ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା ଜଳଯୋଗାଣ ଯୋଜନାର ଏକ ମୁକୁଳା ‘ସୁଇଚ୍ ଭାଲ୍ ଚାମ୍ବର’ ଯୋଗୁଁ ସୋମବାର ଏକ ଚାରିଚକିଆ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି ଚାଳକ । ଗୋଟିଏ ଗାଡ଼ି ଅଳ୍ପ ସମୟ ବ୍ୟବଧାନରେ ଦୁଇଟି ପୃଥକ୍ ସ୍ଥାନରେ ଥିବା ମୁକୁଳା ଗାତରେ ଗଳି ପଡ଼ିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଥୁଆମୂଳ ରାମପୁରରେ ପାନୀୟ ଜଳ ଯୋଗାଣ ପାଇଁ ଭବାନୀପାଟଣା-ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା କଡ଼ରେ ପାଇପ୍‌ଲାଇନ୍ ସହ ଚାମ୍ବର ନିର୍ମାଣ କରାଯାଇଛି । ପୂର୍ବରୁ ଏହି ସୁଇଚ୍ ଭାଲ୍ ଚାମ୍ବରଗୁଡ଼ିକ ରାସ୍ତା କଡ଼ରେ ଥିବା ବେଳେ ସମ୍ପ୍ରତି ମୁଖ୍ୟ ରାସ୍ତାର ପ୍ରସାରଣ ଓ ନବୀକରଣ କରାଯାଇଛି । ରାସ୍ତା ଓସାରିଆ ହେବା ପରେ ଏହି ବିପଦଜନକ ଚାମ୍ବରଗୁଡ଼ିକୁ ସ୍ଥାନାନ୍ତର କରାଯାଇ ନାହିଁ । ଫଳରେ ଏହା ମୁଖ୍ୟ ପିଚୁ ରାସ୍ତାର ଅତି ନିକଟକୁ ଚାଲିଆସିଛି, ଯାହା ନିତିଦିନିଆ ଦୁର୍ଘଟଣାର କାରଣ ସାଜିଛି।
ସୋମବାର ଜଣେ କାର୍ ଚାଳକ (ଗାଡ଼ି ନଂ- ଓଡି୦୨ସିଜେଡ୍ ୫୮୯୫) କଲମପୁର ଛକ ଦେଇ ଯାଉଥିବା ସମୟରେ ରାସ୍ତା ସ୍ଥିତି ବିଷୟରେ ଅବଗତ ନଥିବାରୁ ମୁକୁଳା ଚାମ୍ବର ଭିତରକୁ ଗାଡ଼ିର ଚକ ଗଳି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍‌ଟିକୁ ଉଦ୍ଧାର କରାଯାଇଥିଲା। ଏହାର କିଛି ସମୟ ପରେ ସେହି କାର୍ ଚାଳକ ଜଣକ ମାର୍କେଟ ପାର୍ଶ୍ୱରୁ ଫେରୁଥିବା ବେଳେ ପଞ୍ଚାୟତ ଛକ ସ୍ଥିତ ଆଇସିଡିଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆଉ ଏକ ମୁକୁଳା ଚାମ୍ବର ଗାତରେ ପୁଣି ଥରେ ଗଳି ପଡ଼ିଥିଲେ। ସେଠାରେ ମଧ୍ୟ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଗାଡ଼ିକୁ ଠେଲି ଅତି କଷ୍ଟରେ ବାହାର କରିଥିଲେ। ଭାଗ୍ୟବଶତଃ ଏଥିରେ କାହାରି ପ୍ରାଣହାନି ଘଟିନାହିଁ।
ଏହି ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତାରେ ନିତିଦିନ ଶତାଧିକ ଗାଡ଼ି ଓ ପଥଚାରୀ ଯାତାୟାତ କରନ୍ତି । ରାତ୍ରି ସମୟରେ ଅନ୍ଧାର ଯୋଗୁଁ ଏହି ଗାତଗୁଡ଼ିକ ଦୃଶ୍ୟମାନ ହେଉ ନଥିବାରୁ ପୂର୍ବରୁ ଅନେକ ପଥଚାରୀ ଓ ଗୋରୁଗାଈ ଏଥିରେ ପଡ଼ି ଆହତ ହୋଇଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବଂ ରାସ୍ତା ନିର୍ମାଣକାରୀ ସଂସ୍ଥା ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଦୀର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଛି। ଏ ସମ୍ପର୍କରେ ପୂର୍ବରୁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ହେଁ ପ୍ରଶାସନ ପକ୍ଷରୁ ଗାତ ଉପରେ କୌଣସି ସୁରକ୍ଷିତ ଢାଙ୍କୁଣି ବା ପ୍ଲେଟ୍ ପକାଯାଉ ନାହିଁ। ତୁରନ୍ତ ଏହି ଚାମ୍ବରଗୁଡ଼ିକୁ ମୁଖ୍ୟ ରାସ୍ତାରୁ ଦୂରକୁ ସ୍ଥାନାନ୍ତର କରିବାକୁ କିମ୍ବା ଏହାର ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?