Posted inଖେଳ

ଟାଇଟଲ ଜିତି ପାରିଲେ ନାହିଁ, ହେଲେ ଏହି କଥାକୁ ନେଇ ସମସ୍ତଙ୍କ ହୃଦୟ ଜିତିଲେ ସର୍ବକନିଷ୍ଠ ଅଧିନାୟକ ଶ୍ରେୟସ

ନୂଆଦିଲ୍ଲୀ,୧୧।୧୧: କ୍ରିକେଟରେ ସବୁକିଛି ସମ୍ଭବ। ଏହି ଖେଳରେ ଭାଗ୍ୟ ବେଳେବେଳେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଥାଏ। ସେଭଳି କିଛି ଆଇପିଏଲ୍‌୨୦୨୦ରେ ଦେଖିବାକୁ ମିଳିଛି। ୧୨ ବର୍ଷର ଅପେକ୍ଷା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍‌ ଫାଇନାଲରେ ପ୍ରବେଶ କରିଥିଲା। ଭଲ ଫର୍ମରେ ଥିଲେ ହେଁ ଫାଇନାଲରେ ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ଓ୍ବିକେଟ୍‌ରେ ହାରି ଯାଇଛି। ମ୍ୟାଚ୍‌ ପରେ ଦିଲ୍ଲୀ ଅଧିନାୟକ ଶ୍ରେୟସ ଆୟର ନିରାଶ ଦେଖାଯାଉଥିଲେ। ମାତ୍ର ଟୁର୍ନାମେଣ୍ଟରେ ସର୍ବକନିଷ୍ଠ ଅଧିନାୟକ ହେବା ସତ୍ତ୍ୱେ ଫାଇନାଲରେ ପ୍ରବେଶ କରିବାର ଯାତ୍ରା ବେଶ ପ୍ରଶଂସନୀୟ ଥିଲା। ଏପରିକି ସେ ତାଙ୍କ ବିବୃତ୍ତିରେ ହୃଦୟ ଜିତିଥିଲେ।

ଶ୍ରେୟସ ନିଜର ପ୍ରତିକ୍ରିୟାରେ କହିଥିଲେ, ଆଇପିଏଲ୍‌ ସର୍ବଦା ଆପଣଙ୍କୁ ଚକିତ କରିଥାଏ। ଏହା ସବୁଠାରୁ କଠିନ ଲିଗ୍‌। ଏଥିରେ ଖେଳି ମୁଁ ବହୁତ ଖୁସି। ଏହା ଏକ ଭଲ ଯାତ୍ରା ଥିଲା। ମୁଁ ମୋ ଖେଳାଳିମାନଙ୍କ ପାଇଁ ଗର୍ବିତ। ଫାଇନାଲରେ ପହଞ୍ଚିବା ସହଜ ନୁହେଁ। ଏହା ଏକ ଭଲ ଉପଲବ୍ଧି। ଆଇପିଏଲ୍‌ ଜିତିଥିଲେ ଆହୁରି ଭଲ ହୋଇଥାନ୍ତା, ଗୋଟିଏ ପାଦ ଆଗରେ ରହିଥାନ୍ତୁ। ଦଳ ଆସନ୍ତା ସିଜନ୍‌ରେ ଦୃଢ଼ ଭାବେ ଫେରିବ। ଦିଲ୍ଲୀର ପ୍ରଶଂସକମାନେ ସମଗ୍ର ସିଜନରେ ଆମକୁ ସମର୍ଥନ କରିଥିବାରୁ ଆୟର ଧନ୍ୟବାଦ ଜଣାଇଥିଲେ।

ଏହାଛଡ଼ା ଶ୍ରେୟସ କୋଚ୍‌ ରିକି ପଣ୍ଟିଂଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଯେତେ ଲୋକଙ୍କ ସହ ସେ କାମ କରିଛନ୍ତି, ସମସ୍ତଙ୍କଠାରୁ ପଣ୍ଟିଂ ସର୍ବୋତ୍ତମ। ସେ ଖେଳିବାକୁ ସମ୍ପୂର୍ଣ୍ଣ ସ୍ବାଧିନତା ଦେଇଥିଲେ। ସେ ବେଶ ଆତ୍ମବିଶ୍ୱାସୀ। ବୈଠକ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥାନ୍ତି ତାହା ପ୍ରଶଂସନୀୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଦଳ ପାଇଁ ମୁଣ୍ଡବିନ୍ଧା ସାଜିପାରନ୍ତି ୧୪୦ କିଲୋ କ୍ରିକେଟର୍‌

ପୋର୍ଟ-ଅଫ୍‌-ସ୍ପେନ୍‌,୧୨।୮:ଭାରତୀୟ କ୍ରିକେଟ ଦଳ ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଯାଇଛି। ଟି-୨୦ ସିରିଜ୍‌ ହାତେଇବା ପରେ ଏବେ ଏକଦିବସୀୟ ସିରିଜ୍‌ ଖେଳୁଛି। ଏହାପରେ ଆରମ୍ଭ ହେବ ଟେଷ୍ଟ...

ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଏହି କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା

ଢାକା,୧୫।୧୦: ମୃତ୍ୟୁ ସହ ଲଢ଼ୁଛନ୍ତି ବାଂଲାଦେଶ କ୍ରିକେଟର ମୋଶାରଫ୍‌ ହୁସେନ ରୁବେଲ। ସେ ଦୀର୍ଘ ଦିନ ଧରି ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ଥିବା ବେଳେ ତାଙ୍କ...

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗୋମତୀ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-ଗତମାସରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ ୮୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିବା ଗୋମତୀ ମାରିମୁଥୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁୁ ମଙ୍ଗଳବାର ତୁରନ୍ତ...

ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ, ସ୍ବୟମ୍ସ, ବୈଭବଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)- ଅହମ୍ମଦାବାଦରେ ଅନୁଷ୍ଠିତ ୪୦ତମ ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଖେଳାଳିମାନେ ଚମତ୍କାରିତା ପ୍ରଦର୍ଶନ...

ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ,୫।୬- ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ...

ଏଥର ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ସବୁଥର ପରି ଏଥର ଆଇପିଏଲ ୨୦୨୦ରେ ମଧ୍ୟ ଚୌକା, ଛକା ବର୍ଷା ହେଉଛି। ଚଳିତ ସିଜିନ୍‌ରେ ପାଖାପାଖି ଅଧା ମ୍ୟାଚ୍‌ ଖେଳ ସରିଛି। କିନ୍ତୁ ଏଥର...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ : ଫାଇନାଲରେ ୫ ଭାରତୀୟ

ନୂଆଦିଲ୍ଲୀ,୨୭।୭(ପି.ଟି.)- ରାଜଧାନୀ ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ୫ ଜଣ ଭାରତୀୟ ପ୍ରବେଶ କରିଛନ୍ତି। ଶୁକ୍ରବାର ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ...

ଜେଲ୍‌ ଗଲେ ସେଲ୍ଫି ଫ୍ୟାନ

ମୋହାଲି, ୨୨।୯- ମ୍ୟାଚ୍‌ ମଝିରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସେଲଫି ଉଠାଇବାକୁ ଚେଷ୍ଟା କରିଥିବା ୩ଜଣ କ୍ରିକେଟ୍‌ ପ୍ରଶଂସକଙ୍କୁ ଶେଷରେ ଜେଲ୍‌...

Advertisement
Archives

Model This Week