ସହରୀ ଜାଗାକୁ କବ୍‌ଜା

ଅନୁଗୋଳ ଅଫିସ, ୧୩।୩ :  ଅନୁଗୋଳ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ଜାଗା ମିଶନରେ ସାମିଲ କରାଯାଇ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉଛି। ଏପରି କି ଆବାସ ଯୋଜନାରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। କିନ୍ତୁ ବହୁ ବ୍ୟକ୍ତି ସହରୀ ଜାଗାକୁ ବିଭିନ୍ନ ସ୍ଥାନରେ ଜବରଦଖଲ କରିବା ପୌର ପ୍ରଶାସନକୁ ଅଡ଼ୁଆରେ ପକାଇଛି। ସ୍ବୀକୃତିପ୍ରାପ୍ତ ୧୩ଟି ବସ୍ତିରେ ଖାଲିଥିବା ଜାଗାର ପ୍ରାୟ ୬୦ ପ୍ରତିଶତ ଏବେ ମାଫିଆଙ୍କ କବ୍‌ଜାରେ ଥିବା ସୂଚନା ମିଳିଛି।
ଅନୁଗୋଳ ପୌରପାଳିକାର ପରିଧି ୧୯.୨୪ ସ୍କୋୟାର କିଲୋମିଟର। ୨୦୧୧ ଜନଗଣନା ଅନୁଯାୟୀ ସହରର ଲୋକ ସଂଖ୍ୟା ୪୩ ହଜାର ୭୯୫ ହୋଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏହା ଢେର ବଢ଼ିଗଲାଣି। ସହରରେ ଏବେ ମୋଟ ୨୭ଟି ବସ୍ତି ରହିଛି। ସେଥିରୁ ୧୩ଟିକୁ ୨୦୧୮ରେ ସରକାରୀ ସ୍ବୀକୃତି ମିଳିଥିବାରୁ ସେଠାରେ କେତେ ଘର ଓ ଖାଲି ସ୍ଥାନ ରହିଛି, ତାହା ଚିହ୍ନଟ କରାଯାଇଥିଲା। ପ୍ରଥମେ ଦୁଇଟି ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିବାବେଳେ ଏବେ ପୌରପାଳିକା ସ୍ଥାନୀୟ ତହସିଲଦାରଙ୍କୁ ଧରି ତର୍ଜମା କରୁଛି। ୨୦୧୯ରେ ସର୍ଭେ ଶେଷ ପରେ ମୋଟ ୨୦୫୬ ଜଣ ବସ୍ତିରେ ବସବାସ କରୁଥିବା ଉକ୍ତ ସଂସ୍ଥା ପକ୍ଷରୁ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଉକ୍ତ ରିପୋର୍ଟ ପାଇବା ପରେ ଚିହ୍ନଟ ବସ୍ତିବାସିନ୍ଦାଙ୍କୁ ଟୋକନ୍‌ ପ୍ରଦାନ କରାଯାଇଥିଲା। ଉକ୍ତ ଟୋକନ୍‌ ଦେଖାଇଲେ ବସ୍ତିବାସିନ୍ଦାଙ୍କୁ ଅବସ୍ଥାପିତ ହୋଇଥିବା ଜାଗାରେ ବସବାସ କରିବାକୁ ସରକାରୀ ଭାବେ ଅନୁମତି ପ୍ରଦାନ କରାଯାଉଛି। ଚିହ୍ନଟ ୨୦୫୬ ଜଣଙ୍କୁ ଜାଗା ମିଶନ୍‌ରେ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦୧ ଜଣଙ୍କୁ ଏଲ୍‌ଆର୍‌ସି (ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ୍‌) ପ୍ରଦାନ କରାଯାଇସାରିଛି। ସେହିପରି ୨୬ ଜଣଙ୍କଠାରୁ ଜାଗା ମୂଳ ମୂଲ୍ୟର ୨୫ ପ୍ରତିଶତ ଟଙ୍କା ନେଇ ପୌରପାଳିକା ପଟ୍ଟା ମଧ୍ୟ ପ୍ରଦାନ କରିଛି। ଆଉ ୨୧୨ ଜଣଙ୍କଠାରୁ ଜାଗା ମୂଲ୍ୟର ୫୦ ଓ ୨୫ ପ୍ରତିଶତ ମୂଲ୍ୟ ନେଇ ଜାଗା ପ୍ରଦାନ କରାଯିବାକୁ ତର୍ଜମା ହେଉଛି। ସେଥିମଧ୍ୟରୁ ରାଧାରମଣପଡ଼ାର ୭୦ ଜଣ ରହିଛନ୍ତି। ତେବେ ସ୍ବୀକୃତି ପାଇଥିବା ୧୩ଟି ବସ୍ତିରେ ଜାଗା ଚିହ୍ନଟ ହୋଇଥିବା ବେଳେ ଜବରଦଖଲ ପୌରପାଳିକା ପାଇଁ ସମସ୍ୟା ସୃଷ୍ଟି କରିଛି। କେଉଁଠି ସିମେଣ୍ଟ ଖୁଣ୍ଟ ପୋତାଯାଇଛି ତ ଆଉ କେଉଁଠି ବେଆଇନ ଭାବେ ଘର ନିର୍ମାଣ କରାଯାଇଛି। ତେଣୁ ଏସବୁ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ପୌର ପ୍ରଶାସନ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାଗା ପାଇଥିବା ଲୋକମାନେ ୪୮୪ ସ୍କୋୟାରଫୁଟ୍‌ରୁ ଅଧିକ ଅକ୍ତିଆର କରିଥିଲେ ତାହାକୁ ସରେଣ୍ଡର କରିବେ। ନଚେତ୍‌ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ଜବରଦଖଲ ଉଚ୍ଛେଦ ହେବ
୧୩ଟି ବସ୍ତିର ଖାଲି ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିଛନ୍ତି। ଉକ୍ତ ସ୍ଥାନରେ ବସ୍ତିବାସିନ୍ଦାଙ୍କ ପାଇଁ ଉନ୍ନୟନ କାର୍ଯ୍ୟ କରାଯିବ। ତେଣୁ ସେଠାରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହାକୁ କେହି ବିରୋଧ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ମାଫିଆଙ୍କୁ ସାବାଡ୍‌ କରାଯିବା ଦରକାର
ସରକାରୀ ଜାଗାକୁ ଅସାମାଜିକମାନେ ଅକ୍ତିଆର କରି ରଖୁଛନ୍ତି। ଅନୁଗୋଳରେ ଏହା ନିତିଦିନିଆ ଘଟଣା। ସେମାନଙ୍କୁ ସାବାଡ କରିବାକୁ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏଥିସହ ଜବରଦଖଲ ହଟାଯାଇ ଖାଲି ସ୍ଥାନରେ ଉନ୍ନୟନ କାର୍ଯ୍ୟ ତୁରନ୍ତ କରାଯିବା ଆବଶ୍ୟକ।
-ବିରଞ୍ଚତ୍ ନାରାୟଣ ଦାସ, ଅନୁଗୋଳବାସୀ
ପ୍ରଶାସନ ଅପାରଗତାରୁ ଫାଇଦା
ପ୍ରଶାସନର ଅପାରଗତା ପାଇଁ ମାଫିଆମାନେ ଜାଗା ମାଡ଼ି ବସୁଛନ୍ତି। ଆରମ୍ଭରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ଏଭଳି ଘଟନ୍ତା ନାହିଁ। କେବଳ ଅନୁଗୋଳ ସହର ନୁହେଁ, ଜିଲାରେ ବିଭିନ୍ନ ଅଞ୍ଚଳରେ ଜବରଦଖଲକାରୀମାନେ ସରକାରୀ ଜାଗା ମାଡ଼ିବସିଛନ୍ତି। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ
ସାମୂହିକ କାର୍ଯ୍ୟରେ ଲଗାଯାଉ
ସରକାରଙ୍କ ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଜାଗା ସହ ଆବାସ ଯୋଜନାରେ ଘର ମିଳିଛି। କିଛି ସମସ୍ୟା ପାଇଁ କେତେଜଣ ଏଯାଏ ଉକ୍ତ ଯୋଜନାର ଲାଭ ପାଇପାରି ନାହାନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ଜାଗା ପ୍ରଦାନ ସହ ଖାଲି ଥିବା ସ୍ଥାନକୁ ସାମୂହିକ କାର୍ଯ୍ୟ ପାଇଁ ଦିଆଗଲେ ବସ୍ତିବାସିନ୍ଦା ଉପକୃତ ହେବେ।
-ମମତା ନାୟକ, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଖଣି ମାଫିଆ ମହମ୍ମଦ ତାବ୍ରେଜଙ୍କୁ ମାରାଥନ ଜେରା : ମିଳିଲା ଟିଟୋ ଲିଙ୍କ୍‌, ଦୁବାଇରେ ଲେଡି ଡନ୍‌

