍ତୋଷ

ବଇଣ୍ଡା,୧୨ା୪(ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ସାନହୁଲାଠାରୁ ଭାୟା ମିଣ୍ଡୋଳ ଦେଇ ପାଇକସାହି ପର୍ଯ୍ୟନ୍ତ ଯାଇଥିବା ସାଢେ ୧୧ କି.ମି ପୂର୍ତ୍ତବିଭାଗ...

ପୁଣି ଝୁଲିଲା ରଜନୀକାନ୍ତଙ୍କ ଭାଗ୍ୟ

ଅନୁଗୋଳ,୧୨।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳ କାହାକୁ ପ୍ରାର୍ଥୀ କରିବ ତାହା ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ମଧ୍ୟ ସ୍ପଷ୍ଟ ହୋଇନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri