Posted inଫୁରସତ

ବର୍ଷାରେ କାକ୍‌ଟସ୍‌ର ଯତ୍ନ

ପ୍ରତ୍ୟେକ ଗଛ ପାଇଁ ବର୍ଷାଜଳ ଖୁବ୍‌ ଉପକାରୀ। ହେଲେ କାକ୍‌ଟସ୍‌ ଏମିତି ଏକ ଗଛ ଯାହା ଖୁବ୍‌ କମ୍‌ ଜଳ ଆବଶ୍ୟକ କରେ। ତେଣୁ ବର୍ଷାଋତୁରେ କାକ୍‌ଟସ୍‌ର କେମିତି ଯତ୍ନ ନେବେ ଜାଣନ୍ତୁ ସେ ସମ୍ପର୍କରେ…

ଯେକୌଣସି ଗଛ ପାଇଁ ବର୍ଷା ପାଣି ଅମୃତ ସଦୃଶ। ଏହା ଗଛକୁ ଦେଇଥାଏ ପୋଷକ ତତ୍ତ୍ୱ। ତେଣୁ ପ୍ରତ୍ୟେକ ଗଛର ଅପେକ୍ଷା ଥାଏ ବର୍ଷାକୁ। ସେଥିପାଇଁ ଇନ୍‌ଡୋର୍‌ ପ୍ଲାଣ୍ଟକୁ ବି ନେଇ କିଛି ସମୟ ବର୍ଷାରେ ରଖା ଯାଇଥାଏ। ହେଲେ ସବୁ ଗଛ ପାଇଁ ବର୍ଷାଜଳ ଉପକାରୀ ହୋଇ ନ ଥାଏ। ବେଳେବେଳେ ଅତ୍ୟଧିକ ବର୍ଷା କେତେକ ଗଛ ପାଇଁ ଆଣିଥାଏ ସମସ୍ୟା, ଯେମିତିକି ସକୁଲାଣ୍ଟ ଓ କାକ୍‌ଟସ୍‌। ବିଶେଷକରି କାକ୍‌ଟସ୍‌ ଏମିତି ଏକ ଗଛ ଯିଏକି ଖୁବ୍‌ କମ୍‌ ପାଣି ଆବଶ୍ୟକ କରିଥାଏ। ଏହି ଗଛରେ ମାସେ କି ପନ୍ଦର ଦିନକୁ ଥରେ ପାଣି ଦେଲେ ବି କିଛି ଅସୁବିଧା ନ ଥାଏ। ଓଲଟା ଅତ୍ୟଧିକ ପାଣି ଦେଲେ ଏହି ଗଛ ନଷ୍ଟ ହୋଇଯାଏ। ତେଣୁ ବର୍ଷାଦିନେ କାକ୍‌ଟସ୍‌କୁ ସୁରକ୍ଷିତ ରଖିବାକୁ ହେଲେ କେତୋଟି ଦିଗ ପ୍ରତି ଧ୍ୟାନ ରଖିବା ଜରୁରୀ…

* ପ୍ରଥମେ ଧ୍ୟାନ ଦେବେ କାକ୍‌ଟସ୍‌ର କୁଣ୍ଡରୁ ପାଣି ଯେମିତି ଭଲ ଭାବରେ ବାହାରି ଯାଉଥିବ। ବେଳେବେଳେ ଏମିତି ହୁଏ ଅତ୍ୟଧିକ ବର୍ଷାରେ କାକ୍‌ଟସ୍‌ କୁଣ୍ଡର କଣା ବନ୍ଦ ହୋଇଯାଇଥାଏ। ତେଣୁ କୁଣ୍ଡରେ ଯେମିତି ପାଣି ଆଦୌ ନ ଜମିବ ସେଥିପ୍ରତି ଧ୍ୟାନ ରଖିବେ।

* ଦ୍ୱିତୀୟରେ କାକ୍‌ଟସ୍‌ କୁଣ୍ଡରେ ଯେଉଁ ମାଟି ପ୍ରସ୍ତୁତ କରୁଛନ୍ତି, ସେଥିରେ ବାଲି ଭାଗ ଟିକେ ଅଧିକ ଦେବେ। ଆଉ ମାଟି ଖୁବ୍‌ ହାଲୁକା ହେବା ଦରକାର ଯେମିତି ସହଜରେ ପାଣି ଛାଡିଯିବ।

* ବର୍ଷାଦିନେ କାକ୍‌ଟସ୍‌ କୁଣ୍ଡ ଉପରେ ବର୍ଷା ପାଣି ନ ପଡ଼ିବା ପାଇଁ ଉପରେ ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ସିଟ୍‌ର ଶେଡ୍‌ ଦ୍ୱାରା କଭର୍‌ କରିଦେବେ।

* ବର୍ଷାଦିନେ କାକ୍‌ଟସ୍‌ର ଗ୍ରାଫ୍ଟିଂ(କାଟିବା) ଓ ରିପୋଟିଂ(କୁଣ୍ଡ ବଦଳାଇବା) କରନ୍ତୁ ନାହିଁ।

* ବର୍ଷାଦିନେ କାକ୍‌ଟସ୍‌ ଗଛରେ ବେଶି ଫର୍ଟିଲାଇଜର୍‌ ବ୍ୟବହାର କରିବା ବି ଠିକ୍‌ ନୁହେଁ।

* ବର୍ଷାଦିନେ କାକ୍‌ଟସ୍‌ରେ ଅନେକ ସମୟରେ ମିଲିବଗ୍‌ ବି ଲାଗିଥାଏ। ସେଥିରୁ ରକ୍ଷା ପାଇବା ଲାଗି ବୋରେକ୍ସ ପାଉଡରକୁ ପାଣିରେ ମିଶାଇ ସ୍ପ୍ରେ କରନ୍ତୁ। ଏହାଛଡା କୁଣ୍ଡ ଚାରିପଟେ ଲକ୍ଷ୍ମଣ ରେଖା ବି ଟାଣିପାରିବେ। ଯଦ୍ୱାରା ପିମ୍ପୁଡି ଓ ମିଲିବଗ୍‌ରୁ ଗଛକୁ ସୁରକ୍ଷା ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?