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଖୋର୍ଦ୍ଧା ବେଆଇନ ପଥରଖଣି କାରବାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିବା ପରେ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା...

ଫନୀ ପ୍ରଭାବିତ ଅଞ୍ଚଳରେ କ୍ରିୟାଶୀଳ ହେବାକୁ ‘ଓରେଡ଼ା’କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବାତ୍ୟା ‘ଫନୀ’ ପ୍ରଭାବିତ ଅଞ୍ଚଳରେ ଅଧିକ କ୍ରିୟାଶୀଳ ହେବାକୁ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ‘ଓରେଡା’କୁ ନିର୍ଦ୍ଦେଶ ଦେଇଛନ୍ତି ବିଜ୍ଞାନ ଓ ବୈଷୟିକ,...

CORONAVIRUS UPDATE: ରାଜ୍ୟରେ ୩୪୯୦ ନୂଆ ପଜିଟିଭ୍‌ ଚିହ୍ନଟ, ଆଜିବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୪୯୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୧୩୧୩୮୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୮୩କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ହିତାଧିକାରୀଙ୍କୁ ଆଉ ୪ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ହିତାଧିକାରୀଙ୍କୁ ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏ ମାଗଣା ଚାଉଳ ମିଳିବ। ମୁଣ୍ଡ...

ଶିଶୁଙ୍କ ପୁଷ୍ଟିସାଧନ, ମାନସିକ ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୦।୮(ବ୍ୟୁରୋ): ଶିଶୁମାନେ ହେଉଛନ୍ତି ଦେଶ ଓ ଜାତିର ଭବିଷ୍ୟତ। ଶିଶୁର ସାମଗ୍ରିକ ବିକାଶ କ୍ଷେତ୍ରରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିଶୁଙ୍କ ଗୁଣାତ୍ମକ ଶିକ୍ଷା ପାଇଁ...

ଚରିତ୍ର ସନ୍ଦେହରୁ ଯାଇଥିଲା ସୁନନ୍ଦଙ୍କ ଜୀବନ

ପବିତ୍ରନଗର, ୧୮ା୭(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଳକ ସମଲ ଥାନା ଶିଲିଂ ଗ୍ରାମରେ ପାରିବାରିକ କଳହ କାରଣରୁ ସୁନନ୍ଦ ପ୍ରଧାନଙ୍କୁ ପିଟି ମାରିବା ଘଟଣାରେ...

ଫିକାପଡ଼ିବ ପର୍ଯ୍ୟଟନ ଋତୁ

ଢେଙ୍କାନାଳ ଅଫିସ, ୧୨।୧୨: ଆସିଛି ଶୀତ। ଆଣିଛି ଅଜସ୍ର ଉନ୍ମାଦନା। ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପ୍ରକୃତିରାଜୀ ଭିଜୁଛି ଶୀତୁଆ ସକାଳର କାକରରେ। କୋଳାହଳମୟ ପରିବେଶଠୁ ଦୂରରେ...

Advertisement
Archives

Model This Week