ସହରୀ ଜାଗାକୁ କବ୍‌ଜା

ଅନୁଗୋଳ ଅଫିସ, ୧୩।୩ :  ଅନୁଗୋଳ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ଜାଗା ମିଶନରେ ସାମିଲ କରାଯାଇ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉଛି। ଏପରି କି ଆବାସ ଯୋଜନାରେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। କିନ୍ତୁ ବହୁ ବ୍ୟକ୍ତି ସହରୀ ଜାଗାକୁ ବିଭିନ୍ନ ସ୍ଥାନରେ ଜବରଦଖଲ କରିବା ପୌର ପ୍ରଶାସନକୁ ଅଡ଼ୁଆରେ ପକାଇଛି। ସ୍ବୀକୃତିପ୍ରାପ୍ତ ୧୩ଟି ବସ୍ତିରେ ଖାଲିଥିବା ଜାଗାର ପ୍ରାୟ ୬୦ ପ୍ରତିଶତ ଏବେ ମାଫିଆଙ୍କ କବ୍‌ଜାରେ ଥିବା ସୂଚନା ମିଳିଛି।
ଅନୁଗୋଳ ପୌରପାଳିକାର ପରିଧି ୧୯.୨୪ ସ୍କୋୟାର କିଲୋମିଟର। ୨୦୧୧ ଜନଗଣନା ଅନୁଯାୟୀ ସହରର ଲୋକ ସଂଖ୍ୟା ୪୩ ହଜାର ୭୯୫ ହୋଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏହା ଢେର ବଢ଼ିଗଲାଣି। ସହରରେ ଏବେ ମୋଟ ୨୭ଟି ବସ୍ତି ରହିଛି। ସେଥିରୁ ୧୩ଟିକୁ ୨୦୧୮ରେ ସରକାରୀ ସ୍ବୀକୃତି ମିଳିଥିବାରୁ ସେଠାରେ କେତେ ଘର ଓ ଖାଲି ସ୍ଥାନ ରହିଛି, ତାହା ଚିହ୍ନଟ କରାଯାଇଥିଲା। ପ୍ରଥମେ ଦୁଇଟି ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଇଥିବାବେଳେ ଏବେ ପୌରପାଳିକା ସ୍ଥାନୀୟ ତହସିଲଦାରଙ୍କୁ ଧରି ତର୍ଜମା କରୁଛି। ୨୦୧୯ରେ ସର୍ଭେ ଶେଷ ପରେ ମୋଟ ୨୦୫୬ ଜଣ ବସ୍ତିରେ ବସବାସ କରୁଥିବା ଉକ୍ତ ସଂସ୍ଥା ପକ୍ଷରୁ ପ୍ରଶାସନକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଉକ୍ତ ରିପୋର୍ଟ ପାଇବା ପରେ ଚିହ୍ନଟ ବସ୍ତିବାସିନ୍ଦାଙ୍କୁ ଟୋକନ୍‌ ପ୍ରଦାନ କରାଯାଇଥିଲା। ଉକ୍ତ ଟୋକନ୍‌ ଦେଖାଇଲେ ବସ୍ତିବାସିନ୍ଦାଙ୍କୁ ଅବସ୍ଥାପିତ ହୋଇଥିବା ଜାଗାରେ ବସବାସ କରିବାକୁ ସରକାରୀ ଭାବେ ଅନୁମତି ପ୍ରଦାନ କରାଯାଉଛି। ଚିହ୍ନଟ ୨୦୫୬ ଜଣଙ୍କୁ ଜାଗା ମିଶନ୍‌ରେ ସାମିଲ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦୧ ଜଣଙ୍କୁ ଏଲ୍‌ଆର୍‌ସି (ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ୍‌) ପ୍ରଦାନ କରାଯାଇସାରିଛି। ସେହିପରି ୨୬ ଜଣଙ୍କଠାରୁ ଜାଗା ମୂଳ ମୂଲ୍ୟର ୨୫ ପ୍ରତିଶତ ଟଙ୍କା ନେଇ ପୌରପାଳିକା ପଟ୍ଟା ମଧ୍ୟ ପ୍ରଦାନ କରିଛି। ଆଉ ୨୧୨ ଜଣଙ୍କଠାରୁ ଜାଗା ମୂଲ୍ୟର ୫୦ ଓ ୨୫ ପ୍ରତିଶତ ମୂଲ୍ୟ ନେଇ ଜାଗା ପ୍ରଦାନ କରାଯିବାକୁ ତର୍ଜମା ହେଉଛି। ସେଥିମଧ୍ୟରୁ ରାଧାରମଣପଡ଼ାର ୭୦ ଜଣ ରହିଛନ୍ତି। ତେବେ ସ୍ବୀକୃତି ପାଇଥିବା ୧୩ଟି ବସ୍ତିରେ ଜାଗା ଚିହ୍ନଟ ହୋଇଥିବା ବେଳେ ଜବରଦଖଲ ପୌରପାଳିକା ପାଇଁ ସମସ୍ୟା ସୃଷ୍ଟି କରିଛି। କେଉଁଠି ସିମେଣ୍ଟ ଖୁଣ୍ଟ ପୋତାଯାଇଛି ତ ଆଉ କେଉଁଠି ବେଆଇନ ଭାବେ ଘର ନିର୍ମାଣ କରାଯାଇଛି। ତେଣୁ ଏସବୁ ଜାଗାରୁ ଜବରଦଖଲ ଉଚ୍ଛେଦ ପାଇଁ ପୌର ପ୍ରଶାସନ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାଗା ପାଇଥିବା ଲୋକମାନେ ୪୮୪ ସ୍କୋୟାରଫୁଟ୍‌ରୁ ଅଧିକ ଅକ୍ତିଆର କରିଥିଲେ ତାହାକୁ ସରେଣ୍ଡର କରିବେ। ନଚେତ୍‌ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।

ଜବରଦଖଲ ଉଚ୍ଛେଦ ହେବ
୧୩ଟି ବସ୍ତିର ଖାଲି ଜାଗାକୁ ଜବରଦଖଲକାରୀମାନେ କବ୍‌ଜା କରିଛନ୍ତି। ଉକ୍ତ ସ୍ଥାନରେ ବସ୍ତିବାସିନ୍ଦାଙ୍କ ପାଇଁ ଉନ୍ନୟନ କାର୍ଯ୍ୟ କରାଯିବ। ତେଣୁ ସେଠାରୁ ଜବରଦଖଲ ଉଚ୍ଛେଦ କରାଯିବ। ଏହାକୁ କେହି ବିରୋଧ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ମାଫିଆଙ୍କୁ ସାବାଡ୍‌ କରାଯିବା ଦରକାର
ସରକାରୀ ଜାଗାକୁ ଅସାମାଜିକମାନେ ଅକ୍ତିଆର କରି ରଖୁଛନ୍ତି। ଅନୁଗୋଳରେ ଏହା ନିତିଦିନିଆ ଘଟଣା। ସେମାନଙ୍କୁ ସାବାଡ କରିବାକୁ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଏଥିସହ ଜବରଦଖଲ ହଟାଯାଇ ଖାଲି ସ୍ଥାନରେ ଉନ୍ନୟନ କାର୍ଯ୍ୟ ତୁରନ୍ତ କରାଯିବା ଆବଶ୍ୟକ।
-ବିରଞ୍ଚତ୍ ନାରାୟଣ ଦାସ, ଅନୁଗୋଳବାସୀ
ପ୍ରଶାସନ ଅପାରଗତାରୁ ଫାଇଦା
ପ୍ରଶାସନର ଅପାରଗତା ପାଇଁ ମାଫିଆମାନେ ଜାଗା ମାଡ଼ି ବସୁଛନ୍ତି। ଆରମ୍ଭରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ଏଭଳି ଘଟନ୍ତା ନାହିଁ। କେବଳ ଅନୁଗୋଳ ସହର ନୁହେଁ, ଜିଲାରେ ବିଭିନ୍ନ ଅଞ୍ଚଳରେ ଜବରଦଖଲକାରୀମାନେ ସରକାରୀ ଜାଗା ମାଡ଼ିବସିଛନ୍ତି। ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ
ସାମୂହିକ କାର୍ଯ୍ୟରେ ଲଗାଯାଉ
ସରକାରଙ୍କ ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ଜାଗା ସହ ଆବାସ ଯୋଜନାରେ ଘର ମିଳିଛି। କିଛି ସମସ୍ୟା ପାଇଁ କେତେଜଣ ଏଯାଏ ଉକ୍ତ ଯୋଜନାର ଲାଭ ପାଇପାରି ନାହାନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ଜାଗା ପ୍ରଦାନ ସହ ଖାଲି ଥିବା ସ୍ଥାନକୁ ସାମୂହିକ କାର୍ଯ୍ୟ ପାଇଁ ଦିଆଗଲେ ବସ୍ତିବାସିନ୍ଦା ଉପକୃତ ହେବେ।
-ମମତା ନାୟକ, ଅନୁଗୋଳବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?